ବିଦେଶ ବୁଲି ଯ଼ିବେ କି ? ଏସବୁ ସ୍ଥାନକୁ ଯ଼ାଇପାରନ୍ତି
ଭିଭିଡ୍ ସିଡନୀ ର ୧୦ମ ସଂସ୍କରଣରେ ପୁଣିଥରେ ସଙ୍ଗୀତ, ଆଳୋକର ଅନନ୍ୟ କାର୍ଯ୍ୟକ୍ରମ ୨୩ ରାତି ପାଇଁ ଆୟୋଜିତ ହେବାକୁ ଯାଉଛି। ଏହା ୨୦୧୮ ମଇ ୨୫ ତାରିଖ ଶୁକ୍ରବାରଠାରୁ ଜୁନ୍ ୧୬ ତାରିଖ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଡିଏନ୍ଏସ୍ଡବ୍ଲୁ ପକ୍ଷରୁ ଭାରତୀୟ ପର୍ଯ୍ୟଟକଙ୍କୁ ସ୍ୱାଗତ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ସିଡ୍ନୀର ହାର୍ବର ସହରରେ ଅନନ୍ୟ ଆଲୋକ କାର୍ଯ୍ୟକ୍ରମ, ଭିଭିଡ୍ ମ୍ୟୁଜିକ୍ କାର୍ଯ୍ୟକ୍ରମ, ଭିଭିଡ୍ ଲାଇଭ୍, ଭିଭିଡ୍ ଆଇଡିଆ ଆଦି ସମ୍ପନ୍ନ ହେବ।
ହେରମାନସ୍ ହ୍ୱେଲ୍ ଉତ୍ସବର ୨୭ତମ ସଂସ୍କରଣ ଦକ୍ଷିଣ ଆଫ୍ରିକାର କେପ୍ ହ୍ୱେଲ ଉପକୂଳରେ ସମ୍ପନ୍ନ ହେବ। ଏହି ଅବସରରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଖାଦ୍ୟ,ପାନୀୟ, ରୋମାଂଚକାରୀ ଖେଳ, ପିଲାଙ୍କ ପାଇଁ କାର୍ଯ୍ୟକ୍ରମ, ସଙ୍ଗୀତ, କାର୍ ଶୋ’, ଇକୋ ଭିଲେଜ୍, ତଥା ବିଭିନ୍ନ ଦୁଃଶାହସିକ କାର୍ଯ୍ୟକ୍ରମ ଓଲଡ ହାର୍ବରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ୨୦୧୮ ସେପ୍ଟେମ୍ବର ୨୮ ତାରିଖଠାରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ।
ପୋର୍ଟ ଇଲିଓଟ୍ ଉତ୍ସବ ଇଂଲଣ୍ଡର କୋର୍ନୱାଲଠାରେ ଜୁଲାଇ ୧୬ ତାରିଖଠାରୁ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଠାରେ ଖାଦ୍ୟ ଓ ପାନୀୟ ଆନନ୍ଦ ସହିତ ସଙ୍ଗୀତ ତଥା ପାରମ୍ପରିକ ନୃତ୍ୟର ମଜା ନେଇ ହେବ। ଏଠାରେ ବିଳାସପୂର୍ଣ୍ଣ ରହିବା ସୁବିଧା ମଧ୍ୟ ଉପଲବ୍ଧ ହୋଇଥାଏ।
ଏଡନ୍ ବର୍ଗ ଫ୍ରିଙ୍ଗ୍ ଉତ୍ସବ ଗୁଡ୍ ଭାଇବ୍ ୩୦ତମ ଉତ୍ସବ ଭାବେ ବେଶ୍ ପରିଚିତ। ଏହା ୨୦୧୮ ଅଗଷ୍ଟ ୩ ତାରିଖଠାରୁ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗତ ୭୧ ବର୍ଷ ଧରି ଏହି ଉତ୍ସବ ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହେଉଛି। ଗତ ବର୍ଷ ଏଠାରେ ୫୩,୦୦୦ରୁ ଅଧିକ ପ୍ରତିଭା ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି ଉତ୍ସବ ସଙ୍ଗୀତ ତଥା କଳାପ୍ରେମୀଙ୍କୁ ଆକର୍ଷିତ କରିଥାଏ।
କେବଳ ବିଦେଶ କାହିଁକି ଆମ ଦେଶର ଏସବୁ ସ୍ଥାନକୁ ଯ଼ାଇପାରନ୍ତି
ରାଜସ୍ଥାନ ଅନ୍ତର୍ଜାତୀୟ ଲୋକ ଉତ୍ସବ ଅକ୍ଟୋବର ୨୪ ତାରିଖଠାରୁ ଅକ୍ଟୋବର ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଥର୍ ମରୁଭୂମିରେ ବାଲି ଉପରେ ଏହି ସଙ୍ଗୀତ ଓ ନୃତ୍ୟର କାର୍ଯ୍ୟକ୍ରମ ରାଜସ୍ଥାନର ଉତ୍କୃଷ୍ଠ ଲୋକ କଳା ଓ ସଂସ୍କୃତି ସମ୍ପର୍କରେ ଅବଗତ କରାଇଥାଏ। ଏଠାରେ ବିଶ୍ୱସ୍ତରର ପ୍ରତିଭା ନିଜସ୍ୱ ପ୍ରତିଭାର ପ୍ରଦର୍ଶନ କରିବେ।
ଜାଇରୋ ସଙ୍ଗୀତ ଉତ୍ସବ ହିମାଚଳପ୍ରଦେଶର ଜାଇରୋ ଉପତ୍ୟକାରେ ୨୦୧୮ ସେପ୍ଟେମ୍ବର ୨୮ତାରିଖଠାରୁ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ଅତି ଆନନ୍ଦ ଉତ୍ସାହ ମଧ୍ୟରେ ପାଳିତ ହେବ। ଏହି ଅବସରରେ ଖାଦ୍ୟ ଓ ପାନୀୟ ସହିତ ସାଂସ୍କୃତିକ ସଙ୍ଗୀତର ଅନ୍ୟନ ଆନନ୍ଦ ପର୍ଯ୍ୟଟକ ନେଇ ପାରିବେ।