ଭୁବନେଶ୍ୱର, -ଏମ୍ଏସ୍ଏମ୍ଇ ଓ ଦକ୍ଷତା ବିକାଶ ସଂପର୍କିତ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସବ୍କମିଟି ବୈଠକ ଆଜି ଏମ୍ଏସ୍ଏମ୍ଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଦ୍ୱାରା ପ୍ରଭାବିତ ହୋଇଥିବା ଏମ୍ଏସ୍ଏମ୍ଇମାନଙ୍କୁ ଯଥୋଚିତ ସହାୟତା ପ୍ରଦାନ କରିବା ଦିଗରେ ବ୍ୟାଙ୍କରମାନେ ପଦକ୍ଷେପ ନେବାକୁ ଗୁପ୍ତା କହିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କର ମାଷ୍ଟର ନିର୍ଦ୍ଦେଶ(ପ୍ରାକୃତିକ ଦୁର୍ବିପାକ ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ମାନ ଙ୍କ ଦା୍ୱରା ରିଲିଫ ସହାୟତା-୨୦୧୮) ପ୍ରକାରେ ପ୍ରଭାବିତ ଏମ୍ଏସ୍ଏମ୍ଇମାନେ ନେ ଇଥିବା ଋଣର ପୁନଃବିନ୍ୟାସ କରିବାକୁ ବ୍ୟାଙ୍କରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବ୍ୟାଙ୍କରମାନେ ଆଇନ ଅନୁଯାୟୀ ବାଧ୍ୟତାମୂଳକ ସର୍ବନିମ୍ନ ୯୦ ଦିନ ସମୟକୁ ଋଣ ବିନ୍ୟାସ କ୍ଷେତ୍ରରେ କୋହଳ କରିବା ସହିତ ସୁଧାହାର ହ୍ରାସ କରିବା ଉପରେ ବିଚାର କରିବାକୁ କୁହାଯାଇଥିଲା । ଏହା ଦ୍ୱାରା ଏମ୍ଏସ୍ଏମଇମାନଙ୍କ ନିକଟରେ ନଗଦ ଅର୍ଥ ପହଞ୍ଚିବାରେ କୌଣସି ସମସ୍ୟା ରହିବ ନାହିଁ । ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଜନ କାର୍ଯ୍ୟକ୍ରମରେ ବିଚାରାଧୀନ ଥିବା ଫନୀ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ଆସିଥିବା ୫୨୫୮ଟି ପ୍ରକଳ୍ପ ଦରଖାସ୍ତକୁ ମଞ୍ଜୁର କରିବା ପାଇଁ ତ୍ୱରିତ ନିଷ୍ପତ୍ତି ନେବାକୁ ବ୍ୟାଙ୍କରମାନଙ୍କୁ କୁହାଯାଇଥିଲା । କେଭିଆଇସିର ରାଜ୍ୟ ନିର୍ଦ୍ଦେଶକ ଜଣାଇଥିଲେ ଯେ ଚଳିତ ବର୍ଷ ମାର୍ଜିନ ମନି ଆସିଷ୍ଟାନ୍ସ ଟାର୍ଗେଟ୍ ଫଣ୍ଡରେ ୧୦୭ କୋଟି ଟଙ୍କା ଉପଲବ୍ଧ ଅଛି । ବାତ୍ୟା ଦ୍ୱାରା ପ୍ରଭାବିତ ଯେଉଁ ହିତାଧିକାରୀ ପ୍ରଥମ ଋଣ ପରିଶୋଧ କରିଛନ୍ତି ତାଙ୍କୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଦ୍ୱିତୀୟ ଋଣ ଏହି ଯୋଜନାରେ ପ୍ରଦାନ କରାଯିବ । ବାତ୍ୟା ପ୍ରଭାବିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜୀବିକାର ପୁନରୁଦ୍ଧାର ପାଇଁ ବ୍ୟାଙ୍କ ଶାଖାମାନେ
ମୁଦ୍ରା, ପିଏମ୍ଇଜିପି ଓ ଷ୍ଟାଣ୍ଡ ଅପ୍ ଯୋଜନାରେ ଏମ୍ଏସ୍ଏମ୍ଇମାନଙ୍କୁ ନୂତନ ଋଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ଶିଳ୍ପ କେନ୍ଦ୍ର/ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକମାନେ ବ୍ୟାଙ୍କରମାନଙ୍କୁ ନେଇ ସ୍ୱତନ୍ତ୍ର ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଚଳିତ ମାସରେ ଆହୂତ କରିବାକୁ ନିର୍ଦ୍ଦେଶ
ଦିଆଯାଇଥିଲା । ଫନୀ ପ୍ରଭାବିତ ଜିଲ୍ଲା ଓ ବ୍ଲକ୍ମାନଙ୍କରେ ବିଚାରାଧୀନ ଥିବା ଋଣ ଦରଖାସ୍ତଗୁଡ଼ିକୁ ମଧ୍ୟ ଯଥାଶୀଘ୍ର ଫଇସଲା କରିବାକୁ ସେମାନଙ୍କୁ କୁହାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.