ଚାରଧାମ ଯାତ୍ରାରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ସୂଚନା

123

ଉତ୍ତରାଖଣ୍ଡର ଚାରଧାମ ଯାତ୍ରାରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ପ୍ରଥମ ୬ ଦିନରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୧୨ ହଜାର ଫୁଟ ପାର୍ବତ୍ୟାଞ୍ଚଳରେ ଅମ୍ଳଜାନ ସ୍ତର କମ୍‍, କମ୍‍ ଆର୍ଦ୍ରତା, ଅଧିକ
ଅତିବାଇଗଣୀ ରଶ୍ମୀ ଓ ବାୟୁମଣ୍ଡଳର ଚାପ କମ୍‍ ଯୋଗୁଁ ତୀର୍ଥଯାତ୍ରୀଙ୍କର ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଓ ହୃଦ୍‍ଘାତରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.