ଛଅ ସପ୍ତାହରେ ଅଗ୍ରଣୀ ବିଶ୍ୱସ୍ତରୀୟ ନିବେଶକଙ୍କଠାରୁ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ଜିଓ ପ୍ଲାଟଫର୍ମସ୍
ଶ୍ରୀଯୁକ୍ତ ମୁକେଶ ଅମ୍ବାନି: ଭାରତକୁ ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ରାଷ୍ଟ୍ରରେ ପରିଣତ କରିବା ଲାଗି ଜିଓର ରହିଥିବା ଲକ୍ଷ୍ୟକୁ ଏହି ନିବେଶ ଆହୁରି ରୁଦ୍ଧିମନ୍ତ ଓ ତ୍ୱରାନ୍ୱିତ କରିବ
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଆବୁଧାବି ସ୍ଥିତ ନିବେଶକ ସଂସ୍ଥା ମୁବାଦଲା ଇନଭେଷ୍ଟମେଂଟ୍ କଂପାନି (ମୁବାଦଲା) ଜିଓ ପ୍ଲାଟଫର୍ମସ୍ରେ ୯,୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଜିଓ ପ୍ଲାଟ୍ଫର୍ମସ୍ର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଏଟଂରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ଅନୁସାରେ ମୁବାଦଲାର ଏହି ନିବେଶ ଜିଓ ପ୍ଲାଟଫର୍ମସ୍ରେ ପୂର୍ଣ୍ଣ ବିଘଟିତ ହୋଇପାରୁଥିବା ୧.୮୫ ପ୍ରତିଶତ ଇକ୍ୱିଟି ଅଂଶଧନରେ ରୂପାନ୍ତରିତ ହେବ ।
ଏହି ନିବେଶ ସହିତ ଛଅ ସପ୍ତାହରୁ କମ୍ ସମୟ ଭିତରେ ଫେସବୁକ୍, ସିଲ୍ଭର ଲେକ୍, ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, ଜେନେରାଲ ଆଂଟାଲଟିକ୍, କେକେଆର୍ ଓ ମୁବାଦଲା ଭଳି ଅଗ୍ରଣୀ ବିଶ୍ୱସ୍ତରୀୟ ପ୍ରଯୁକ୍ତି ଓ ଅଭିବୃଦ୍ଧି ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍ ୮୭,୬୫୫.୩୫ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସମ୍ପୂର୍ଣ୍ଣ ଅଧିକୃତ ସହଯୋଗୀ କମ୍ପାନୀ ଭାବେ ଜିଓ ପ୍ଲାଟଫର୍ମସ୍ ହେଉଛି ଏକ ପରବର୍ତୀ ପିଢ଼ିର ଟେକ୍ନୋଲୋଜି ପ୍ଲାଟଫର୍ମ ଯାହାକି ୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ ସମଗ୍ର ଭାରତରେ ଉଚ୍ଚମାନର ତଥା ସୁଲଭ ମୂଲ୍ୟରେ ଡିଜିଟାଲ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଉଛି । ଜିଓ ପ୍ଲାଟଫର୍ମ ଏହାର ଡିଜିଟାଲ ଇକୋସିଷ୍ଟମ ମଧ୍ୟରେ ବ୍ରଡ୍ବ୍ୟାଣ୍ଡ ସଂଯୋଗୀକରଣ, ସ୍ମାର୍ଟ ଡିଭାଇସ୍, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବୃହତ ଡାଟା ଆନାଲିଟିକ୍ସ, କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଟେଂଲିଜେନ୍ସ), ଇଂଟରନେଟ୍ ଅଫ୍ ଥିଙ୍ଗସ୍, ଅଗମେଂଟେଡ୍ ଆଣ୍ଡ୍ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଆଦି ଅଗ୍ରଣୀ ଟେକ୍ନୋଲୋଜିକୁ ଆଧାର କରି ବ୍ୟାପକ ବିନିଯୋଗ କରିଛି । ଜିଓର ଲକ୍ଷ୍ୟ ହେଉଛି ସାରା ଦେଶର ୧୩୦ କୋଟି ଲୋକ ଏବଂ ବ୍ୟବସାୟଗୁଡିକ ପାଇଁ ଏକ ଡିଜିଟାଲ୍ ଇଣ୍ଡିଆକୁ ସକ୍ଷମ କରିବା ଯାହା ସାରାଦେଶର ବ୍ୟବସାୟ, ଛୋଟ ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟ ଏବଂ କୃଷକମାନଙ୍କୁ ସାମୂହିକ ଅଭିବୃଦ୍ଧିର ଫଳ ପ୍ରଦାନ କରିପାରିବ ।
ମୁକେଶ ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ଦେଶରେ ପରିଣତ ହେବା ଲାଗି ଭାରତର ଡିଜିଟାଲ୍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ଆମର ଯେଉଁ ଯାତ୍ରା ରହିଛି ସେଥିରେ ସହଯୋଗୀ ହେବା ପାଇଁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଓ ଅଭୂତପୂର୍ବ ପରିବର୍ତ୍ତନକାରୀ ବିଶ୍ୱସ୍ତରୀୟ ଅଭିବୃଦ୍ଧି ନିବେଶକ ମୁବାଦଲା ନିଷ୍ପତି ନେଇଥିବାରୁ ଆମେ ବେଶ୍ ଉଲ୍ଲସିତ । ଆବୁଧାବି ସହିତ ମୋର ଦୀର୍ଘମିଆଦୀ ସମ୍ପର୍କ ଜରିଆରେ ମୁଁ ୟୁଏଇର ଜ୍ଞାନ ପର୍ଯ୍ୟବେସିତ ଅର୍ଥନୀତିକୁ ବିଶ୍ୱସ୍ତରରେ ସଂଯୁକ୍ତ କରିବା ଓ ବିବିଧତା ଆଣିବା କ୍ଷେତ୍ରରେ ମୁବାଦଲାର ଉଲ୍ଲେଖନୀୟ କାର୍ଯ୍ୟର ପ୍ରଭାବକୁ ନିଜେ ଦେଖିଛି । ସାରା ବିଶ୍ୱରେ ଅଭିବୃଦ୍ଧିର ଯାତ୍ରାରେ ସହାୟକ ହୋଇଥିବା ମୁବାଦଲାର ଅଭିଜ୍ଞତା ଓ ଗଭୀର ଜ୍ଞାନରୁ ଆମେ ଲାଭବାନ ହେବାକୁ ଆଶାରଖିଛୁ ।’’
ଖାଲଦୁନ୍ ଅଲ ମୁବାରକ, ପରିଚାଳନା ନିର୍ଦେଶକ ଓ ଗ୍ରୁପ୍ ସିଇଓ, ମୁବାଦଲା ଇନଭେଷ୍ଟମେଂଟ୍ କଂପାନି କହିଛନ୍ତି ଯେ, “ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମାଧାନ କରିବା ଏବଂ ନୂତନ ସୁଯୋଗ ଉନ୍ମୁକ୍ତ କରି ପ୍ରଯୁକ୍ତିରେ ଅଗ୍ରଦୂତ ସାଜିଥିବା ଉଚ୍ଚ ଅଭିବୃଦ୍ଧିଶୀଳ କଂପାନିଗୁଡ଼ିକ ସହିତ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରିବା ଏବଂ ସେଥିରେ ନିବେଶ କରିବାକୁ ଆମେ ପ୍ରତିବଦ୍ଧ । ଭାରତରେ ଯୋଗାଯୋଗ ଓ ସଂଯୋଗ କ୍ଷେତ୍ରରେ ଜିଓ କିଭଳି ବୈପ୍ଳବିକ ପରିବର୍ତନ ଆଣିଛି ଓ ପୁନର୍ବିନ୍ୟାସ କରିଛି ତାହା ଆମେ ଦେଖିଛୁ ଏବଂ ଏକ ନିବେଶକ ତଥା ସହଯୋଗୀ ଭାବେ ଭାରତର ଡିଜିଟାଲ ଅଭିବୃଦ୍ଧି ଯାତ୍ରାରେ ସହଯୋଗ କରିବାପାଇଁ ଆମେ ପ୍ରତିବଦ୍ଧ । ଜିଓର ନିବେଶକ ଓ ସହଯୋଗୀ ନେଟୱର୍କ ସହିତ ଆମର ମଧ୍ୟ ବିଶ୍ୱାସ ରହିଛି ଯେ ଏହି ପ୍ଲାଟଫର୍ମ କଂପାନି ଡିଜିଟାଲ୍ ଅର୍ଥନୀତିର ବିକାଶକୁ ଆହୁରି ଆଗକୁ ବଢ଼ାଇବ ଓ ତ୍ୱରାନ୍ୱିତ କରିବ ।’’
ବିଶ୍ୱରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଥିବା ଏବଂ ପ୍ରମୁଖ ଆହ୍ୱାନଗୁଡ଼ିକର ସମାଧାନ ଦିଗରେ କାର୍ଯ୍ୟ କରୁଥିବା ବିଭିନ୍ନ କ୍ଷେତ୍ର ସହିତ ସମନ୍ୱିତ ଆବୁଧାବିର ବିବିଧ ଅର୍ଥନୀତିକୁ ଆଗକୁ ବଢାଇବା ଲାଗି ମୁବାଦଲା ନିବେଶ ଓ ସହଭାଗିତା ସ୍ଥାପନ କରିଥାଏ । ଏହି ଦାୟିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଯୁଗାନ୍ତକାରୀ ପରିବର୍ତନ ଆଣୁଥିବା ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିରେ ନିବେଶ ଯେଉଁଥିରେ ସାମିଲ ରହିଛି କଗନିଟିଭ କମ୍ପ୍ୟୁଟିଂ, ଆଇସିଟି ଭିତ୍ତିଭୂମି, ଟେଲିକମ୍ କ୍ଷେତ୍ର ଏବଂ ଉପଗ୍ରହ ପରିଚାଳନା ।
ନବଉନ୍ମେଷ ଓ ପ୍ରଯୁକ୍ତି ପ୍ରତି ନିଜର ପ୍ରତିବଦ୍ଧତାକୁ ଅଗକୁ ବଢ଼ାଇବା ପାଇଁ ଏବଂ ଦୂରଦୃଷ୍ଟି ସମ୍ପନ୍ନ ପ୍ରତିଷ୍ଠାତାମାନଙ୍କ ସହ ଆଗୁଆ ସହଭାଗିତା ସ୍ଥାପନ କରିବା ଏବଂ ଅଭିନବ ବ୍ୟବସାୟଗୁଡିକୁ ସହାୟତା ଦେବା ଲାଗି ମୁବାଦଲା ଏହାର ଭେଂଚର ଶାଖାକୁ ୨୦୧୭ରେ ସ୍ଥାପନ କରିଥିଲା । ମୁବାଦଲାର ଭେଂଚର ବ୍ୟବସାୟ ଏବେ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ଓ ମଧ୍ୟ ପ୍ରାଚ୍ୟର ଅନେକ ଭେଂଚର ଫଣ୍ଡ୍କୁ ପରିଚାଳନା କରୁଛି ।
ବର୍ତମାନ ମୁବାଦଲାର ନିବେଶ ପୋର୍ଟର୍ଫୋଲିଓରେ ରହିଛି ଅତ୍ୟାଧୁନିକ ମାନୁଫାକ୍ଚରିଂ, ସେମିକଣ୍ଡକ୍ଟର, ଧାତବ ଓ ଖନନ କ୍ଷେତ୍ର, ଫାର୍ମାସ୍ୟୁଟିକାଲ୍ ଏବଂ ମେଡିକାଲ୍ ପ୍ରଯୁକ୍ତି, ଅକ୍ଷୟ ଶକ୍ତି ଓ ୟୁଟିଲିଟିଜ୍ ଏବଂ ବିବିଧ ଆର୍ଥିକ ହୋଲ୍ଡିଂର ପରିଚାଳନା ।
ଏହି ସହଭାଗିତା ନିୟାମକ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ମଂଜୁରି ଉପରେ ନିର୍ଭରଶୀଳ ।
ମର୍ଗାନ ଷ୍ଟାନଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଆର୍ଥିକ ଉପଦେଷ୍ଟା ଭୂମିକା ନିର୍ବାହ କରିଥିବା ବେଳେ ଏଜେଡବି ଆଣ୍ଡ ପାର୍ଟନର୍ସ ଏବଂ ଡେଭିସ ପୋଲ୍କ ଆଣ୍ଡ ୱାର୍ଡୱେଲ ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।