ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ଭୋଟ୍‍ ଗଣତି ନିୟମରେ ପରିବର୍ତ୍ତନ କରିଛନ୍ତି -ନୂଆ ନିୟମ ଅନୁସାରେ

0 78

ପଞ୍ଚାୟତ ନିର୍ବାଚନ ନିୟମରେ ସଂଶୋଧନ ନେଇ ରାଜ୍ୟପାଳଙ୍କ ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ଭୋଟ୍‍ ଗଣତି ନିୟମରେ ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ଅନୁସାରେ ପ୍ରାର୍ଥୀ କିମ୍ବା ତାଙ୍କ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲାଟ ବକ୍ସ ସିଲ୍‍ ହେବ । ନିର୍ବାଚନ ପରେ ପ୍ରିଜାଇଡିଂ ଅଫିସର ବାଲାଟ ବକ୍ସ ସିଲ୍‍ କରିବେ ।

ତେବେ ସବୁ କାଗଜପତ୍ର ସହିତ ଏହାକୁ ସ୍ୱତନ୍ତ୍ର ପ୍ୟାକେଟ୍‍ କରାଯିବ । ଏହି ପ୍ୟାକେଟ୍‍ଗୁଡ଼ିକୁ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯିବ । ଶେଷରେ ପ୍ରାର୍ଥୀ କିମ୍ବା ପ୍ରାର୍ଥୀଙ୍କ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଭୋଟ୍‍ଗଣତି ହେବ ବୋଲି ଜଣାପଡିଛି ।

Leave A Reply