ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍‍ ଟିକେଟ ସୁବିଧା ପ୍ରଚଳନ

0 69

ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍‍ ଟିକେଟ ସୁବିଧା ପ୍ରଚଳନ କରାଯାଇଛି । ଏଥିରେ ୧୧ ଯୋଡା ଆନ୍ତଃଜୋନ୍‍ ଏକ୍ସପ୍ରେସ୍‍, ୮ ଯୋଡ଼ା ଲୋକାଲ ସ୍ୱତନ୍ତ୍ର ଟ୍ରେନ୍‍ ଏବଂ ୫ ଯୋଡା ଅନ୍ତଃଜୋନ୍‍ ସ୍ୱତନ୍ତ୍ର ଟ୍ରେନ୍‍ ସହିତ ମୋଟ ୨୪ ଯୋଡା ଟ୍ରେନ୍‍ରେ ଏହି ସିଜିନ୍‍ ଟିକେଟ୍‍ ବ୍ୟବସ୍ଥା ପୁନଃ ଆରମ୍ଭ କରାଯାଇଛି । ପୂର୍ବତଟ୍ଟ ରେଳପଥ ପ୍ରତିଦିନ ଯାତାୟାତ କରୁଥିବା ଟ୍ରେନ୍‍ଯାତ୍ରୀମାନଙ୍କ ସୁବିଧା ପାଇଁ ଆହୁରି ୮ ଯୋଡା ଟ୍ରେନ୍‍ରେ ମାସିକ, ତୈମାସିକ ସିଜିନ୍‍ ଟିକେଟ୍‍ ବ୍ୟବସ୍ଥା ଆରମ୍ଭ କରିବାକୁ ଅନୁମତି ଦେଇଛି ।


ବାଲେଶ୍ୱର ରେଳ ଷ୍ଟେସନ ଦକ୍ଷିଣ ପୂର୍ବ ରେଳପଥର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ ହୋଇଥିବାରୁ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ପ୍ରକାର ପ୍ରାକ୍‍ ପ୍ରସ୍ତୁତି ସରିଛି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ କହିଛନ୍ତି । ବାଲେଶ୍ୱର ରେଳ ଷ୍ଟେସନର ନୂତନ ପ୍ରଶାସନିକ ଭବନ ପ୍ରକଳ୍ପର ଭୂମିପୂଜା ଉତ୍ସବରେ ଆଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଷଡଙ୍ଗୀ କହିଛନ୍ତି, ଓଡ଼ିଶା ଓ ପଶ୍ଚିମବଙ୍ଗକୁ ଯୋଡ଼ିବା କ୍ଷେତ୍ରରେ ବାଲେଶ୍ୱର ଷ୍ଟେସନର ଗୁରୁତ୍ୱ ରହିଛି । ଏହି ଷ୍ଟେସନ ଏକ ଆଧୁନିକ
ଷ୍ଟେସନର ମାନ୍ୟତା ପାଇବା ପାଇଁ ୨ଟି ପର୍ଯ୍ୟାୟରେ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରଥମେ ନିର୍ମାଣ କାର୍ଯ୍ୟ କରାଯିବ ।

ଆଗାମୀ ୧୮ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବ୍‍କା ସାଥ୍‍ ସବ୍‍କା ବିକାଶ ଓ ସବ୍‍ କା ବିଶ୍ୱାସ’କୁ ଅଗ୍ରାଧିକାର ଦେଇ ଏହି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରାଯିବ । ଏଥିପାଇଁ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଷ୍ଟେସନର ଆକାର ବୃଦ୍ଧି ଘଟିଲେ ବାସଚ୍ୟୁତ ଲୋକଙ୍କୁ ଥଇଥାନ କରାଯିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

Leave A Reply