ଶସ୍ତାହେଲ ବିଦ୍ୟୁତ ଚାଳିତ ଯାନ, ଜିଏସ୍‌ଟି ୧୨ରୁ ୫ ପ୍ରତିଶତକୁ ହ୍ରାସ

0 2,316

ନୂଆଦିଲ୍ଲୀ . – ବିଦ୍ୟୁତ୍‍ ଚାଳିତ ଯାନଗୁଡ଼ିକ ଉପରୁ ଶତକଡା ୧୨ ଭାଗ ଜିଏସ୍‍ଟିକୁ ହ୍ରାସ କରି ୫ ଭାଗ ରଖିବା ପାଇଁ ଜିଏସ୍‍ଟି ପରିଷଦ ନିଷ୍ପତ୍ତି ନେଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ୩୬ତମ ଜିଏସ୍‍ଟି ପରିଷଦ ବୈଠକରେ ବିଦ୍ୟୁତ୍‍ ଚାଳିତ ଯାନର ଚାର୍ଜରଗୁଡ଼ିକ ଉପରୁ ଜିଏସ୍‍ଟି ଶତକଡା ୧୮ ଭାଗରୁ ୫ ଭାଗକୁ ମଧ୍ୟ ହ୍ରାସ କରାଯାଇଛି। ଏହି ନୂଆ ହାର ଆସନ୍ତା ମାସ ପହିଲାରୁ କାର୍ଯ୍ୟକାରୀ ହେବ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଦ୍ୟୁତ୍‍ ଚାଳିତ ଯାନ ଭଡ଼ା ଉପରେ ଜିଏସ୍‍ଟି ଲାଗୁ ହେବ ନାହିଁ।

ପାର୍ଲାମେଣ୍ଟରେ କେନ୍ଦ୍ରୀୟ ବଜେଟ୍‍ ଉପସ୍ଥାପନ କରିସାରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଏହି ପ୍ରଥମ ବୈଠକକୁ ପୌରୋହିତ୍ୟ କରିଥିଲେ। ଗତଥରର ଜିଏସ୍‍ଟି ପରିଷଦ ବୈଠକରେ ଜିଏସ୍‍ଟି ଅଧୀନରେ ବ୍ୟବସାୟୀମାନେ ଆଧାର ନମ୍ବର ଜରିଆରେ ପଞ୍ଜିକୃତ କରିବା ଏବଂ ଜିଏସ୍‍ଟି ହାର ହ୍ରାସର ଶତକଡା ୧୦ଭାଗ ପର୍ଯ୍ୟନ୍ତ ଉପଭୋକ୍ତାମାନଙ୍କୁ ଦେବାଲାଗି ଅନୁମୋଦନ କରାଯାଇଥିଲା।

Leave A Reply