ଭୁବନେଶ୍ୱର, ୧୩ ମାର୍ଚ୍ଚ ୨୦୨୬ : କୋଲକାତାରେ ଏକ ସଫଳ ପ୍ରଦର୍ଶନୀ ପରେ ଡଃ ବୀନା ଉନ୍ନିକ୍ରିଷ୍ଣନଙ୍କ ଜାତୀୟ ଭ୍ରମଣ କଳା ପ୍ରଦର୍ଶନୀ ‘ଏକା-ଦ ୱାନ’ ଏବେ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଯାହା ଭାରତର ପବିତ୍ର ନାରୀତ୍ୱ ଐତିହ୍ୟର ଏକ ଶକ୍ତିଶାଳୀ ଆଧୁନିକ ବ୍ୟାଖ୍ୟା ପ୍ରଦାନ କରିବ । ଏହି ତିନି ଦିବସୀୟ ପ୍ରଦର୍ଶନୀ ଆସନ୍ତା ମାର୍ଚ୍ଚ ୧୪ ତାରିଖରୁ ମାର୍ଚ୍ଚ ୧୬ ତାରିଖ ୨୦୨୬ ପର୍ଯ୍ୟନ୍ତ ଚନ୍ଦ୍ରଶେଖରପୁରସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଆୟୋଜିତ ହେବ । ପ୍ରଦର୍ଶନୀର ପରିଦର୍ଶନ ସମୟ ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରହିଛି । ଏହି ପ୍ରଦର୍ଶନୀ ଏବେ ଭୁବନେଶ୍ୱରରେ ଆୟୋଜିତ ହେଉଛି ଯାହାକୁ ପବିତ୍ର ହୀରାପୁର ଚଉଷଠୀ ଯୋଗିନି ମନ୍ଦିରର ଘର କୁହାଯାଇଥାଏ, ଯେଉଁଠାରୁ ଚିତ୍ରକଳାଗୁଡିକରେ ଚିତ୍ରିତ ୬୪ ଯୋଗିନିର ନାମ ଆସିଛି । ଏହି ପ୍ରଦର୍ଶନୀ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ସଫଳତାକୁ ଚିହ୍ନିତ କରିଛି କାରଣ ଏଥିରେ ଜଣେ କଳାକାରଙ୍କ ଦ୍ୱାରା ଚିତ୍ରଣ କରାଯାଇଥିବା ସମସ୍ତ ୬୪ ଯୋଗିନିଙ୍କ ପ୍ରଥମ ସମ୍ପୂର୍ଣ୍ଣ ଆଧୁନିକ ସଂଗ୍ରହ ରହିଛି ।

‘ଏକା-ଦ ୱାନ’ ହେଉଛି ଏକ ମହତ୍ୱାକାଂକ୍ଷୀ ଜାତୀୟ ଯାତ୍ରା ଯାହା ଆଜିର ସାଂସ୍କୃତିକ ଓ ସାମାଜିକ ଆଲୋଚନାରେ ପ୍ରାଚୀନ ଆଧ୍ୟାତ୍ମିକ ପରମ୍ପରାକୁ ଅନ୍ତର୍ଭୁକ୍ତ କରିବା ପାଇଁ ୧୬ଟି ରାଜ୍ୟରେ ପରିବ୍ୟାପ୍ତ ରହିଛି ଓ ୧୦,୦୦୦ କିମିରୁ ଅଧିକ ପଥ ଅତିକ୍ରମ କରିଛି । ପ୍ରଦର୍ଶନୀକୁ ଆସିବାକୁ ଥିବା ଦର୍ଶକମାନେ ୬୪ଟି ଚିତ୍ର ସହ ଜଡିତ ହେବା ଏବଂ ଏହା ସମ୍ବନ୍ଧିତ ଏକ ଡକ୍ୟୁମେଂଟାରୀ, ୱାଇ୬୪: ୱିସ୍ପର୍ସ ଅଫ୍ ଅନ୍ସିନ’କୁ ଦେଖିବା ପାଇଁ ସୁଯୋଗ ପାଇବେ । ଏକ ଅଣ-ବାଣିଜ୍ୟିକ ସାର୍ବଜନିନ ପଦକ୍ଷେପ ଭାବେ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ବିନା କୌଣସି ପ୍ରବେଶ ଶୁଳ୍କରେ ସମସ୍ତଙ୍କ ପାଇଁ ଖୋଲା ରହିଛି ଏବଂ ଏଠାରେ ପ୍ରଦର୍ଶିତ ହେବାକୁ ଥିବା କୌଣସି କଳାକୃତିକୁ ବିକ୍ରି ପାଇଁ ରଖାଯାଇନାହିଁ, ଯାହା ଯୋଗିନି ଐତିହ୍ୟକୁ ଅଧିକ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରିବାର ଲକ୍ଷ୍ୟକୁ ସୁଦୃଢ କରିଛି । ଭୁବନେଶ୍ୱରକୁ ଏହାର ଆଗମନ , ନିର୍ଭୀକ କଳାତ୍ମକ ଅଭିବ୍ୟକ୍ତି ଓ ବାର୍ତା ମାଧ୍ୟମରେ ଭାରତର ପବିତ୍ର ନାରୀତ୍ୱ ବିରାସତର ପୁନରୁଦ୍ଧାର ପାଇଁ ପ୍ରଦର୍ଶନୀର ଲକ୍ଷ୍ୟକୁ ବଜାୟ ରଖିଛି ।
Comments are closed, but trackbacks and pingbacks are open.