ଆଘାତ ପରେ ଆଖି ଭିତରେ ଖସି ପଡିଲା ଆଇରିସ ବା ଆଖି ପିତୁଳା

0 1,472

ନ୍ୟୁୟର୍କ.- ଆଖିରେ ଆଘାତ ପରେ ଜଣେ ବ୍ୟକ୍ତିଙ୍କର ଆଇରିସ୍‌ ବା ଆଖି ପିତୁଳା ଆଖିଭିତର ଖସି ପଡିଛି । ବ୍ୟକ୍ତି ଜଣଙ୍କ ଏକ ମୋଟା ରବର ରଶି ସାହାଯ୍ୟରେ ନିଜ ଦୁଇ ଚକିଆ ଯାନରେ ଜିନିଷ ପତ୍ର ରଖୁଥିଲେ । ଏତିକିବେଳେ ଏହା ଛିଟିକି ଆଖିରେ ବାଜିଥିଲା । ଆଘାତ ଲାଗିବା ପରେ ଆଇରିସଟି ଆଖି ଡୋଳା ଭିତରେ ଖସିପଡିଥିଲା . ଆଖିରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କୁ ଦେଖାଇଥିଲେ । ଚକ୍ଷୁ ବିଶେଷଜ୍ଞ ପରୀକ୍ଷା ପରେ ଆଇରିସ୍‌ ଭାଙ୍ଗିଯାଇଥିବା ସୂଚନା ଦେଇଛନ୍ତି । ଏହି କାରଣରୁ ସେ ନିଜର ଦୃଷ୍ଟି ଶକ୍ତି ହରାଇଥିଲେ । ମାତ୍ର ପରେ ଅସ୍ତ୍ରୋପଚାର ପରେ ସେ ପୁଣି ଦୃଷ୍ଟି ଶକ୍ତି ଫେରି ପାଇଛନ୍ତି ।

Leave A Reply