ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍‍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା-ଗତବର୍ଷଭଳି ଏବର୍ଷ ମଧ୍ୟ ବାଣ ଫୁଟାଯିବ କି ନାହିଁ!

0 74

ପବିତ୍ର ଦୀପାବଳି ପାଳନ ସମୟରେ କୋଭିଡ୍‍ କଟକଣାକୁ ମାନିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରହିଛି । ତେବେ ଗତବର୍ଷଭଳି ଏବର୍ଷ
ମଧ୍ୟ ବାଣ ଫୁଟାଯିବ କି ନାହିଁ ସେ ନେଇ ଅନିଶ୍ଚିତତା ଲାଗି ରହିଛି । ମାମଲା ହାଇକୋର୍ଟରେ ବିଚାରାଧିନ ରହିଛି । ଏ ନେଇ ସୋମବାର ସୁଦ୍ଧା ଅଦାଲତରେ
ସତ୍ୟପାଠ ଦାଖଲ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମର୍ମରେ ଏସ୍‍ଆରସିଙ୍କ ପକ୍ଷରୁ ଆବେଦନକାରୀ ଅଲ୍‍ ଓଡ଼ିଶା ଫାୟାର କ୍ରାକର ଆସୋସିଏସନଙ୍କ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରାଯାଇଛି । ସଂଘର ଯୁକ୍ତି ଅନୁଯାୟୀ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏଥର ଦୀପାବଳିରେ ସବୁଜ ବାଣ ବା ଗ୍ରୀନ କ୍ରାକରକୁ ବିକ୍ରୀ ଓ ଫୁଟାଇବା ଲାଗି ସରକାର ଅନୁମତି ଦେବାକୁ ଅନୁରୋଧ କରାଯାଇଛି ।

ଅଦାଲତରେ ଏସ୍‍ଆରସିଙ୍କ ସତ୍ୟପାଠ ଅନୁସାରେ ଏ ନେଇ ଯାହାକିଛି ନିଷ୍ପତ୍ତି ନିଆଯାଇପାରେ । ରାଜ୍ୟ ସରକାରଙ୍କ ପକ୍ଷରୁ ସନ୍ଧ୍ୟାରେ ନଭେମ୍ବର ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି କରାଯିବ ବୋଲି ସୂଚନା ମିଳିଛି ।

Leave A Reply