ରାଜ୍ୟ ସରକାର ନଭେମ୍ବର ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକାରେ ଧର୍ମାନୁଷ୍ଠାନରେ ପର୍ବପର୍ବାଣି ପାଳନ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ନୂତନ ମାର୍ଗଦର୍ଶିକା ଅନୁସାରେ ସହରାଞ୍ଚଳରେ ସାନ୍ଧ୍ୟ ଆଇନ୍ ପୂର୍ବପରି ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ଏବଂ ସମସ୍ତ ପ୍ରକାର ଦୋକାନବଜାର ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିପାରିବ । ତେବେ ସାନ୍ଧ୍ୟ ଆଇନ୍ ସମୟରେ ସମସ୍ତ ଜରୁରୀ ସେବା ଉପଲବ୍ଧ ହେବ ।
ସୂଚନାଯୋଗ୍ୟ ରାଜ୍ୟରେ ବାଣ ବିକ୍ରି ଓ ବାଣଫୁଟା ଅନୁମତି ପ୍ରଦାନ ଲାଗି ଅଲ୍ ଓଡ଼ିଶା ଫାୟାର କ୍ରାକର ଆସୋସିଏସନ ଉଚ୍ଚ ନ୍ୟାୟାଳୟରେ କରିଥିବା ଆବେଦନର ଶୁଣାଣି ଅନୁସାରେ ଆଜି ସ୍ୱତନ୍ତ୍ର ରିଲିଫ କମିସନର ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରି ମତାମତ ରଖିବେ । ପରେ ବାଣ ବିକ୍ରି ଓ ବାଣ ଫୁଟାଇବା ନେଇ ସଠିକ୍ ନିର୍ଦ୍ଦେଶନାମା ଜାରି ହେବ ।