ଆଷ୍ଟ୍ରାଜେନେକାର ଡାପାଗ୍ଲିିଫ୍ଲୋକ୍ସିନ୍‌କୁ ଭାରତରେ କିଡ୍‌ନି ରୋଗ ପାଇଁ ମଞ୍ଜୁରି ପ୍ରଦାନ

0 4,871

ଭୁବନେଶ୍ୱର: ବିଜ୍ଞାନ ଦ୍ୱାରା ପରିଚାଳିତ ଭାରତର ଅଗ୍ରଣୀ ବାୟୋଫାର୍ମାସ୍ୟୁଟିକାଲ୍‌ କଂପାନି ଆଷ୍ଟ୍ରାଜେନେକା ଇଣ୍ଡିଆ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଆଂଟି ଡାଇବେଟିକ୍‌ ଔଷଧ ଡାପାଗ୍ଲାଫ୍ଲୋକ୍ସିନ୍‌କୁ ଭାରତରେ ସ୍ଥାୟୀ କିଡ୍‌ନି ରୋଗ ତୃତୀୟ ସ୍ତର ପର୍ଯ୍ୟନ୍ତ ବ୍ୟବହାର କରିବା ଲାଗି ବିପଣନ ନିମନ୍ତେ ମଞ୍ଜୁରି ହାସଲ କରିଛି । ଏହା ଭାରତରେ ନେଫ୍ରୋଲୋଜିଷ୍ଟ୍‌ ମାନଙ୍କ ପାଇଁ ନୂଆ ଡାପାଗ୍ଲେିଫ୍ଲୋଜିନ୍‌ ଟାବ୍‌ଲେଟ୍‌ ୧୦ ମିଲିଗ୍ରାମ୍‌ ଉନ୍ମୋଚନ କରିବାର ପଥ ଉନ୍ମୁକ୍ତ କରିଛି । ଆଷ୍ଟ୍ରାଜେନେକାର ଏହି ଔଷଧ ହେଉଛି ପ୍ରଥମ ଔଷଧ ଯାହା ସ୍ଥାୟୀ କିଡ୍‌ନି ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଭାବ ଓ ସୁରକ୍ଷା ତଥ୍ୟ ପ୍ରଦର୍ଶନ କରିଛି । ଟାଇପ୍‌-୨ ଡାଇବେଟିସ୍‌ ରୋଗ ଥାଉ ଅଥବା ନଥାଉ ଏହି ଔଷଧ ରୋଗୀଙ୍କ କିଡ୍‌ନି ରୋଗର ମାତ୍ରା ହ୍ରାସ କରିବାରେ ଉଲ୍ଲେଖନୀୟ ଫଳ ପ୍ରଦର୍ଶନ କରିଛି । ଏହାର ପ୍ରଭାବ ଏବଂ ସୁରକ୍ଷା ଉପରେ ୨୦୨୦ ମାର୍ଚ ୩୦ରେ ବିଶ୍ୱସ୍ତରୀୟ ଡିଏପିଏ-ସିକେଡି ସର୍ବେକ୍ଷଣ କରାଯାଇଥିଲା ।

ଡକ୍ଟର ଅନିଲ କୁକରେଜା, ଉପସଭାପତି-ମେଡିକାଲ୍‌ ଆଫେୟାର୍ସ ଆଣ୍ଡ୍‌ ରେଗୁଲେଟୋରି, ଆଷ୍ଟ୍ରାଜେନେକା ଇଣ୍ଡିଆ କହିଛନ୍ତି ଯେ, “ଅଣ ସଂକ୍ରାମକ ରୋଗ ପାଇଁ ଅଭିନବ ସମାଧାନ ପ୍ରଦାନ କରିବାରେ ଆଷ୍ଟ୍ରାଜେନେକା ସର୍ବଦା ଅଗ୍ରଣୀ ରହିଛି । ବର୍ତମାନ ଉପଲବ୍ଧ ଥିବା ଚିକିତ୍ସା ସୁବିଧା ସତ୍ୱେ ବିଶ୍ୱ ସ୍ତରରେ ସ୍ଥାୟୀ କିଡନି ରୋଗର ପ୍ରଭାବଶାଳୀ ପରିଚାଳନାର ପୂରଣ ହୋଇପାରୁନଥିବା ଆବଶ୍ୟକତା ଏବେବି ରହିଛି । ଭାରତରେ ଏହି ରୋଗ ପାଇଁ ଡାପାଗ୍ଲିଫ୍ଲୋକ୍ସିନ୍‌କୁ ଅନୁମତି ମିଳିଥିବାରୁ ଯାହା ଟାଇପ୍‌-୨ ଡାଇବେଟିସ୍‌ ଓ କେତେକ ନିର୍ଦିଷ୍ଟ ପ୍ରକାରର ହୃଦଘାତ ପାଇଁ ମଧ୍ୟ ଏକ ପ୍ରଭାବଶାଳୀ ଔଷଧ ତାହାକୁ ଭାରତରେ ନେଫ୍ରୋଲୋଜିଷ୍ଟ୍‌ମାନେ ସ୍ଥାୟୀ କିଡ୍‌ନି ରୋଗ ପରିଚାଳନା ପାଇଁ ବ୍ୟବହାର କରିପାରିବେ ।’’
ଡକ୍ଟର ଦୀନେଶ ଖୁଲ୍ଲାର, ନ୍ୟାସନାଲ୍‌ ଲିଡ୍‌ ଇନଭେଷ୍ଟିଗେଟର, ଡାପା-ସିକେଡି, ଭାରତ କହିଛନ୍ତି ଯେ, “ଡାପାଗ୍ଲିଫ୍ଲୋକ୍ସିନ ଯାହା ହେଉଛି ଏକ ଏସ୍‌ଜିଏଲ୍‌ଟି୨ ଇନହିବିଟର ତାହା ଟାଇପ୍‌-୨ ଡାଇବେଟିସ ଓ ନିର୍ଦିଷ୍ଟ ପ୍ରକାର ହୃଦରୋଗ ପରିଚାଳନା ପାଇଁ ବେଶ ପ୍ରଭାବଶାଳୀ ବୋଲି ଅନେକ ଗବେଷଣାରୁ ପ୍ରମାଣିତ ହୋଇଛି । ଡାଇବେଟିସ୍‌ ରୋଗୀ ଓ ଅଣ ରୋଗୀଙ୍କ ଠାରେ ସ୍ଥାୟୀ କିଡ୍‌ନି ରୋଗରେ ହେଉଥିବା ବୃଦ୍ଧିକୁ ରୋକିବା ଲାଗି ମଧ୍ୟ ଏହାକୁ ସୁରକ୍ଷିତ ଭାବେ ବ୍ୟବହାର କରାଯାଇପାରୁଛି । ଭାରତରେ ନିୟାମକ ସଂସ୍ଥା ପକ୍ଷରୁ ଏହାକୁ ମଞ୍ଜୁରି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।’’
ଡକ୍ଟର ଅର୍ପିତା ରାୟ ଚୌଧୁରୀ, ନେଫ୍ରୋଲୋଜି ପ୍ରଫେସର, ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ, କୋଲକାତା କହିଛନ୍ତି ଯେ, ଡାପାଗ୍ଲିଫ୍ଲୋକ୍ସିନ୍‌କୁ ସ୍ଥାୟୀ କିଡ୍‌ନି ରୋଗ ବୃଦ୍ଧିକୁ ରୋକିବାରେ ବ୍ୟବହାର କରିହେବ । ଏହାକୁ ମଞ୍ଜୁରି ଏକ ସ୍ୱାଗତଯୋଗ୍ୟ । କିଡ୍‌ନି ରୋଗୀ ଉପକୃତ ହେବେ ।’’

Leave A Reply