ନୂଆଦିଲ୍ଲୀ: ବିହାର, ଆସାମ ଓ ଉତ୍ତର ପ୍ରଦେଶରେ ବନ୍ୟା ଯୋଗୁଁ ଉଦବେଗଜନକ ପରିସ୍ଥିତି ଦେଖାଯାଇଛି । ବିହାର ୧୬ଟି ଜିଲ୍ଲାରେ ୩୪ ଜଣ, ଉତ୍ତରପ୍ରଦେଶରେ ୧୪ ଜଣ ଓ ଆସାମରେ ୧୭ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଆସାମରେ ବନ୍ୟା ଯୋଗୁଁ ୭୨ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବିହାରରେ ୪୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ର ସରକାର ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ମଙ୍ଗଳବାର ୨୫୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବନ୍ୟାରେ ନିଜର ଆତ୍ମୀୟଙ୍କୁ ହରାଇଥିବା ପରିବାରକୁ ୪-୪ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ।
ଉତ୍ତର ବିହାରରେ ବୁଢ଼ୀ ଗଡ଼କ ସମେତ ୬ ନଦୀ ବିପଦ ସଂକେତ ଉପରେ ରହିଛି । ବିହାରର ଦରଭଙ୍ଗାରେ ୨, ମୁଜାଫରପୁରରେ ୪, ମୋତିହାରୀରେ ୧, ସୀତାମାଢ଼ୀରେ ୨, ଶିୱହରରେ ୮, ମଧୁବନୀରେ ୬, ପୁର୍ଣ୍ଣିଆରେ ୯ ଏବଂ କଟିହାରରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କହିବା ଅନୁସାରେ ୭୯୬ ଯବାନଙ୍କ ସହିତ ଏନଡିଆରଏଫର ୨୬ଟି ଟିମ ୧.୨୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି ।
ପାଣିପାଗ ବିଭାଗ ଅନୁସାରେ ଆସାମରେ ରେଡ ଆଲର୍ଟ ଜାରି କରିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ଆଶଙ୍କା ରହିଛି । କେନ୍ଦ୍ର ସରକାର ଉଦ୍ଧାର କାର୍ଯ୍ୟ ପାଇଁ ୨୫୧.୫୫ କୋଟି ଟଙ୍କା ସହାୟତା ରାଶି ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହିତ କଥାବାର୍ତ୍ତା କରି ସବୁପ୍ରକାରର ସାଯାହ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢୁଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ୪,୧୫୭ ଗାଁରେ ୪୨.୮୭ ଲକ୍ଷ ଲୋକ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତର ସମ୍ମୁଖୀନ ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post