ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଦ୍ଵାଦଶ ଦିନରେ ୧୭୮୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ ସହ, ଏକ ବୃହତ ସଫଳତା ହାସଲ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୪ଟି ପ୍ରମୁଖ ଜିଲ୍ଲା ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ଢେଙ୍କାନାଳରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୪ଟି କଲେଜ ଏବଂ ୬ଟି ସ୍କୁଲ ଗସ୍ତ କରି ୧୩୪୭ ଛାତ୍ରଙ୍କ ଠାରୁ ୨୭୩ଟି ଆଇଡିଆ ସଂଗ୍ରହ କରିଛି ।

ଏହା ଦେବଗଡ ଜିଲ୍ଲାର ୩ଟି କଲେଜ ଓ ଗୋଟିଏ ବିଦ୍ୟାଳୟ ଯଥା ମଡେଲ ଡିଗ୍ରୀ କଲେଜ, +୩ ଡିଗ୍ରୀ ମହିଳା ମହାବିଦ୍ୟାଳୟ, ସରକାରୀ ପଲିଟେକ୍ନିକ୍ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିକ୍ରମା କରିଛି। ବଲାଙ୍ଗୀର ଜିଲ୍ଲାର ପିପି ଏକାଡେମୀ, ଜେଏସଏମ କମର୍ସ ଡିଗ୍ରୀ କଲେଜ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ସରକାରୀ ପଲିଟେକ୍ନିକ, କଳାହାଣ୍ଡି ଜିଲ୍ଲାରେ ଏହି ଭ୍ୟାନ୍ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ବିକାଶ ଆବାସିକ ବିଦ୍ୟାଳୟ, କଲେଜ ଅଫ ଅଗ୍ରିକଲଚର (ଭବାନୀପାଟଣା) ଓ ସରକାରୀ ଇଞ୍ଜିନିୟରିଂ କଲେଜରେ ପହଞ୍ଚିଛି। ଢେଙ୍କାନାଳ ଜିଲ୍ଲାର ଆଇଜିଆଇଟି ସାରଙ୍ଗ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍, ସିନର୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିଛି।
ବର୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୧୨୦ଟି କଲେଜ୍ ଏବଂ ୩୯ଟି ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୧୬,୧୨୯ ରୁ ଅଧିକ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଛନ୍ତି ଏବଂ ୧୭୮୦ରୁ ଉର୍ଦ୍ଧ୍ୱ ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ ହୋଇପାରିଛି । ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି ।
ଆସନ୍ତା ଗୁରୁବାର ଦିନ ଏହି ଯାତ୍ରା ଢେ଼ଙ୍କାନାଳ, ବଲାଙ୍ଗୀର ଓ କଳାହାଣ୍ଡିର ଆଉ କିଛି ଅନୁଷ୍ଠାନ ସହ, ଆଉ ଗୋଟିଏ ଜିଲ୍ଲା ଯଥା ଅନୁଗୁଳ ଗସ୍ତ କରି ବିଭିନ୍ନ କଲେଜ ଓ ଶିକ୍ଷାନଷ୍ଠାନ ଗୁଡ଼ିକ ଗସ୍ତ କରିବ ।

ଆସନ୍ତା ଶନିବାର ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ସମ୍ବଲପୁର ଜିଲ୍ଲାର ୪ଟି କଲେଜ ଯଥା ଆଇଆଇଏମ୍ ସମ୍ବଲପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଭିସୁଟ ବୁର୍ଲା ଓ ବଦ୍ରି ପ୍ରସାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ପରିକ୍ରମା କରିବ। ବଲାଙ୍ଗୀର ଜିଲ୍ଲାରେ ଏହି ଭ୍ୟାନ୍ ବଲାଙ୍ଗୀର ସରକାରୀ ବଲାଙ୍ଗୀର କଲେଜ ଓ ବଲାଙ୍ଗୀର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବ। କଳାହାଣ୍ଡି ଜିଲ୍ଲାର ଦୁଇଟି ସ୍କୁଲ କେଭି ଭବାନୀପାଟଣା ଓ ବିଏମ୍ ହାଇସ୍କୁଲ ପରିଦର୍ଶନ କରିବ ଭ୍ୟାନ୍ । ଅନୁଗୁଳରେ ଏହି ଭ୍ୟାନ୍ ସରକାରୀ ପଲିଟେକ୍ନିକ୍ ଅନୁଗୁଳ, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରିବ।
ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରିବ ।
Comments are closed, but trackbacks and pingbacks are open.