ଦେଶର ଦକ୍ଷ ପ୍ରଶିକ୍ଷକମାନଙ୍କୁ କୌଶଳାଚାର୍ଯ୍ୟ ପୁରସ୍କାର-୨୦୨୧ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପାଇଥିବା ୩୬ ଜଣଙ୍କ ମଧ୍ୟରେ ୪ ଜଣ ଓଡ଼ିଆ ଅଛନ୍ତି । ସେମାନେ ହେଲେ – ଚନ୍ଦ୍ରାବଳୀ ଖଟୁଆ, ଅଜୟ କୁମାର ସ୍ୱାଇଁ, ବିପିନ ବିହାରୀ ଗୌଡ଼ ଏବଂ ନିବେଦିତା ମୋହନ ପାତ୍ର ।
ଏହି ଅବସରରେ ଦକ୍ଷତା ମାଧ୍ୟମରେ ଯୁବକଙ୍କୁ ଆତ୍ମନିର୍ଭର କରିବା ଆଗାମୀ ୨୫ ବର୍ଷର ସଙ୍କଳ୍ପ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ପବିତ୍ର ବିଶ୍ୱକର୍ମା ଜୟନ୍ତୀ
ଅବସରରେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ଦକ୍ଷ ପ୍ରଶିକ୍ଷକମାନଙ୍କୁ ଭର୍ଚୁଆଲ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେମାନଙ୍କୁ ପୁରସ୍କୃତ କରିଛନ୍ତି ।
ସେ କହିଛନ୍ତି, ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବାବେଳେ ମୋଦି ସରକାର ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ’ ଉପରେ ଗୁରୁତ୍ୱ ଦେଇଛନ୍ତି ।