ହୋଣ୍ଡା ପକ୍ଷରୁ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସରେ ୧୬୦ ସହରର ୧.୨ ଲକ୍ଷ ଲୋକଙ୍କୁ ସଚେତନ କରାଯାଇଛି
ଭୁୁବନେଶ୍ୱର / କଟକ: ଚଳିତ ବର୍ଷ ଜାନୁଆରି ୧୮ରୁ ଫେବ୍ରୁଆରି ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦେଶର ୧୬୦ଟି ସହରର ୧.୨ ଲକ୍ଷ ଲୋକଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ସଚେତନ କରାଯାଇଛି । ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟର ବିଷୟବସ୍ତୁ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ଉପରେ ଏହି ମାସକୁ ପାଳନ କରାଯାଇଛି । ଓଡ଼ିଶାରେ ୪୯୦୦ ପିଲାଙ୍କୁ ସଚେତନ କରାଯାଇଛି । ଭୁବନେଶ୍ୱରରେ ୧୯୦୦ରୁ ଅଧିକ ଓ କଟକରେ ୨୩୦୦ରୁ ଅଧିକ ପିଲା ଓ ବୟସ୍କଙ୍କୁ ସଚେତନ କରାଯାଇଛି । କଟକ, ବାଲେଶ୍ୱର, ଭୁବନେଶ୍ୱର, ବ୍ରହ୍ମପୁର, ଯାଜପୁର ଓ ସମ୍ବଲପୁର ଭଳି ୬ଟି ସହରରେ ୬୦୦ରୁ ଅଧିକ କର୍ପୋରେଟ୍ ପେସାଦାରମାନଙ୍କ ପାଇଁ ଡିଜିଟାଲ୍ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ହୋଣ୍ଡା ପକ୍ଷରୁ ଏହି ମାସରେ ବିଭିନ୍ନ ଆଂଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ), ଟ୍ରାଫିକ ପୋଲିସ ବିଭାଗ, ସରକାରୀ ସ୍ୱାସ୍ଥ୍ୟ ବିଭାଗ, ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର, ସ୍କୁଲ୍, କଲେଜ ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରି ଲୋକମାନଙ୍କୁ ସଚେତନ କରାଯାଇଥିଲା । ଏହି ବୃହତ୍ କାର୍ଯ୍ୟକ୍ରମରେ କଂପାନିର ୬୩୦୦ରୁ ଅଧିକ ବିକ୍ରି ଓ ସର୍ଭିସ୍ ଟଚ୍ପଏଂଟ୍ ଅଂଶଗ୍ରହଣ କରି ମେଟ୍ରୋ ସହର ବାହାରେ ମଧ୍ୟ ଲୋକମାନଙ୍କୁ ବ୍ୟାପକ ଭାବେ ସଚେତନ କରିଥିଲେ । ୫୮ଟି ସହରରେ ୪ ୱାକାଥନ୍ ଓ ୯୭ ସଡ଼କ ସୁରକ୍ଷା ପ୍ରଚାର ରାଲି ଆୟୋଜନ କରାଯାଇଥିଲା । ହୋଣ୍ଡାର ସୁରକ୍ଷା ନିର୍ଦେଶଦାତାମାନେ ୫୦,୦୦୦ରୁ ଅଧିକ ଲୋକଙ୍କୁ ୩୦୦ ଡିଜିଟାଲ୍ ହୋଣ୍ଡା ସଡ଼କ ସୁରକ୍ଷା ଅଭିଯାନ ଇ-ଗୁରୁକୂଳ ପ୍ରଶିକ୍ଷଣ ଜରିଆରେ ସଚେତନ କରିଛନ୍ତି । ୯୬୦୦ରୁ ଅଧିକ ଲର୍ନର୍ ଲାଇନେସନ୍ସପ୍ରାପ୍ତ ଏବଂ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ହୋଣ୍ଡାର ୫ ସୁରକ୍ଷିତ ଗାଡ଼ିଚାଳନା ପ୍ରଶିକ୍ଷଣ କେନ୍ଦ୍ର ଓ ୩ଟି ଟ୍ରାଫିକ୍ ପାର୍କରେ କ୍ଲାସରୁମ୍ ପ୍ରଶିକ୍ଷଣ ଦିଆଯାଇଛି । ହୋଣ୍ଡାର ୧୨ ପୋଷ୍ୟ ଟ୍ରାଫିକ୍ ଟ୍ରେନିଂ ପାର୍କ ୧୮୩ ସ୍କୁଲ୍, କଲେଜ ଓ କର୍ପୋରେଟ୍ର ୨୨,୦୦୦ ଶିଶୁ ଓ ବୟସ୍କଙ୍କୁ ସଚେତନ କରିଛନ୍ତି ।
ଏହି ଅବସରରେ ଶ୍ରୀଯୁକ୍ତ ପ୍ରଭୁ ନାଗରାଜ, ବରିଷ୍ଠ ଉପସଭାପତି, ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ୍, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଗମନାଗମନ ବ୍ୟବସାୟରେ ଏକ କର୍ପୋରେଟ୍ ଭାବେ ହୋଣ୍ଡା କେବଳ ସୁରକ୍ଷିତ ଉତ୍ପାଦ ପାଇଁ ନୁହେଁ ବରଂ ଲୋକମାନଙ୍କ ପାଇଁ ସଡ଼କକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ । ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସରେ ହୋଣ୍ଡା ପରିବାର ଅଗ୍ରଦୂତ ସାଜି ସଡ଼କ ସୁରକ୍ଷା ଜୀବନ ରକ୍ଷା ବାର୍ତାକୁ ସ୍କୁଲ୍ ଓ କଲେଜ ପିଲା, ପ୍ରଥମ ଥର ଲାଇସେନ୍ସ ଆବେଦନକାରୀ, ବସ ଚାଳକ ଏବଂ ପଥଚାରୀ ଭଳି ସବୁ ବୟସ ବର୍ଗର ୧.୨ ଲକ୍ଷ ଲୋକଙ୍କ ନିକଟରେ ପହଂଚାଇଛି । ଆଗାମୀ ଦିନରେ ମଧ୍ୟ କଂପାନି ସାରା ଭାରତର ଲୋକଙ୍କୁ ସଚେତନ କରିବା ଜାରି ରଖିବ ।’’