ଭିଭୋ ପକ୍ଷରୁ ଭି-୯ ସ୍ମାର୍ଟଫୋନର ବଜାର ପ୍ରବେଶ

0 1,410

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଆଜି ଏହାର ଫ୍ଲାଗସିପ୍ ଡୁଆଲ୍ କ୍ୟାମେରା ସ୍ମାର୍ଟଫୋନ୍ ଭି-୯ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ୧୬ ଏମ୍ପି ଏବଂ ୫ ଏମ୍ପି ପଛ କ୍ୟାମେରା ସହିତ ୨୪ ଏମ୍ପି ସେଲଫି କ୍ୟାମେରା ରହିଛି। ଏହା ସହିତ ଏଥିରେ ଅତୁଳନୀୟ ୧୯:୯ ଫୁଲ୍ ଭିୟୁ ଡିସ୍ ପ୍ଲେ ୨.୦ ଏବଂ ସ୍କ୍ରିନ୍-ବଡି-ଅନୁପାତ ୯୦ ପ୍ରତିଶତ, ୬.୩ ଇଂଚ ଡିସ୍ପ୍ଲେ ଆଦି ବୈଶିଷ୍ଟ୍ୟ ରହିଛି।

ଏହା ସହିତ ଏଥିରେ କ୍ୱାଲକମ୍ ସ୍ନାପ୍ ଡ୍ରାଗନ୍ ୬୨୬ ଅକ୍ଟାକୋର୍, ୪ଜିବି ରାମ୍, ୬୪ ଜିବି ରମ୍, ୩୨୬୦ ଏମ୍ଏଏଚ୍ ବ୍ୟାଟେରୀ, ଫେସ୍ ଆସ୍କେସ୍ ୨.୦ ଏବଂ ଗେମ୍ ମୋଡ୍, ଏଲଇଡି ଫ୍ଲାଶ୍, ରେଟିନା ଫ୍ଲାଶ୍, ଅଲ୍ଟ୍ରା ଏଚ୍ଡି, ଏଆର୍ ଷ୍ଟ୍ରିକର, ଏଫ୍- ୨.୦ ଆପରେଚର୍, ଜେଣ୍ଡର ଡିଟେକସନ୍, ଆଦି ବୈଶିଷ୍ଟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି।

ଏହାର ମୂଲ୍ୟ ୨୨,୯୯୦ ଟଙ୍କା ରହିଛି। ଏହା ବଜାରରେ ଚ୍ୟାମ୍ପାଜେନ୍ ଗୋଲ୍ଡ ଏବଂ ପର୍ଲ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେବ।୨୦୧୮ ଏପ୍ରିଲ୍ ୨ ତାରିଖ ଠାରୁ ଏହା ସମସ୍ତ ଅଫ୍ ଲାଇନ୍ ଷ୍ଟୋର୍ରେ ଉପଲବ୍ଧ ହେବ। ଗ୍ରାହକ ଏହାର ପ୍ରି-ବୁକ୍ ମାର୍ଚ୍ଚ ୨୩ ତାରିଖଠାରୁ ସମସ୍ତ ରିଟେଲ୍ ଷ୍ୟୋର୍, ଭିଭୋ-ଇ-ଷ୍ଟୋର୍ ଫ୍ଲିପ୍କାର୍ଟ, ଆମାଜନ୍ ଏବଂ ପେଟିଏମ୍ ମଲ୍ରେ କରିପାରିବେ। ପ୍ରି-ବୁକିଂ କରିଥିବା ଗ୍ରାହକଙ୍କୁ ୱାଡ଼ ଟାଇମ୍ ସ୍କ୍ରିନ୍ ରିପ୍ଲେସ୍ମେଂଟ୍ ସୁବିଧା ପ୍ରଦାନ କରାଯିବ। ଏହା ସହିତ ଏହି ଗ୍ରାହକଙ୍କୁ ଏକ୍ସଚେଞ୍ଜ୍ ଅନ୍ତର୍ଗତ ଅତିରିକ୍ତ ୨,୦୦୦ଟଙ୍କାର ରିହାତି ପ୍ରଦାନ କରାଯିବ। ଗ୍ରାହକଙ୍କୁ ଇ-କମର୍ସ ପ୍ଳାଟଫର୍ମରେ ୧୨ ମାସର ଇଏମ୍ଆଇ ସୁବିଧା ପ୍ରଦାନ କରାଯିବ।

Leave A Reply