ଭାରତରେ ହ୍ରାସ ପାଇଛି ଅପପୁଷ୍ଟି, ବଢୁଛି ମୋଟାପଣ: ରିପୋର୍ଟ

0 2,237

ସଂଯୁକ୍ତ ରାଷ୍ଟ୍ର: ଭାରତରେ ଅପପୁଷ୍ଟିର ଶିକାର ହେଉଥିବା ଲୋକଙ୍କର ସଂଖ୍ୟା ହ୍ରାସ ପାଇବାକୁ ଏକ ଭଲ ଖବର କୁହାଯାଉଛି । ମାତ୍ର ଅନ୍ୟ ଏକ ଖରାପ ହେଉଛି, ଦେଶରେ ମୋଟାପଣ ଲୋକଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଏବେ ଦୁର୍ଭିକ୍ଷ ନାହିଁ । ଲୋକଙ୍କୁ ଆବଶ୍ୟକ ପରିମାଣରେ ଖାଇବାକୁ ମିଳୁଛି । ମୋଟାପଣ ସ୍ୱାସ୍ଥ୍ୟ ପାଇଁ ନୂତନ ବ୍ୟାଧି ପାଲଟିଛି । ବିଶ୍ୱରେ ୨୦୧୯ରେ ଖାଦ୍ୟ ସୁରକ୍ଷାର ସ୍ଥିତି ଏବଂ ଅପପୁଷ୍ଟି ଉପରେ ଜାରି ହୋଇଥିବା ରିପୋର୍ଟ ଅନୁସାରେ ଭାରତରେ ମୋଟାପଣ ଶିକାର ହେଉଥିବା ସଂଖ୍ୟା ୨୦୧୨ରେ ୨ କୋଟି ୪୦ ଲକ୍ଷ ଥିଲା । ବର୍ଷ ୨୦୧୬ରେ ଏହି ସଂଖ୍ୟା ବଢି ୩ କୋଟି ୨୮ ଲକ୍ଷରେ ପହଂଚିଛି ।

ଅପପୁଷ୍ଟି ଜନିତ ସମସ୍ୟା ଦେଶରୁ ଧୀରେ ଧୀରେ ହ୍ରାସ ପାଉଛି । ତଥ୍ୟ ଅନୁସାରେ ଏହି ବର୍ଗରେ୨୦୦୪-୦୬ରେ ଭାରତରେ ୨୫ କୋଟି ୩୯ ଲକ୍ଷ ଲୋକ ଥିଲେ, ଯାହାକି ୨୦୧୬-୧୮ରେ ହ୍ରାସ ପାଇ ୧୯ କୋଟି ୪୪ ଲକ୍ଷ ରହିଯାଇଛି । ୧୮ ବର୍ଷ ଅଥବା ଏଥିରୁ ଅଧିକ ଆୟୁଷର ମୋଟାପଣର ଶିକାର ହୋଇଥିବା ଲୋକ ସଂଖ୍ୟା ୨ କୋଟି ୪୦ ଲକ୍ଷରୁ ବଢ଼ି ୩ କୋଟି ୨୮ ଲକ୍ଷ ହୋଇଯାଇଛି । ୫ ବର୍ଷରୁ ଅଧିକ ଆୟୁ ବର୍ଗର ଶିଶୁମାନଙ୍କ ସଂଖ୍ୟା ୨୦୧୮ରେ ୨୯ ଲକ୍ଷ ଥିଲା ।

ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱବ୍ୟାପୀ ଅଧିକ ଓଜନ ବୟସ୍କ ଲୋକଙ୍କର ସଂଖ୍ୟା ୨୦୧୨ରେ ୫୬୩.୭ ମିଲିୟନରୁ ବଢ଼ି ୨୦୧୬ରେ ୬୭୨.୩ ମିଲିୟନ ହୋଇଛି । ଏଫଏଓର ମହାନିର୍ଦ୍ଦେଶକ ଜୋସ ଗ୍ରୋଜିୟାନୋ ଡା. ସିଲଭା ରିପୋର୍ଟ ଜାରି କରି କହିଛନ୍ତି, ବିଶ୍ୱବ୍ୟାପୀ ମୋଟାପଣ ଜନିତ ଲୋକଙ୍କର ସଂଖ୍ୟା ଦ୍ରୁତ ଗତିରେ ବଢୁଛି । ଶିଶୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି ।

Leave A Reply