ରାଜ୍ୟରେ ରାତି ତାପମାତ୍ରା କ୍ରମଶଃ ହ୍ରାସ ପାଉଛି । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି ।
ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୫ ଡିଗ୍ରୀ ସେଲ୍ସିୟସ୍ ଦାରିଙ୍ଗବାଡ଼ିଠାରେ ରେକର୍ଡ଼ କରାଯାଇଛି । କୋରାପୁଟ ଓ ଫୁଲବାଣୀଠାରେ ୧୨ ଦଶମିକ୍ ୨ ଏବଂ ୧୨ ଦଶମିକ ୫ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି । ରାଜ୍ୟର ଅଧିକାଂଶ ଅଞ୍ଚଳର ତାପମାତ୍ରା ୨୦ ଡିଗ୍ରୀ ସେଲ୍ସିୟସ୍ରୁ ନିମ୍ନରେ ରହିଛି ।
ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ତଥା ଖରାଟିଆ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ରାଜ୍ୟରେ ରାତି ତାପମାତ୍ରା କ୍ରମଶଃ ହ୍ରାସ ପାଉଛି । ଉତ୍ତର ପଶ୍ଚିମ
ଦିଗରୁ ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇପାରେ ବୋଲି ଭୁବନେଶ୍ୱର ସ୍ଥିତ
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଗତକାଲି ରାଜ୍ୟର ୬ଟି ସହରରେ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଥିଲା । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୯ ଦଶମିକ ୫ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ଼ କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।