ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍‍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ

0 112

ଭାରତ ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍‍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତର, ନର୍ସ ଏବଂ ଏହି ଅଭିଯାନରେ ସାମିଲ ଥିବା ପ୍ରତ୍ୟେକ ବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏକ ଟ୍ୱିଟ୍‍ରେ ସେ କହିଛନ୍ତି ଯେ ୧୦୦କୋଟି ଡୋଜ୍‍ ଟିକା ପ୍ରଦାନ କରି ଭାରତ ଆଜି ଇତିହାସ ରଚିଛି । ଭାରତୀୟ ବିଜ୍ଞାନର ବିଜୟ ହେବା ସହ ୧୩୦ କୋଟି ଲୋକଙ୍କର ସାମୁହିକ ପଦକ୍ଷେପ ଜରିଆରେ ଏଭଳି ସଫଳତା ହାସଲ ହୋଇପାରିଛି ବୋଲି ସେ କହିଛନ୍ତି । ଆଜି ସକାଳେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ରାମମନୋହର ଲୋହିଆ ହସ୍ପିଟାଲ ପରିଦର୍ଶନ କରି ଟିକାକରଣ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ସହ କଥାହୋଇ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ।


ଉପରାଷ୍ଟ୍ରପତି ଏମ୍‍ ଭେଙ୍କେୟା ନାଇଡୁ ଏହି ସଫଳତାର ଅଂଶ ପାଲଟିଥିବା ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସମ୍ମୁଖ ସ୍ୱାସ୍ଥ୍ୟକର୍ମୀ, ବୈଜ୍ଞାନିକ, ଟିକା ନିର୍ମାତା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସେ ଉଚ୍ଚପ୍ରଶଂସା କରିଛନ୍ତି । ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏଭଳି ସଫଳତା ଲାଗି
ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।

Leave A Reply