ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ସିମେଂଟ ବ୍ରାଣ୍ଡ ଜେକେ ସିମେଂଟ ଲିମିଟେଡ ଓଡିଶାରେ ଏହାର ଅତ୍ୟାଧୁନିକ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ କରିଛି । ଯାହାକି ଦେଶର ପୂର୍ବାଂଚଳରେ କମ୍ପାନୀର ସ୍ଥିତିକୁ ମଜବୁତ କରିବା ଦିଗରେ ଏକ ବଡ ପଦକ୍ଷେପକୁ ଚିହ୍ନିତ କରୁଛି। ଏହି ଶୁଭାରମ୍ଭ ଓଡିଶାରେ ନିର୍ମାଣ ଶିଳ୍ପର ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିର୍ମିତ ଉଚ୍ଚମାନର ନିର୍ମାଣ ସାମଗ୍ରୀ ପ୍ରଦାନ କରିବା ପ୍ରତି ଜେକେ ସିମେଂଟର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି। ଏହି ନୂତନ ଉତ୍ପାଦ ଶୃଙ୍ଖଳାରେ ଜେକେ ସୁପର ଷ୍ଟ୍ରଙ୍ଗ ଓ ଜେକେ ସୁପର୍ ସାମିଲ ରହିଛି ଯାହାକୁ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟରେ ଉନ୍ନତ ସ୍ଥାୟିତ୍ୱ ଓ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି।
ନୂଆ କରି ଶୁଭାରମ୍ଭ ହୋଇଥିବା ଏହି ଉତ୍ପାଦ ଶୃଙ୍ଖଳା ଉନ୍ନତ ଶକ୍ତି ଓ ଦୀର୍ଘାୟୁତା ନିଶ୍ଚିତ କରିବା ପାଇଁ ଷ୍ଟେଟ-ଅଫ୍-ଦି-ଆର୍ଟ ଟେକ୍ନୋଲୋଜିର ବ୍ୟବହାର କରୁଛି । ଯାହାକି ଉଭୟ ଆବାସିକ ଓ ବାଣିଜ୍ୟିକ ନିର୍ମାଣ ଆବଶ୍ୟକତାକୁ ପୂରଣ କରୁଛି। ପୂର୍ବାଂଚଳରେ ନିଜର ସ୍ଥିତିକୁ ସୁଦୃଢ କରିବା ନେଇ ଏହାର ରଣନୀତିର ଅଂଶ ଭାବେ ଜେକେ ସିମେଂଟ ଓଡିଶରେ ଏହାର ବିତରଣ ନେଟ୍ୱର୍କକୁ ବିସ୍ତାର କରିଛି। ଏହା ସହରାଂଚଳ, ଅର୍ଦ୍ଧସହରାଂଚଳ ଓ ଗ୍ରାମାଂଚଳରେ ଏହାର ଉତ୍ପାଦଗୁଡିକର ସହଜ ଉପଲବ୍ଧତାକୁ ସୁନିଶ୍ଚିତ କରିବ। କଟକରେ ଏହି ନୂତନ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ ଅବସରରେ ଗ୍ୁପ ଅଧ୍ୟକ୍ଷ, ଅମିତ କୋଠାରି କହିଛନ୍ତିଯେ, “ଓଡିଶା ଆମ ପାଇଁ ଏକ ପ୍ରମୁଖ ବଜାର ଅଟେ ଏବଂ ଏଠାରେ ଆମର ଉତ୍ପାଦଗୁଡିକର ଅତ୍ୟାଧୁନିକ ଶୃଙ୍ଖଳାର ଶୁଭାରମ୍ଭ କରି ଆମେ ଉତ୍ସାହିତ ଅଛୁ। ଏହି ଶୁଭାରମ୍ଭ ରାଜ୍ୟରେ ମଜବୁତ ଓ ସ୍ଥାୟୀ ଭିତିଭୂମି ବିକାଶ ପ୍ରତି ଯୋଗଦାନ ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ସୁଦୃଢ କରିଛି। ଆମର ନୂଆ ଉତ୍ପାଦ ସହ ଆମେ ଉତ୍କର୍ଷତାର ଆମର ବିରାସତକୁ ବଜାୟ ରଖି, ଓଡିଶାର ଲୋକମାନଙ୍କ ଆକାଂକ୍ଷାକୁ ପୂରଣ କରିବୁ ବୋଲି ନିଶ୍ଚିତ ଅଛୁ।” ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ କମ୍ପାନୀର ବରିଷ୍ଠ ଅଧିକାରୀ, ପିୟୁଷ କୁମାର, ସନ୍ଦୀପ ଦୁବେ ଓ ସମୀର ପୁଜାରୀଙ୍କ ସହ ଚ୍ୟାନେଲ ପାର୍ଟନରମାନେ ଉପସ୍ଥିତ ଥିଲେ। ଅଂଶଗ୍ରହଣକାରୀମାନେ ନୂତନ ଉତ୍ପାଦର ଅନୁଭୂତି ପାଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post
Comments are closed, but trackbacks and pingbacks are open.