ଟ୍ରେଡିଂ ଅଭିଜ୍ଞତାକୁ ସରଳ କରିବା ପାଇଁ ଶେୟାର.ମାର୍କେଟ ନେଇ ଆସିଛି ଡିସ୍କାଉଣ୍ଟ ବ୍ରୋକିଂରେ ‘ଶୀଟ୍ସ’ 

31

ଶୀଟ୍ସ ଉପଭୋକ୍ତାମାନଙ୍କ ପାଇଁ ବାଣିଜ୍ୟିକ ଅଭିଜ୍ଞତାକୁ ଉନ୍ନତ କରିବ ଏବଂ ସେମାନଙ୍କୁ ବିନିଯୋଗ ପାଇଁ ନିଷ୍ପତ୍ତି ଗ୍ରହଣ କରିବାକୁ ସକ୍ଷମ କରିବ ~

ବଜାରରେ ଅଂଶଗ୍ରହଣକାରୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ବାଣିଜ୍ୟ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ କରାହୋଇଥିବା ଏହି ଶିଳ୍ପରେ ପ୍ରଥମ ଡିସ୍କାଉଣ୍ଟ ବ୍ରୋକିଂ ଲ୍ୟାଣ୍ଡସ୍କାପ ‘ଶୀଟ୍ସ’ର ଶୁଭାରମ୍ଭ କରିବାକୁ ଫୋନପେ’ର ଏକ ଉତ୍ପାଦ ଶେୟାର.ମାର୍କେଟ ଆଜି ଘୋଷଣା କରିଛି। ୱେବ ପ୍ଲାଟଫର୍ମ trade.share.marketରେ ଉପଲବ୍ଧ, ‘ଶୀଟ୍ସ’ ମାର୍କେଟ ଡାଟାକୁ ଏକ ସ୍ପ୍ରେଡସିଟରେ ସିଧାସଳଖ ଇମ୍ପୋର୍ଟ କରେ ଏବଂ ଅତି ସହଜରେ ସେମାନଙ୍କ ନିଜସ୍ୱ ବାଣିଜ୍ୟ ମଡେଲ ଓ ରଣନୀତି ପ୍ରସ୍ତୁତ କରିବାରେ ବ୍ୟବସାୟୀମାନଙ୍କୁ ସାହାଯ୍ୟ କରେ। ଶେୟାର.ମାର୍କେଟ ଏହି ଅସାଧାରଣ ଟୁଲ ‘ଶୀଟ୍ସ’ର ଶୁଭାରମ୍ଭ କରି ଶିଳ୍ପକୁ ଏକ ନୂଆ ରୂପ ପ୍ରଦାନ କରିଛି ଏବଂ ଏହି ଅଭିନବ ବୈଶିଷ୍ଟ୍ୟ ପ୍ରଦାନ କରିବାରେ ଦେଶର ଏକମାତ୍ର ଡିସ୍କାଉଣ୍ଟ ବ୍ରୋକର ହୋଇପାରିଛି। ଏହି ଅତ୍ୟାଧୁନିକ ଟୁଲ ବଜାରରେ ଅଂଶଗ୍ରହଣକାରୀମାନଙ୍କୁ ସେମାନଙ୍କ ନିଜସ୍ୱ ଜ୍ଞାନର ଅଭିବୃଦ୍ଧି ଘଟାଇବା ତଥା ବଜାରର କାର୍ଯ୍ୟକ୍ଷମ ଅନ୍ତର୍ନିହିତ ଉପାଦାନଗୁଡ଼ିକୁ ବୁଝିବା ପାଇଁ ଆବଶ୍ୟକ କରୁଥିବା ଭିତ୍ତିଭୂମି ପ୍ରଦାନ କରେ।

ସୀମିତ ଏବଂ ବିନା ପ୍ରୋଗ୍ରାମିଂ ବ୍ୟାକଗ୍ରାଉଣ୍ଡର ବ୍ୟବସାୟୀ ଏବଂ ନିବେଶକମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ରଣନୀତି ଏବଂ ମାନଦଣ୍ଡ ସହିତ ମେଳ ଖାଇବା ପାଇଁ ଶହ ଶହ ଷ୍ଟକକୁ ମାନୁଆଲୀ ପରିଚାଳନା ଏବଂ ବିଶ୍ଳେଷଣ କରିବା ଏକ ସମୟ ସାପେକ୍ଷ ଏବଂ କଷ୍ଟଦାୟକ କାର୍ଯ୍ୟ ଅଟେ। ‘ଶୀଟ୍ସ’ ଏହି ସମସ୍ୟାର ସମାଧାନ କରି ବ୍ୟବସାୟୀ ଗୋଷ୍ଠୀଙ୍କୁ ବିକଳ୍ପ ରଣନୀତି ପ୍ରସ୍ତୁତ କରିବା, କ୍ରୟ ଏବଂ ବିକ୍ରୟ ପାଇଁ ସଙ୍କେତ ସୃଷ୍ଟି କରିବା ଏବଂ ପ୍ରକୃତ ସମୟ ଭିତ୍ତିରେ ବଜାରର ଟ୍ରେଣ୍ଡକୁ ବିଶ୍ଳେଷଣ କରିବାକୁ ସକ୍ଷମ କରେ। 

‘ଶୀଟ୍ସ’ର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ:

  • ଅତି ସହଜରେ ୱାଚଲିଷ୍ଟ ତିଆରି ଏବଂ ପରିଚାଳନା: ‘ଶୀଟ୍ସ’ ଅତି ସହଜରେ ଷ୍ଟକଗୁଡ଼ିକର ୱାଚଲିଷ୍ଟ ତିଆରି ତଥା ପରିଚାଳନାକୁ ସକ୍ଷମ କରେ। ବ୍ୟବସାୟୀମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ଏକ ପରିବର୍ତ୍ତିତ ୱାଚଲିଷ୍ଟ ତିଆରି କରିପାରିବେ। ଏହି ବୈଶିଷ୍ଟ୍ୟ ପୂର୍ବରୁ ଥିବା ୱାଚଲିଷ୍ଟଗୁଡ଼ିକୁ ଇମ୍ପୋର୍ଟ କରିବାକୁ ସୁଯୋଗ ଦିଏ ଯାହା ପ୍ରକୃତ ସମୟ ଭିତ୍ତିରେ ମୂଲ୍ୟ ଏବଂ ପ୍ରତିଶତରେ ପରିବର୍ତ୍ତନ ସହିତ ସ୍ୱତଃ ଅପଡେଟ ହେବ। ଏହା ଦ୍ୱାରା ବ୍ୟବସାୟୀମାନେ ମାନୁଆଲୀ ଟ୍ରାକିଂରେ ହେଉଥିବା ଅସୁବିଧା ବିନା ସେମାନଙ୍କ ପ୍ରିୟ ଷ୍ଟକ ଉପରେ ନଜର ରଖିପାରିବେ। 
  • ରିଅଲଟାଇମ ଅପ୍ସନ ଚେନ ଡାଟା: ଏହି ବୈଶିଷ୍ଟ୍ୟ ବ୍ୟବସାୟୀମାନଙ୍କୁ ଗୁରୁତ୍ଵପୂର୍ଣ୍ଣ ତଥ୍ୟକୁ ନଭୁଲି ସକ୍ରିୟ ବଜାର ଗତିବିଧିକୁ ଟ୍ରାକ କରିବାକୁ ସକ୍ଷମ କରିଥାଏ। ବ୍ୟବସାୟୀମାନେ ରିଅଲ-ଟାଇମ ଅପ୍ସନ ଚେନ ଡାଟା ବ୍ୟବହାର କରିପାରିବେ ଯାହା ସେମାନଙ୍କୁ ଅନ୍ୟମାନଙ୍କ ମଧ୍ୟରେ ଆଇରନ କଣ୍ଡୋର ଏବଂ ଷ୍ଟ୍ରାଡଲ ଭଳି ଜଟିଳ ବିକଳ୍ପ ରଣନୀତି ପ୍ରସ୍ତୁତ କରିବାକୁ ସକ୍ଷମ କରିବ। ୟୁଜରମାନେ ଶୀଟ୍ସ ଦ୍ୱାରା ରିଅଲ-ଟାଇମ ଅପ୍ସନ ଚେନ ଡାଟା ବ୍ୟବହାର କରି ପ୍ରତି ସେକେଣ୍ଡରେ ଅପଡେଟ ହେଉଥିବା ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ ପ୍ରବେଶ ଏବଂ ପ୍ରସ୍ଥାନ ସଂକେତ ସୃଷ୍ଟି କରିପାରିବେ।
  • ରଣନୀତି ନିର୍ଦ୍ଧାରଣ ପ୍ରକ୍ରିୟାକୁ ସରଳ କରିବା: ବ୍ୟବସାୟୀମାନଙ୍କୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ମୂଲ୍ୟର ନିର୍ଦ୍ଦିଷ୍ଟ କ୍ରମ ବ୍ୟବହାର କରି ସହଜରେ ରଣନୀତି ପ୍ରସ୍ତୁତ ଏବଂ ପରୀକ୍ଷଣ ପାଇଁ ଶୀଟ୍ସ ସୁଯୋଗ ପ୍ରଦାନ କରିବ। ଉଦାହରଣ ସ୍ୱରୂପ, ଐତିହାସିକ ଡାଟା ଏବଂ ସ୍ୱଳ୍ପ ତଥା ଦୀର୍ଘକାଳୀନ ପରିବର୍ତ୍ତନଶୀଳ ହାରାହାରି ଚଳନକୁ ସାମ୍ପ୍ରତିକ ଡାଟା ସବସ୍କ୍ରିପସନ ସହିତ ମିଶାଇ ବ୍ୟବସାୟୀମାନେ ଗତିଶୀଳ ମୂଲ୍ୟ କ୍ରମରେ ଏକ କ୍ରସଓଭର ସିଗନାଲ ସୃଷ୍ଟି କରିପାରିବେ। ଏହା ସେମାନଙ୍କୁ ସୁଚିନ୍ତିତ ବିନିଯୋଗ ନିଷ୍ପତ୍ତି ନେବାକୁ ସକ୍ଷମ କରିବ।

ଶୀଟ୍ସର ଶୁଭାରମ୍ଭ ବିଷୟରେ ଆଲୋଚନା କରି ଶେୟାର.ମାର୍କେଟର ସିଇଓ, ଉଜ୍ଜ୍ୱଳ ଜୈନ କହିଛନ୍ତି, “ବଜାରରେ ଅଂଶଗ୍ରହଣକାରୀଙ୍କ ପାଇଁ ବ୍ରୋକିଂ ଅଭିଜ୍ଞତାକୁ ଉନ୍ନତ କରିବା ସହିତ ବୌଦ୍ଧିକ ଭିତ୍ତିଭୂମି ପ୍ରଦାନ କରି ସେମାନଙ୍କୁ ସୁଚିନ୍ତିତ ନିଷ୍ପତ୍ତି ନେବାକୁ ସଶକ୍ତ କରିବା ପାଇଁ ଶେୟାର.ମାର୍କେଟ କ୍ରମାଗତ ଭାବରେ ଉଦ୍ୟମ କରିଥାଏ। ଶୀଟ୍ସ ହେଉଛି ଡିସ୍କାଉଣ୍ଟ ବ୍ରୋକିଂ ଇକୋସିଷ୍ଟମରେ ଏପରି ଏକ ଟୁଲ ଯାହା କୌଣସି ମାନବିକ ହସ୍ତକ୍ଷେପର ଆବଶ୍ୟକତା ବିନା ଏକାଧିକ ଷ୍ଟକ ଉପରେ ନଜର ରଖିବା ପ୍ରକ୍ରିୟାକୁ ସ୍ୱୟଂଚାଳିତ ପ୍ରକ୍ରିୟାରେ ପରିଣତ କରିବ। ଏହା ବ୍ୟବସାୟୀମାନଙ୍କୁ ଶୀଘ୍ର ବିନିଯୋଗ ରଣନୀତି ପ୍ରସ୍ତୁତ କରିବା ଏବଂ ତ୍ରୁଟିର ବିପଦକୁ ହ୍ରାସ କରିବାକୁ ସୁଯୋଗ ଦେବ। ଏହି ଟୁଲଗୁଡ଼ିକ ବଜାର ସଙ୍କେତ, ଟ୍ରେଣ୍ଡ, ଏବଂ ଗତିର ପରିବର୍ତ୍ତନକୁ ସଠିକ ଭାବରେ ଚିହ୍ନଟକୁ ସକ୍ଷମ କରିଥାଏ। ଏହି ଶକ୍ତିଶାଳୀ ନୂତନ ବୈଶିଷ୍ଟ୍ୟଗୁଡ଼ିକ ମାଧ୍ୟମରେ ଶେୟାର.ମାର୍କେଟ ବ୍ୟବସାୟୀ ଏବଂ ନିବେଶକମାନଙ୍କୁ ସେମାନଙ୍କର ରଣନୀତିକୁ ପ୍ରଭାବଶାଳୀ କରିବାରେ ସାହାଯ୍ୟ କରୁଛି ଯାହା ସେମାନଙ୍କୁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ବିଷୟବଜାର ସମ୍ବନ୍ଧରେ ଏକ ସନ୍ତୁଳିତ ତଥା ସୁଚିନ୍ତିତ ନିଷ୍ପତ୍ତି ନେବା ଉପରେ ଧ୍ୟାନ ଦେବାକୁ ସୁଯୋଗ ଦେଇଥାଏ। 

ଆଗାମୀ ତ୍ରୈମାସିକରେ ଶୀଟ୍ସ ଉଭୟ ନୂତନ ଏବଂ ଅଭିଜ୍ଞ ବ୍ୟବସାୟୀମାନଙ୍କ ପାଇଁ ସେମାନଙ୍କର ସାମର୍ଥ୍ୟ ବଢ଼ାଇବା ଉଦ୍ଦେଶ୍ୟରେ ଉନ୍ନତ ବୈଶିଷ୍ଟ୍ୟଗୁଡିକ ପ୍ରଦାନ କରିବ। ଏଥିରେ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ ରଣନୀତି ପ୍ରସ୍ତୁତି ପ୍ରକ୍ରିୟା ଅନ୍ତର୍ଭୁକ୍ତ ହେବ ଯାହା ବ୍ୟବସାୟୀମାନଙ୍କୁ ଲାଭ ଏବଂ କ୍ଷତିର ପୂର୍ବାନୁମାନ କରିବା, ଖର୍ଚ୍ଚ ହିସାବରେ ମୂଲ୍ୟ ଓ ରାଜସ୍ବ ସମାନ ହେଉଥିବା ପଏଣ୍ଟ ନିର୍ଣ୍ଣୟ କରିବା ଏବଂ ଲାଇଭ ଚାର୍ଟ ଦେଖିବା ପାଇଁ ସୁଯୋଗ ଦେଇଥାଏ। ବ୍ୟବସାୟୀମାନେ କଣ୍ଡୋର, ସ୍ପ୍ରେଡ, ଲ୍ୟାଡର ପରି ପୂର୍ବ-ପ୍ରସ୍ତୁତ ରଣନୀତି ବ୍ୟବହାର କରିବାର ସୁଯୋଗ ମଧ୍ୟ ପାଇପାରିବେ ଯାହା ସେମାନେ ସେମାନଙ୍କ ପାଖରେ ପୂର୍ବରୁ ଥିବା ଟେମ୍ପଲେଟରେ ସହଜରେ ସଂଯୁକ୍ତ କରିପାରିବେ ଏବଂ ସେମାନଙ୍କର ବିନିଯୋଗ ପଦକ୍ଷେପ ସମ୍ପର୍କ ଯୋଜନା କରିପାରିବେ।

ଶେୟାର.ମାର୍କେଟ ଗତ ବର୍ଷରେ 2.5 ମିଲିୟନରୁ ଅଧିକ ସଂଖ୍ୟକ ଗ୍ରାହକଙ୍କ ଏକ ଆଧାର ଏବଂ 2 ମିଲିୟନରୁ ଅଧିକ ସକ୍ରିୟ ମ୍ୟୁଚୁଆଲ ଫଣ୍ଡ SIP କାରବାର ସହିତ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। 2024 ମସିହା ଅଗଷ୍ଟ ମାସ ସୁଦ୍ଧା ଏହା 2 ଲକ୍ଷ ସକ୍ରିୟ ନିବେଶକଙ୍କୁ ସାମିଲ କରି ନିଜକୁ ଭାରତର 21ତମ ବୃହତ୍ତମ ବ୍ରୋକିଂ ପ୍ଲାଟଫର୍ମ ଭାବରେ ଉପସ୍ଥାପିତ କରିଛି।ନୂତନ ନିବେଶକମାନଙ୍କୁ ସେମାନଙ୍କର ପୁଞ୍ଜି ବିନିଯୋଗ ଆରମ୍ଭ କରିବା ତଥା ଶେୟାର.ମାର୍କେଟ ସହିତ ବାଣିଜ୍ୟ କରିବା ପାଇଁ ଅଭିଜ୍ଞ ନିବେଶକମାନଙ୍କୁ ଆକର୍ଷିତ କରିବାକୁ ଏହି ପ୍ଲାଟଫର୍ମ 2025 ମସିହା ମାର୍ଚ୍ଚ ମାସ 31 ତାରିଖ ପର୍ଯ୍ୟନ୍ତ ଜିରୋ ବ୍ରୋକରେଜ ଅଫର ପ୍ରଦାନ କରୁଛି।

Comments are closed, but trackbacks and pingbacks are open.