ନୂଆଦିଲ୍ଲୀ . – ଇରାନରେ ଥିବା ଚାବାହାରରେ ଭାରତ ପକ୍ଷରୁ ଏକ ବନ୍ଦର ନିର୍ମାଣ କରାଯାଉଛି । ସୁରକ୍ଷା ଓ ନୌବାଣିଜ୍ୟ ଦୃଷ୍ଟିରୁ ଏହା ଭାରତ ପାଇଁ ଅତ୍ୟନ୍ତ ମହତ୍ତ୍ୱ ପୂର୍ଣ୍ଣ ମାତ୍ର ଚଳିତ ବର୍ଷ ଏହାର ବ୍ୟୟ ବରାଦ କମ୍ କରାଯାଇଛି। ଏହାକୁ ନେଇ ଇରାନ୍ ସାମାନ୍ୟ ଚିନ୍ତା ପ୍ରକାଟ କରିଛି । ପୂର୍ବ ଆର୍ଥିକ ବର୍ଷରେ ଏହା ୧୫୦ କୋଟି ଟଙ୍କା ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହାକୁ ୫୦ କୋଟି ଟଙ୍କା କରାଯାଇଛି ।
ଭାରତ ଚାବାହାର ବନ୍ଦର ପ୍ରକଳ୍ପ ପ୍ରତି ପ୍ରତିଶୃତି ବଦ୍ଧ ରହିଥିବା କଥା ଭାରତ ପକ୍ଷରୁ କୁହାଯାଇଛି । କେତକ ରଣନୈତିକ ଓ ତ୍ୱତିକ କାରଣରୁ ବେଳେ ବେଳେ ଏମିତି ନିଷ୍ପତି ନେବାକୁ ପଡିଥାଏ ବୋଲି ଜଣେ ରାଜନୈତିକ ଇଣ୍ଡିଆ ଟୁଡେକୁ ସୂଚନା ଦେଇଛନ୍ତି ।
ଚାବାହର ପ୍ରକଳ୍ପ ଯୋଗେ ଆଫଗାନ ମଧ୍ୟ ଏସିଆ ସହ ଭାରତ ଯୋଡି ହୋଇଯିବ । ଏବେ ଚାବାହାରେ ବିକାଶ କାମ ଧୀର ଗତିରେ ଚାଲୁଥିବା ଇରାନ୍ର କେତକ ରାଜନୈତିକ ପ୍ରକାଶ କରିଛନ୍ତି ।
.