ଭୁବନେଶ୍ୱର: ଆଲ୍କେମିକ୍ ସୋନିକ୍ ଏନଭାର୍ଣ୍ଣମେଂଟ୍ (ଏଏସ୍ଇ)ର ପ୍ରତିଷ୍ଠାତା ସତ୍ୟା ହିନ୍ଦୁଜାଙ୍କ ପକ୍ଷରୁ ସ୍ୱରକୁ ବ୍ୟବହାର କରି ମାନସିକ ସ୍ୱାଧୀନତା ଏବଂ ସ୍ୱାସ୍ଥ୍ୟ ଲାଗି ପଥ ପ୍ରଦର୍ଶନ କରିବା ନିମନ୍ତେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସେଂଟର ଫର ନ୍ୟୁରୋଆକୋଷ୍ଟିକ୍ ରିସର୍ଚର ପ୍ରତିଷ୍ଠାତା-ନିର୍ଦେଶକ ଡକ୍ଟର ଜେଫରି ଥମ୍ପସନ୍ ଏବଂ ବ୍ରିଟେନ୍ର ଭଏସ୍ ଟିଚର ତଥା ଥେରାପିଷ୍ଟ ଜିଲ୍ ପୁର୍ସେଙ୍କ ସହ ସେ ନଭେମ୍ବର ୨୪ ତାରିଖ ଦିନ ଆଲୋଚନା କରିବେ ଏବଂ ସ୍ୱାଧୀନ ଆଲୋଚନା ଭାବେ ସ୍ୱରର ଏକ ଭର୍ଚୁଆଲ ଅନୁଭବ ପ୍ରଦାନ କରିବ ପ୍ରୋଜେକ୍ଟ ଇମର୍ସଡ୍ ।
ସେ କହିଛନ୍ତି ଯେ, “ଆମର ଭାବାବେଗ ଏବଂ କଳ୍ପନା ସହିତ ଶବ୍ଦ ଜଗତର ସମ୍ପର୍କକୁ ଗଭୀର ଭାବେ ଅନୁଶୀଳନ କରିବା ବେଳେ ସ୍ୱରର ସ୍ୱାଧୀନତା ଆମକୁ ଏକ ଉଦ୍ଦେଶ୍ୟ ଏବଂ ବୁଝିବା ଶକ୍ତି ଆଡ଼କୁ ମାର୍ଗଦର୍ଶନ କରାଇଥାଏ ଯାହା ଆମର ଜଳବାୟୁ ପାଇଁ ଖୋଜୁଥିବା ସମାଧାନ ଲାଗି ଆମେ ଆବଶ୍ୟକ କରୁଛନ୍ତି ଏବଂ ଏହା କଲ୍ୟାଣ, ମାନସିକ ସ୍ୱାସ୍ଥ୍ୟ ଏବଂ ସ୍ୱାଧୀନତା ପାଇଁ ତାହା ଏକ ସୁରକ୍ଷିତ କ୍ଷେତ୍ର ସୃଷ୍ଟି କରିବା ଲାଗି ବିବିଧ ପଥ ପ୍ରଦର୍ଶନ କରୁଛି ।’’
ପୃଥିବୀରେ ବାସ କରୁଥିବା ଲୋକମାନଙ୍କ ଲାଗି ଏକ ଅଧିକ ନିରନ୍ତର ପରିବେଶ ଗଠନ କରିବାରେ ସ୍ୱର କିଭଳି ଭୂମିକା ଗ୍ରହଣ କରିପାରିବ ତାହାକୁ ନେଇ ସତ୍ୟା ଅନୁସନ୍ଧାନ ଜାରି ରଖିଛନ୍ତି । ସେ ନିଜର କଳା, ଆଲୋଚନା ଏବଂ ବିଭିନ୍ନ ଶୃଙ୍ଖଳା ଏବଂ କଳା ବର୍ଗକୁ ଏକତ୍ରୀତ କରିପାରବାର ଦକ୍ଷତାକୁ ବ୍ୟବହାର କରି ସେ ପ୍ରଦର୍ଶନ କରିଛନ୍ତି ଯେ ଅନ୍ତରର ଉପଷମଠାରୁ ଆରମ୍ଭ କରି ବାହ୍ୟ ସମସ୍ୟା ଦୂର କରିବା ଭଳି ସବୁ କିଛି ପାଇଁ ଗଭୀର ଭାବେ ଶୁଣିବା ହେଉଛି ସବୁ କିଛି ।
ଏଏସ୍ଇ ସହିତ ସତ୍ୟା ଏକ ସ୍ୱତନ୍ତ୍ର ସ୍ୱର ଅନୁଭୂତି ସୃଷ୍ଟି କରିଛନ୍ତି ଯାହା ଶ୍ରୋତାମାନଙ୍କୁ “ସ୍ୱରରେ ଭାବିବା” ଲାଗି ଉତ୍ସାହିତ କରୁଛି । ଆମର କୋଳାହଳପୂର୍ଣ୍ଣ ସହରୀ ପରିବେଶରେ ନିଜର ସ୍ୱର ତନ୍ତୀଗୁଡ଼ିକୁ ଜାଗ୍ରତ କରିବା ପାଇଁ ସେ ନିଜର ସ୍ୱର ସଂଯୋଜନାରେ ମନ୍ତ୍ରୋଚାରଣ, ସ୍ୱର, କ୍ଷେତ୍ରରେ ହୋଇଥିବା ରେକର୍ଡିଂ ଏବଂ ବିଭିନ୍ନ ଉପକରଣକୁ ବ୍ୟବହାର କରୁଛନ୍ତି । ଅନ୍ତରାତ୍ମାକୁ ଜାଗ୍ରତ କରିବା ଲାଗି ବିଜ୍ଞାନ ଓ କଳାର ମିଶ୍ରଣ କରିଛି ଏଏସ୍ଇ । ଏହାକୁ ସବୁଠୁ ବଡ଼ ସ୍ୱୀକୃତି ସେତେବେଳେ ମିଳିଥିଲା ଯେତେବେଳେ ନେଭର ଏଲୋନ ଗ୍ଲୋବାଲ୍ ମେଂଟାଲ ହେଲ୍ଥ ସକମିଟ୍ରେ ଦୀପକ ଚୋପ୍ରାଙ୍କ ଫାଉଣ୍ଡେସନ ସହ ଏଏସ୍ଇ ସହଯୋଗିତା ସ୍ଥାପନ କରିଥିଲା । ଏହି ସମିଟ୍ ପାଇଁ ସତ୍ୟା ତିନି ଘଂଟାର ଲମ୍ବା କାର୍ଯ୍ୟକ୍ରମ “ସ୍ପଟ୍ଲାଇଟ୍ ଇଣ୍ଡିଆ” ପ୍ରସ୍ତୁତ କରିଥିଲେ । ଦେଶରେ ମାନସିକ ସ୍ୱାସ୍ଥ୍ୟ ଲାଗି ଏକ ନିରନ୍ତର ପରିବେଶ ଗଠନ କରିବା ଏବଂ ମନ-ଶରୀର ପାଇଁ ଔଷଧ ଲାଗି ଏହା ଆଲୋଚନା ପାଇଁ ରହିଥିବା ଆବଶ୍ୟକତାକୁ ଜଣାଇଥିଲା ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.