କଳିଙ୍ଗନଗର: ଓଡ଼ିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ରେ ବୁଧବାର ଏକ “ରକ୍ତ ସଂରକ୍ଷଣ କେନ୍ଦ୍ର’ ଉଦ୍ଘାଟିତ ହୋଇଯାଇଛି । ଅସ୍ତ୍ରୋପଚାର ସମୟରେ ଓ ପରବର୍ତୀ ସମୟର ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିବା ଏବଂ ଦୁର୍ଘଟଣାଗ୍ରସ୍ତ ରୋଗୀ ଏବଂ ଅନ୍ୟାନ୍ୟ ଘାତକ ରୋଗ ପାଇଁ ସେବା ପ୍ରଦାନ କରିବାରେ ହସ୍ପିଟାଲ୍କୁ ଏହି ସୁବିଧା ସକ୍ଷମ କରିବ ।
ଏହି କେନ୍ଦ୍ରକୁ ଟାଟା ଷ୍ଟିଲ୍ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ବିଭାଗର ଚିଫ୍ ଦେବଦୁତ୍ ମହାନ୍ତି ଉଦ୍ଘାଟନ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଡେଂଟ୍ ଡକ୍ଟର ସୁଧାଂଶୁ ଶେଖର ସୁତାର, ହସ୍ପିଟାଲ୍ର ବିଭିନ୍ନ ବିଭାଗର କନସଲ୍ଟାଂଟ୍ ଏବଂ ଟାଟା ଷ୍ଟିଲ୍ କଳିଙ୍ଗନଗରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି କେନ୍ଦ୍ର ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ର ରକ୍ତ ଆବଶ୍ୟକତାକୁ ପୂରଣ କରିବ ଏବଂ କଳିଙ୍ଗନଗର, ସୁକିନ୍ଦା, ଦାନଗଦି ଓ ଆଖପାଖ ଅଂଚଳରୁ ଆସୁଥିବା ରୋଗୀମାନଙ୍କୁ ଏହା ସେବା ପ୍ରଦାନ କରିବ ।
ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଏହି କେନ୍ଦ୍ରର ବାର୍ଷିକ କ୍ଷମତା ହେଉଛି ସମ୍ପୂର୍ଣ୍ଣ ମାନବ ରକ୍ତ ଆଇପିର ୨୦୦୦ ୟୁନିଟ୍ ସଂରକ୍ଷଣ, ଯାହାକୁ ଓଡ଼ିଶାର ଡ୍ରଗସ୍ ଆଣ୍ଡ୍ କଂଟ୍ରୋଲ ଡାଇରେକ୍ଟୋରେଟ୍ର ଅନୁମୋଦନ ମିଳିଛି ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ରକ୍ତ କେନ୍ଦ୍ର ଅଧୀନରେ ଏହା ପରିଚାଳିତ ହେବ । ଅଭିଜ୍ଞ ତଥା ଯୋଗ୍ୟ ବ୍ଲଡ୍ ବ୍ୟାଙ୍କ ମେଡିକାଲ୍ ଅଧିକାରୀ ଓ ଟେକ୍ନିସିଆନ୍ମାନଙ୍କ ଦ୍ୱାରା ଏହି ରକ୍ତ ସଂରକ୍ଷଣ ୟୁନିଟ୍ ପରିଚାଳିତ ହେବ ।
“ପୂର୍ବରୁ ଏହି ଅଂଚଳର ରୋଗୀମାନେ ରକ୍ତ ପାଇଁ ବହୁ ସମସ୍ୟାର ସାମ୍ନା କରୁଥିଲେ । ଗୋଟିଏ ୟୁନିଟ୍ ରକ୍ତ ପାଇଁ ପୂର୍ବରୁ ଯାଜପୁର ଟାଉନ୍ ଯିବାକୁ ପଡ଼ୁଥିଲା । ଏଭଳିକି ରକ୍ତଦାନ କରିବା ଲାଗି ରକ୍ତଦାତାମାନେ ହସ୍ପିଟାଲ୍ରେ ପହଂଚିପାରୁନଥିଲେ । ସେହି ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାପନ କରାଯାଇଥିବା ଏହି ରକ୍ତ ସଂରକ୍ଷଣ ୟୁନିଟ୍ କଳିଙ୍ଗନଗର ଓ ତାହାର ଆଖପାଖ ଅଂଚଳର ରକ୍ତ ସଂରକ୍ଷଣ ସମସ୍ୟାକୁ ସମାଧାନ କରିବାରେ ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ ବୋଲି ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍, କଳିଙ୍ଗନଗରର ମେଡିକାଲ୍ ସୁପରିଟେଡେଂଟ୍ ଡକ୍ଟର ସୁଧାଂଶୁ ଶେଖର ସୁତାର କହିଛନ୍ତି ।’’
ଉତ୍ସର୍ଗୀକୃତ ମେଡିକାଲ୍ କର୍ମଚାରୀ ଏବଂ ଟେକ୍ନିସିଆନ୍ଙ୍କୁ ନେଇ ଏହି ବ୍ୟବସ୍ଥା ହେଉଛି ହସ୍ପିଟାଲ୍ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ସମାଜ ପାଇଁ ବିଶେଷ ଭାବେ ଲାଭଦାୟକ ହେବ ।
ଏଠାରେ ଏହା ସୂଚନାଯୋଗ୍ୟ ଯେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍, କଳିଙ୍ଗନଗର ଏହି ଅଂଚଳରେ ବାସ କରୁଥିବା ଲୋକମାନଙ୍କୁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲାଗି ଉଦ୍ୟମ କରୁଛି ।
Sign in
Sign in
Recover your password.
A password will be e-mailed to you.
Next Post
Comments are closed, but trackbacks and pingbacks are open.