ଭୁବନେଶ୍ୱର: ଏକ ପ୍ରମୁଖ ଅନ୍ତର୍ଜାତୀୟ ଜେନୋମିକ୍ସ-ପରିଚାଳିତ ଡାଇଗ୍ନୋଷ୍ଟିକ୍ସ ଓ ରିସର୍ଚ୍ଚ ସର୍ଭିସ କମ୍ପାନୀ ମେଡ୍ଜେନୋମ୍ ପକ୍ଷରୁ ଘୋଷଣା କରାଯାଇଛି ଯେ, ଏହା ଓଡିଶାର ଏକ ଅଗ୍ରଣୀ ଡାଇଗ୍ନୋଷ୍ଟିକ ଲ୍ୟାବ୍ ଶୃଙ୍ଖଳା ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସରେ ଏକ ଅଂଶଧନ ଅଧିଗ୍ରହଣ କରିଛି । ୨୦୧୭ରେ ସ୍ଥାପିତ ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସ ଭୁବନେଶ୍ୱରର ସହିଦନଗରରେ ଏନ୍ଏବିଏଲ୍ ଓ ଏନ୍ଏବିଏଚ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ଫ୍ଲାଗ୍ସିପ ଲାବୋରେଟୋରୀ ସମେତ ରାଜ୍ୟରେ ୭ଟି ଡାଇଗ୍ନୋଷ୍ଟିକ ଓ ୬୦ଟି କଲେକ୍ସନ ସେଂଟର ସହ ଓଡିଶାରେ ଏକ ମଜବୁତ ଆଂଚଳିକ ଉପସ୍ଥିତି ପ୍ରତିଷ୍ଠା କରିଛି । ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସର ପ୍ରତିଷ୍ଠାତା ସଦସ୍ୟମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଅଟନ୍ତି, ଯେଉଁଠାରେ ୨-୩ ଦଶନ୍ଧିରୁ ଅଧିକ ସମୟର ଡାକ୍ତରୀ ଅଭିଜ୍ଞତା ସହିତ ଡା. ବିଶ୍ୱଜିତ ମହାନ୍ତି ଓ ଡା. ବିକାଶ ଅଗ୍ରୱାଲ ଯଥାକ୍ରମେ ପ୍ରଖ୍ୟାତ ଲ୍ୟାବ୍ ମେଡିସିନ ଓ ରେଡିଓଲୋଜି କନ୍ସଲ୍ଟାଂଟ୍ ଭାବେ ନିଯୁକ୍ତ ଅଛନ୍ତି । ଦେଶର ଏହି ଭାଗରେ ଜେନ୍ଏକ୍ସର କ୍ଲିନିସିଆନ୍ଙ୍କର ମଜବୁତ ନେଟ୍ୱର୍କ ଅଂଚଳରେ ଜେନେଟିକ ଓ ମଲିକ୍ୟୁଲାର ଟେଷ୍ଟିଂକୁ ଅଧିକ ବ୍ୟାପକ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ସୁଯୋଗ ଉପସ୍ଥାପନ କରୁଛି । ମେଡ୍ଜେନୋମ୍ର ଷ୍ଟେଟ୍-ଅଫ୍-ଦ-ଆର୍ଟ ଆଡ୍ଭାନ୍ସଡ ସାଇନ୍ସ ଓ ବୈଷୟିକ କ୍ଷମତାଗୁଡିକ ପୂର୍ବାଂଚଳରେ ଜେନ୍ଏକ୍ସର ନିଦାନ ନେତୃତ୍ୱ ସହିତ ମିଳିତ ଭାବେ ଜେନେଟିକ ତଥ୍ୟରୁ କାର୍ଯ୍ୟକ୍ଷମଯୁକ୍ତ ତଥ୍ୟ ସହ ଓଡିଶାରେ କ୍ଲିନିସିଆନଙ୍କୁ ସଶକ୍ତ କରିବ ଏବଂ ସେମାନଙ୍କୁ ରୋଗୀମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଫଳାଫଳକୁ ଉନ୍ନତ କରି ଉପଯୁକ୍ତ ଚିକିତ୍ସା ପାଇଁ ପରାମର୍ଶ ଦେବାକୁ ସକ୍ଷମ କରିବ ।
ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହାର ଦୃଢ ପ୍ରତିବଦ୍ଧତା ଲାଗି ସ୍ୱୀକୃତି ପ୍ରଦାନ କରାଯାଇଛି । କମ୍ପାନୀକୁ ୨୦୨୩ ଓ ୨୦୨୪ରେ ଟାଇମ୍ସ ହେଲ୍ଥ ଆଇକନ୍ସ ଦ୍ୱାରା ସର୍ବୋତମ ଡାଇଗ୍ନୋଷ୍ଟିକ ସେଂଟର ସମ୍ମାନରେ ଏବଂ ୨୦୨୪ରେ ଓଡିଶା ଷ୍ଟେଟ୍ ପ୍ରଡକ୍ଟିଭିଟି କାଉନ୍ସିଲ ଦ୍ୱାରା ବେଷ୍ଟ ପ୍ରଡକ୍ଟିଭିଟି ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି । ମେଡ୍ଜେନୋମ୍ ଭାରତୀୟ ଜେନେଟିକ ଡାଇଗ୍ନୋଷ୍ଟିକ୍ସ ମାର୍କେଟରେ ଏକ ବଜାର ଲିଡର ଅଟେ ଏବଂ ଏହି ସହଭାଗିତା ମାଧ୍ୟମରେ ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସ ଓ ମେଡ୍ଜେନୋମ, ଓଡିଶାର ଲୋକମାନେ ଯେପରି ସର୍ବୋତମ ଡାଇଗ୍ନୋଷ୍ଟିକ ଓ ଜେନୋମିକ ସଲ୍ୟୁଶନ ପାଇପାରିବେ ତାହା ସୁନିଶ୍ଚିତ କରି ଉତ୍କୃଷ୍ଟମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ନିଜର ମିଳିତ ବିଶେଷଜ୍ଞତାକୁ ଉପଯୋଗ କରିବେ ।
ଏହି ଅଧିଗ୍ରହଣ ସମ୍ପର୍କରେ ମେଡ୍ଜେନୋମର ସିଇଓ, ପିଏଚ୍ଡି ଡା. ବେଦମ୍ ରାମପ୍ରସାଦ କହିଛନ୍ତି, “ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସରେ ଏକ ଅଂଶଧନ ଅଧିଗ୍ରହଣ ସହିତ ମେଡ୍ଜେନୋମ୍ ଏକ ବିସ୍ତୃତ ଜନସଂଖ୍ୟାର ଆବଶ୍ୟକତାକୁ ଅଧିକ ପ୍ରଭାବୀ ରୂପେ ପୂରଣ କରିବା ପାଇଁ ନିଜର ବଜାର ଉପସ୍ଥିତି ଓ ୧୩୦୦ରୁ ଅଧିକ ପରୀକ୍ଷଣର ନିଜର ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବ । ଏହି ଅଧିଗ୍ରହଣ ଗଭୀର ପ୍ରବେଶୀକରଣ, ନୂଆ ବଜାର ବିକାଶକୁ ପରିଚାଳନା କରି ଏବଂ ବଜାରକୁ ନୂଆ ପରୀକ୍ଷଣଗୁଡିକୁ ଆଣି ଭାରତରେ ଟାୟାର ୨ ଓ ୩ ସହରଗୁଡିକରେ ଆମର ନେଟ୍ୱର୍କକୁ ବିସ୍ତାର କରିବା ପାଇଁ ଲକ୍ଷ୍ୟ ରଖିଛି ।” ସେହିପରି ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସର ଡା ବିଶ୍ୱଜିତ ମହାନ୍ତି କହିଛନ୍ତି, “ଆମେ ମେଡ୍ଜେନୋମ ସହ ଆମର ସହଭାଗିତା ମାଧ୍ୟମରେ ଓଡିଶାରେ ଆମର ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ସମାଧାନର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରି ଉତ୍ସାହିତ ଅଛୁ । ଏହି ରଣନୈତିକ ସହଯୋଗିତା ଅଂଚଳରେ ସ୍ୱାସ୍ଥ୍ୟସେବାଗୁଡିକୁ ଉନ୍ନତ କରିବା, ବ୍ୟାପକ ଓ ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସମାଧାନ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି । ମେଡ୍ଜେନୋମ୍ର ଓମିକ୍ସ ସଲ୍ୟୁଶନ ସହ ଆମର ବିସ୍ତୃତ ଉତ୍ପାଦ ପୋର୍ଟଫୋଲିଓକୁ ସମ୍ମିଶ୍ରଣ କରି ଆମେ ପୂର୍ବାଂଚଳ ଭାରତରେ ସର୍ବୋତମ ଡାଇଗ୍ନୋଷ୍ଟିକ ଟୁଲ୍ ସହ କ୍ଲିନିସିଆନ ଓ ଉପଭୋକ୍ତାଙ୍କୁ ସଶକ୍ତ କରିବୁ ।”
Comments are closed, but trackbacks and pingbacks are open.