୨୦୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବ
ନୂଆଦିଲ୍ଲୀ : ନିଜର ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତକୁ ଆସନ୍ତା ୫ ବର୍ଷ ଅର୍ଥାତ ୨୦୨୫ ସୁଦ୍ଧା ଏକ ୫ ଟ୍ରିଲିୟନ ଡଲାର ( ୫ ଲକ୍ଷ କୋଟି ଡଲାର) ଅର୍ଥନୀତିରେ ପରିଣତ କରିବାକୁ ସରକାରଙ୍କ ଅଙ୍ଗୀକାର ବଦ୍ଧତା ବିଷୟରେ ସୂଚନା ଦେଇଛନ୍ତି । ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବା ବୋଲି ଦର୍ଶାଯାଇଥିଲା । ବର୍ଷକୁ ୮ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାକୁ ହେବ ବୋଲି ଏଥିରେ ସୂଚନା ଦିଆଯାଇଥିଲା ।
୫ ବର୍ଷ ପୂର୍ବେ ଭାରତ ବିଶ୍ୱର ୧୧ତମ ଅର୍ଥନୀତି ଥିଲା, ଏବେ ବିଶ୍ୱର ୬ଷ୍ଠ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି , ଏ ବିଷୟରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ୫ ବର୍ଷରେ ଭାରତ ନିଜର ଜିଡିପିରେ ୧ ଟ୍ରିଲିୟନ ଡଲାର ଯୋଗ କରିଛି । ଏଣୁ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଅର୍ଥନୀତି ହେବା ଅସମ୍ଭବ ନୁହେଁ ।
ଚଳିତ ବର୍ଷ ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ।