କଟକ ମୁଣ୍ଡଳିସ୍ଥିତ ଏନ୍‍ଡିଆର୍‍ଏଫ୍‍ର ଜଣେ ଯବାନ କରୋନାରେ ଆକ୍ରାନ୍ତ

0 1,505

କଟକ – ବାତ୍ୟା ଅମ୍ପନର ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ନିମନ୍ତେ ପଶ୍ଚିମବଙ୍ଗ ଯାଇଥିବା କଟକ ମୁଣ୍ଡଳିସ୍ଥିତ ଏନ୍‍ଡିଆର୍‍ଏଫ୍‍ର ଜଣେ ଯବାନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ତାଙ୍କୁ ଆଜି କଟକସ୍ଥିତ ଅଶ୍ୱିନୀ କୋଭିଡ୍‍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ବାତ୍ୟା ଅମ୍ପନ୍‍ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇ ଫେରିଥିବା ୬ ଜଣ ଏନ୍‍ଡିଆରଏଫ୍‍ ଅଫିସରଙ୍କ ସ୍ୱାବ୍‍ ନମୁନା ସଂଗ୍ରହ କରାଯାଇଥିଲା । ରିପୋର୍ଟ ଆସିବା ପରେ ଜଣେ ଅଧିକାରୀଙ୍କର କରୋନା ପଜିଟିଭ୍‍ ଆସିଥିବା ସୂଚନା ମିଳିଛି । ଜଣେ ଅଧିକାରୀଙ୍କ କରୋନା ପଜିଟିଭ୍‍ ବାହାରିବା ପରେ ପଶ୍ଚିମବଙ୍ଗ ଯାଇଥିବା ସମସ୍ତ ୧୭୩ ଜଣ ଅଧିକାରୀ ଓ ଯବାନଙ୍କ ଆଜି ସ୍ୱାବ୍‍ ସଂଗ୍‍୍ରହ କରାଯାଉଛି । ଫେରିବା ପରେ ଏହି ଅଧିକାରୀ ଓ ଯବାନମାନଙ୍କୁ ମୁଣ୍ଡିଳିସ୍ଥିତ ଏନ୍‍ଡିଆର୍‍ଏଫ୍‍ କ୍ୟାମ୍ପସରେ ଅଲଗା ରଖାଯାଇଛି ।

Leave A Reply