ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା(OJEEE) ପରୀକ୍ଷା
ଭୁବନେଶ୍ୱର . – ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ବି.ଟେକ୍ ଓ ବି.ଟେକ୍ ଡିପ୍ଲୋମା ଲାଗି ଲାଟେରାଲ୍ ଏଣ୍ଟ୍ରି ଟୁ ଏବଂ ଏମ୍.ବି.ଏ., ଏମ୍.ସି.ଏ., ଲାଟେରାଲ୍ ଏଣ୍ଟ୍ରି ଏମ୍.ସି.ଏ, ବି.ଫାର୍ମା ଓ ଏମ୍. ଫାର୍ମା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା କରାଯାଉଛି ।
ଦୁଇଟି ସିପ୍ଟରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଛାତ୍ରଛାତ୍ରୀମାନେ ojee.nic.inୱେବ୍ସାଇଟରୁ ସେମାନଙ୍କ ଆର୍ଡ୍ମିଟ୍ କାର୍ଡ୍ ଡାଉନ୍ଲୋଡ୍ କରିପାରିବେ ।