ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ସାରି ପୂଜାପାଠ ସହ ଦେବନୀତି,ଖାଦ୍ୟ ଗ୍ରହଣ ଓ ଅନ୍ନଭୋଜନ କରିପାରିବେ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ ଦେବନୀତି ସ୍ନାନ କରି କରିହେବ । ଗ୍ରହଣର ସାତ ଦିନ ପର୍ଯ୍ୟନ୍ତ ଗ୍ରହଣ ସପ୍ତାହ ଲାଗୁଥିବାରୁ ଶୁଭ କାର୍ଯ୍ୟ ଓ ନୂତନ କାର୍ଯ୍ୟ ନ କରିବା ପାଇଁ ବିଶ୍ୱାସ ରହିଛି ।
ଜୁଲାଇ ୧୬ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ ଶ୍ରୀକ୍ଷେତ୍ର ପୁରୀରେ ରାତି ୧୨ଟା ୧୪ ମିନିଟରେ ଚନ୍ଦ୍ରରେ ମଳିନ୍ୟ ଓ ରାତି ଗୋଟାଏ ୩୨ରେ ଆଂଶିକ ଚନ୍ଦ୍ରଗ୍ରହଣ ଓ ରାତି ୩ଟା ଏକ ମିନିଟରେ ଗ୍ରହଣ ମଧ୍ୟ ରାତି ୪ଟା୩୦ରେ ସର୍ବମୋକ୍ଷ ହେବ ।
![](http://www.odishanxt.com/wp-content/uploads/2019/07/5d1a5207-ed38-4fee-bcfd-9ffe31c0d6e7.jpg)
ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ରହିବ। ବାଳକ, ବୃଦ୍ଧ, ରୋଗୀ ଓ ଆତୁର ବ୍ୟକ୍ତିଙ୍କ ପକ୍ଷେ ନିୟମ ଲାଗୁ ନହେଲେ ଚଳିବ ।ରାତି ୩ଟା ୧୫ ମଧ୍ୟେ ମେଷ, ବୃଷ, ମିଥୁନ, ଧନୁ, ମକର ଓ ମୀନ ,ମେଷ, ବୃଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପକ୍ଷେ ଗ୍ରହଣ ଦର୍ଶନ ଅଶୁଭ ଫଳ ପ୍ରଦାନ କରିବ। ସିଂହ,କନ୍ୟା,ବିଚ୍ଛା ,ତୁଳା ରାଶି ପାଇଁ ଶୁଭ ରହିବ।
ଏହା ଭାରତ ସହ , ଦକ୍ଷିଣ ଆମେରିକା , ଏସିଆ, ଅଷ୍ଟ୍ରେଲିଆ, ୟୁରୋପର ବିଭିନ୍ନ ଅଂଶରେ ଦୃଶ୍ୟମାନ ହେବ ।