ଏଣିକି ବିଏଡ୍ ପାଠ୍ୟକ୍ରମ ୪ ବର୍ଷିଆ ହେବ । ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଏ ବିଏଡ୍, ବିଏସ୍ସି ବିଏଡ୍ ଓ ବିକମ୍ ବିଏଡ୍ ପାଠ୍ୟକ୍ରମରେ ୪ବର୍ଷ ଧରି ଶିକ୍ଷା ପ୍ରଦାନ କରାଯିବ । ଯୁକ୍ତ ୨ ରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀ ସିଧାସଳଖ ଏହି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ । ଜାତୀୟ ଶିକ୍ଷାନୀତି୨୦୨୦ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏଭଳି ନିଷ୍ପତ୍ତି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଛି । ଶିକ୍ଷାନୀତି-୨୦୨୦ ଅନୁଯାୟୀ ୨୦୩୦ରୁ ଶିକ୍ଷକ ନିଯୁକ୍ତି କେବଳ ଆଇଟିଇପି ଯୋଗ୍ୟତା ଆଧାରରେ ହେବ ।
ତାହାକୁ ନଜରରେ ରଖି ପାଇଲଟ୍ ପ୍ରକଳ୍ପ ଭାବେ ୨୦୨୨-୨୩ ଶିକ୍ଷାବର୍ଷରୁ ଦେଶର ପ୍ରାୟ ୫୦ଟି ବହୁମୁଖୀ ଶିକ୍ଷାନୁଷ୍ଠାନରେ ଏହି ପାଠ୍ୟକ୍ରମରେ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷା ମନ୍ତ୍ରାଳୟ ଅଧୀନ ନ୍ୟାସନାଲ କାଉନ୍ସିଲ ଫର୍ ଟିଚର ଏଜୁକେସନ ଏହି ପାଠ୍ୟକ୍ରମ ପ୍ରସ୍ତୁତ କରିଛି । ଏହି ଇଣ୍ଟିଗ୍ରେଟେଡ୍ ପାଠ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ବହୁ
ପରିମାଣରେ ଉପକୃତ ଉପକୃତ ହେବେ ।