କୋଟିଆରେ ଆନ୍ଧ୍ରପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରାଇବାକୁ ବେଆଇନ ଦର୍ଶାଇ ଓଡ଼ିଶା ସରକାରଙ୍କ ଦ୍ୱାରା ଦାବି କରାଯାଇଥିବାଅଦାଲତ ଅବମାନନା ପିଟିସନ ଉପରେ ସୁପ୍ରିମକୋର୍ଟ ୩ ସପ୍ତାହ ପରେ ଶୁଣାଣି କରି ନିଷ୍ପତ୍ତି ନେବେ । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏ.ଏମ୍. ଖାନ୍ୱିଲ୍କର ଏବଂ ବିଚାରପତି ଜଷ୍ଟିସ୍ ସି.ଟି. ରବିକୁମାରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଗତ ଅଗଷ୍ଟ ୩୧ ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କୁ ରାଜନୈତିକ ସ୍ତରରେ ମାମଲାର ସମାଧାନ କରିବାକୁ ପରାମର୍ଶ ଦେବା ସହ ଏହାର ଶୁଣାଣିକୁ ୪ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । ଶୁଣାଣିକୁ ଆହୁରି ୮ ସପ୍ତାହ ଘୁଞ୍ଚାଇ ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମାମଲାର ଶୁଣାଣି ପୂର୍ବରୁ ଲେଟର ସର୍କୁଲେଟ୍ କରାଯାଇଥିବା ବେଳେ ମୌଖିକ ଭାବେ ଏ ନେଇ ସର୍ବୋଚ୍ଚ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।