ଜଗତପୁର ଶିଳ୍ପାଞ୍ଚଳରେ ଆଉଏକ ନକଲି ଘିଅ ପ୍ରସ୍ତୁତି କାରଖାନା ଠାବ
କଟକସ୍ଥିତ ଜଗତପୁର ଶିଳ୍ପାଞ୍ଚଳରେ ଆଉଏକ ନକଲି ଘିଅ ପ୍ରସ୍ତୁତି କାରଖାନାକୁ କମିସନରେଟ୍ ପୁଲିସ ଠାବ କରିଛି । ଏହାସହ କୋଟିଏରୁ ଅଧିକ ଟଙ୍କାର ନକଲି ଘିଅ ମଧ୍ୟ ଜବତ କରାଯାଇଛି । ଘିଅ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେମିକାଲ ଓ ସାମଗ୍ରୀକୁ ମଧ୍ୟ ପୁଲିସ ଜବତ କରିଛି । ସୂଚନାଯୋଗ୍ୟ ଲଗାତାର ୩ଦିନ ମଧ୍ୟରେ କଟକରେ ୩ଟି ନକଲି ଘିଅ ପ୍ରସ୍ତୁତି କାରଖାନା ପୁଲିସ ଠାବ କରିଥିବା ଜଣାପଡିଛି । ତେବେ ଆମ କଟକ ସମ୍ବାଦଦାତାଙ୍କ ସୂଚନା ଅନୁସାରେ ଦୀର୍ଘବର୍ଷ ଧରି କଟକର ଜଗତପୁର ସମେତ କେତେକ ସ୍ଥାନରେ ନକଲି ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ବେଆଇନ କାରଖାନାକୁ ପୁଲିସ ଠାବ କରି ଜବତ କରିଛି । ତେବେ ପୁଲିସର କାର୍ଯ୍ୟାନୁଷ୍ଠାନ ସତ୍ତେ୍ୱ ମୁନାଫାଖୋର ନକଲି ବ୍ୟବସାୟୀମାନେ ଭେଜାଲ ସାମଗ୍ରୀ ପ୍ରସ୍ତୁତ କରି ଲୋକଙ୍କ୍ ଜୀବନ ସହ ଖେଳୁଥିବା ନେଇ ସାଧାରଣରେ ଚର୍ଚ୍ଚା