ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢଲକ୍ଷ ପାର
ଭୁବନେଶ୍ୱର -ରାଜ୍ୟରେ ରବିବାର ସୁ୍ଦ୍ଧା ଆଉ ୩ ହଜାର ୯୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ହଜାର ୩୪୮ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବାବେଳେ ୧ ହଜାର ୫୬୫ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୩୮୨, ପୁରୀରୁ ୨୧୨, ଝାରସୁଗୁଡ଼ାରୁ ୧୬୨, କେନ୍ଦ୍ରାପଡ଼ାରୁ ୧୫୬, ମୟୂରଭଞ୍ଜରୁ ୧୪୭, ବରଗଡ଼ରୁ ୧୪୬, ବଲାଙ୍ଗିରରୁ ୧୪୨, ସମ୍ବଲପୁରରୁ ୧୪୧, ବାଲେଶ୍ୱରରୁ ୧୩୪, ଯାଜପୁର ଓ ନୂଆପଡ଼ାରୁ ୧୨୮ ଜଣ ଲେଖାଏଁ, ଭଦ୍ରକରୁ ୧୨୩, ନବରଙ୍ଗପୁରରୁ ୧୧୨, ଜଗତ୍ସିଂହପୁରରୁ ୧୦୮, ଅନୁଗୁଳରୁ ୧୦୩ ଓ କୋରାପୁଟ୍ରୁ ୧୦୦ ଜଣ ଅଛନ୍ତି । ସେହିପରି ରାୟଗଡ଼ାରୁ ୯୮, ସୁବର୍ଣ୍ଣପୁରରୁ ୯୧, ଗଞ୍ଜାମ ଓ କନ୍ଧମାଳରୁ ୮୬ ଜଣ ଲେଖାଏଁ, କେନ୍ଦୁଝରରୁ ୭୬, ଢେଙ୍କାନାଳରୁ ୭୪, ମାଲକାନଗିରି ୬୮, ବୌଦରୁ ୬୧, ନୟାଗଡ଼ରୁ ୬୦, ସୁନ୍ଦରଗଡ଼ରୁ ୩୫, ଗଜପତିରୁ ୧୬, ଏବଂ ଦେବଗଡ଼ରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଜି ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେବା ପରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୨୬ରେ ପହଞ୍ଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, କଟକରୁ ୨, ଗଞ୍ଜାମ, ବାଲେଶ୍ୱର, କଳାହାଣ୍ଡି, ମୟୂରଭଞ୍ଜ ଏବଂ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କୁହାଯାଇଛି ।