ଓଡ଼ିଶାରେ ୨୮୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ ପଏଂଟ ସହିତ ମହିଳାଙ୍କୁ ସଶକ୍ତ କରୁଛି ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ

58

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାକୁ ସମର୍ଥନ କରୁଥିବା ଅନ୍ୟତମ ବ୍ୟାଙ୍କ ଭାବେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ଗର୍ବିତ ଅନୁଭବ କରୁଛି । ଏହି ଯୋଜନା ରାଜ୍ୟବ୍ୟାପୀ ମହିଳାମାନଙ୍କୁ ନିରବଚ୍ଛିନ୍ନ ଆର୍ôଥକ ଅନ୍ତର୍ଭୁକ୍ତିକରଣ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି । ବଂଚିତ ଏବଂ ଅଣବ୍ୟାଙ୍କିଂ ଅଂଚଳଗୁଡ଼ିକରେ ୧୦,୧୫୮ ପଏଂଟ ସମେତ ଓଡ଼ିଶାରେ ୨୮,୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ ପଏଂଟ ସହିତ ଏୟାରଟେଲ୍ ପେମେଂଟ୍ସ ବ୍ୟାଙ୍କ୍ ସୁନିଶ୍ଚିତ କରୁଛି ଯେ ମହିଳା ହିତାଧିକାରୀମାନେ ଯେପରି ସହଜରେ କିଛି ମିନିଟ୍ ମଧ୍ୟରେ ବ୍ୟାଙ୍କ ୍ ଆକାଉଂଟ ଖୋଲିପାରିବେ । ଏହି ଆକାଉଂଟଗୁଡ଼ିକୁ ସୁଭଦ୍ରା ଏବଂ ଅନ୍ୟାନ୍ୟ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି) ଯୋଜନା ସହିତ ସଂଯୋଗ କରାଯାଇପାରିବ, ଯାହା ଦ୍ରୁତ ଏବଂ ସୁରକ୍ଷିତ ଆର୍ôଥକ ସହାୟତା ସୁନିଶ୍ଚିତ କରୁଛି ।

ସୁଭଦ୍ରା ଯୋଜନାରେ ଯୋଗ୍ୟ ମହିଳାମାନଙ୍କୁ ୫୦ ହଜାର ଟଙ୍କାର ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି, ଯାହାକୁ ୫ ବର୍ଷ ମଧ୍ୟରେ ବାର୍ଷିକ ୧୦ ହଜାର ଟଙ୍କା ହିସାବରେ ବଂଟନ କରାଯାଉଛି । ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା ଏବଂ ହିତାଧିକାରୀମାନେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ନେଟୱାର୍କ ବ୍ୟବହାର କରି ସହଜରେ ସେମାନଙ୍କ ପାଣ୍ଠି ପରିଚାଳନା କରିପାରିବେ, ଯାହା ଅଣବ୍ୟାଙ୍କିଂ ଅଂଚଳରେ ୫,୭୮୮ ଗ୍ରାମକୁ ସେବା ପ୍ରଦାନ କରୁଛି । ସାରା ଓଡ଼ିଶାରେ ୩,୮୧୮ ଜଣ ମହିଳା ବ୍ୟାଙ୍କିଂ ପ୍ରତିନିଧିଙ୍କ ସହ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଏବଂ ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦେଇ ରାଜ୍ୟର କୋଣ ଅନୁକୋଣରେ ଅତ୍ୟାବଶ୍ୟକ ଆର୍ôଥକ ସେବା ଉପଲବ୍ଧ କରାଇଛି ।

ଏହି ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରି ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଶ ଅନନ୍ତନାରାୟଣନ କହିଛନ୍ତି, “ମହିଳାଙ୍କ ଆର୍ôଥକ ସଶକ୍ତୀକରଣ ପାଇଁ ଓଡ଼ିଶା ସରକାରଙ୍କ ଦୃଷ୍ଟିକୋଣକୁ ସହଯୋଗ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ସୁଭଦ୍ରା ସହ ଲିଙ୍କ୍ ହୋଇପାରୁଥିବା ଆକାଉଂଟ ଖୋଲିବା ପାଇଁ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଚୟନ ହୋଇଥିବା ଯୋଗୁଁ ଆମେ ଆନନ୍ଦିତ । ଆମର ଦୃଢ଼ ନେଟୱାର୍କ ସହିତ ଆମେ ମହିଳା ହିତାଧିକାରୀଙ୍କ ପାଇଁ ବ୍ୟାଙ୍କିଙ୍ଗକୁ ଶୀଘ୍ର, ସରଳ ଏବଂ ପହଂଚଯୋଗ୍ୟ କରାଇ ସେମାନଙ୍କୁ ସୁଭଦ୍ରା ଯୋଜନାର ଲାଭ ପାଇବା ଏବଂ ଆର୍ôଥକ ସ୍ୱାଧୀନତା ହାସଲ କରିବାରେ ସାହାଯ୍ୟ କରୁଛୁ ।

ହିତାଧିକାରୀମାନେ ସେମାନଙ୍କର ଇକୋ-ଫ୍ରେଣ୍ଡଲି ଡେବିଟ୍ କାର୍ଡ ମଧ୍ୟ ପାଇପାରିବେ ଯାହା ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ଆକାଉଂଟ ସହିତ ଲିଙ୍କ୍ ହୋଇଥିବା ଅନେକ ସୁବିଧା ସହିତ ଆସିଥାଏ । ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ଉପଭୋକ୍ତା ଅନୁକୂଳ ପ୍ରକ୍ରିୟା ସହିତ ହିତାଧିକାରୀମାନେ ଶୀଘ୍ର ସେମାନଙ୍କ ବ୍ୟାଙ୍କ ଆକାଉଂଟ ଖୋଲିପାରିବେ, ଯାହା ଦ୍ୱାରା ଏହି ଯୋଜନାର ଲାଭ ସହଜରେ ମିଳିପାରିବ ।

ସୁଭଦ୍ରା ଯୋଜନା ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ, ଯାହା ଦ୍ୱାରା ପ୍ରତ୍ୟେକ ଯୋଗ୍ୟ ମହିଳା ଉପକୃତ ହେବେ । ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ଏହି ଯୋଜନାର ସଫଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ସମର୍ପିତ, ଯାହା ସାରା ରାଜ୍ୟରେ ମହିଳାଙ୍କ ଆର୍ôଥକ ସ୍ୱାଧୀନତା ଏବଂ କଲ୍ୟାଣକୁ ଆଗକୁ ବଢ଼ାଉଛି ।

Comments are closed, but trackbacks and pingbacks are open.