ଭୁବନେଶ୍ୱର – ରାଜ୍ୟରେ ଥିବା ୧୦୩୬ ଡିଗ୍ରୀ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ରାଜ୍ୟରେ ମୋଟ୍ ୨ଲକ୍ଷ ୪୩ ହଜାର ୨୭୪ ସିଟ୍ ମଧ୍ୟରୁ ୧ଲକ୍ଷ ୫୨ ହଜାର ୫୧୩ଟି ସିଟ୍ରେ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ବିଦ୍ୟାର୍ଥୀଙ୍କ ପ୍ରଥମ ସେମିଷ୍ଟାର ପାଠ ପଢ଼ା ଆସନ୍ତାମାସ ୮ ତାରିଖରୁ ଆରମ୍ଭ ହେବ । ନାମଲେଖା ପ୍ରକ୍ରିୟା ସରିବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରେସ୍କୋଡ୍ ଲାଗୁ ହେବ ବୋଲି ଉଚ୍ଚଶିକ୍ଷା ବିଭାଗଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।
ଦ୍ୱିତୀୟ ମେଧା ତାଲିକା ଆସନ୍ତାମାସ ୫ ତାରିଖରେ ପ୍ରକାଶ ପାଇବ । ୮ ତାରିଖ ସୁଦ୍ଧା ଦ୍ୱିତୀୟ ମେଧାତାଲିକା ନାମ ଲେଖା ଶେଷ ହେବ । ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ନିଜର ଆଡ଼ମିଶନ ଫି’ ଦାଖଲ କରିବେ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ସିଟ୍ରେ ସ୍ପଟ୍ ଆଡ୍ମିଶନ ପାଇଁ ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସ୍ପଟ୍ ନାମଲେଖା ପାଇଁ ସଂପୃକ୍ତ କଲେଜରେ ଅଗଷ୍ଟ ୧୬ ତାରିଖ ପୂର୍ବାହ୍ନ ୧୧ଟାରୁ ୧୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ । ସ୍ପଟ୍ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ବିଦ୍ୟାର୍ଥୀ ଅଗଷ୍ଟ ୧୯ରୁ ୨୧ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେଅନ୍ଲାଇନ୍ରେ ନାମଲେଖା ଫି’ ଦାଖଲ କରିପାରିବେ ।