ପବିତ୍ର ଦୀପାବଳି ଓ ପୟା ଶ୍ରାଦ୍ଧ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ସହିତ ଚାରିପଟେ ୧୪୪ ଧାରା ଜାରି

0 82

ପବିତ୍ର ଦୀପାବଳି ଓ ପୟା ଶ୍ରାଦ୍ଧ ଆସନ୍ତା ୪ ତାରିଖ ଦିନ ଅନୁଷ୍ଠିତ ହେବ । କୋଭିଡ୍‍ କଟକଣା ଦୃଷ୍ଟିରୁ ଚଳିତବର୍ଷ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ସହିତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯିବ ।

ପରମ୍ପରା ଅନୁଯାୟୀ ଏହିଦିନ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଚାରିପଟେ ଏକତ୍ରିତ ହେବା ସହିତ ସିଂହଦ୍ୱାର ସମ୍ମୁଖ ବଡଦାଣ୍ଡରେ କାଉଁରିଆ ଜାଳି ଥାଆନ୍ତି । ଏଥିସହ କାଳୀପୂଜା ଅବସରରେ ଆସନ୍ତା ୪ ଓ ୫ ତାରିଖରେ ବୀରଗୋବିନ୍ଦପୁର ଦକ୍ଷିଣକାଳୀ ପୀଠରେ ୧୪୪ ଧାରା ଜାରି କରାଯିବ ।

ରାଜ୍ୟ ସରକାର ନଭେମ୍ବର ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକାରେ ଧର୍ମାନୁଷ୍ଠାନରେ ପର୍ବପର୍ବାଣି ପାଳନ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ନୂତନ ମାର୍ଗଦର୍ଶିକା ଅନୁସାରେ ସହରାଞ୍ଚଳରେ ସାନ୍ଧ୍ୟ ଆଇନ୍‍ ପୂର୍ବପରି ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ଏବଂ ସମସ୍ତ ପ୍ରକାର ଦୋକାନବଜାର ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିପାରିବ । ତେବେ ସାନ୍ଧ୍ୟ ଆଇନ୍‍ ସମୟରେ ସମସ୍ତ ଜରୁରୀ ସେବା ଉପଲବ୍ଧ ହେବ ।


ଆସନ୍ତା ଦୀପାବଳିରେ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ରାଜ୍ୟରେ ବାଣ ବିକ୍ରି ଓ ବାଣଫୁଟା ଅନୁମତି ପ୍ରଦାନ ଲାଗି ଅଲ୍‍ ଓଡ଼ିଶା ଫାୟାର କ୍ରାକର ଆସୋସିଏସନ ଉଚ୍ଚ ନ୍ୟାୟାଳୟରେ କରିଥିବା ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସୂଚନା ଅନୁଯାୟୀ ରାଜ୍ୟ ସରକାର ନୂତନ ମାର୍ଗଦର୍ଶିକାରେ ବାଣ ଫୁଟାଇବା ଉପରେ ଅଙ୍କୁଶ ଜାରି କରିଥିବାବେଳେ ହାଇକୋର୍ଟ ସେଥିରେ ସାମାନ୍ୟ କୋହଳ କରିଛନ୍ତି । ତେଣୁ କେବଳ ପରିବେଶ ଅନୁକୂଳ ଏବଂ
ପେଟ୍ରୋଲିୟମ୍‍ ତଥା ବିସ୍ଫୋରକ ସୁରକ୍ଷା ପ୍ରତିଷ୍ଠାନ ଅନୁମୋଦିତ ବାଣ ଫୁଟାଇବାପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି ।

ଦୀପାବଳି ଦିନ ରାତି ୮ଟାରୁ ୧୦ଟା ମଧ୍ୟରେ କେବଳ ବାଣ ଫୁଟାଯାଇପାରିବ । ଜନସାଧାରଣଙ୍କୁ ଯେଭଳି ସବୁଜ ବାଣ ମିଳିପାରିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ
ନେବେ ବୋଲି ହାଇକୋର୍ଟ କହିଛନ୍ତି । ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ସ୍ୱତନ୍ତ୍ର ରିଲିଫ୍‍ କମିଶନର ଗତ ୩୦ ତାରିଖରେ ରିପୋର୍ଟ ଦାଖଲ କରିବା ପରେ ଆଜି ସେହି ମାମଲାରେ ନିଷ୍ପତ୍ତି ହୋଇଥିଲା ।

ସୂଚନାଯୋଗ୍ୟ ରାଜ୍ୟରେ ବାଣ ବିକ୍ରି ଓ ବାଣଫୁଟା ଅନୁମତି ପ୍ରଦାନ ଲାଗି ଅଲ୍‍ ଓଡ଼ିଶା ଫାୟାର କ୍ରାକର ଆସୋସିଏସନ ଉଚ୍ଚ ନ୍ୟାୟାଳୟରେ କରିଥିବା ଆବେଦନର ଶୁଣାଣି ଅନୁସାରେ ଆଜି ସ୍ୱତନ୍ତ୍ର ରିଲିଫ କମିସନର ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରି ମତାମତ ରଖିବେ । ପରେ ବାଣ ବିକ୍ରି ଓ ବାଣ ଫୁଟାଇବା ନେଇ ସଠିକ୍‍ ନିର୍ଦ୍ଦେଶନାମା ଜାରି ହେବ ।

ରାଜ୍ୟ ସରକାର ନଭେମ୍ବର ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକାରେ ଧର୍ମାନୁଷ୍ଠାନରେ ପର୍ବପର୍ବାଣି ପାଳନ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ନୂତନ ମାର୍ଗଦର୍ଶିକା ଅନୁସାରେ ସହରାଞ୍ଚଳରେ ସାନ୍ଧ୍ୟ ଆଇନ୍‍ ପୂର୍ବପରି ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ଏବଂ ସମସ୍ତ ପ୍ରକାର ଦୋକାନବଜାର ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିପାରିବ । ତେବେ ସାନ୍ଧ୍ୟ ଆଇନ୍‍ ସମୟରେ ସମସ୍ତ ଜରୁରୀ ସେବା ଉପଲବ୍ଧ ହେବ ।

Leave A Reply