କେନ୍ଦ୍ରାପଡ଼ା .- କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି । ପାଟକୁରା ନିର୍ବାଚନ ପ୍ରଚାର ବେଳେ ଆଚରଣ ବିଧି ଲଂଘନ ହେଉଛି କି ନାହିଁ, ତାହା ଉପରେ ନିୟୋଜିତ ପର୍ଯ୍ୟବେକ୍ଷକମାନେ ତୀକ୍ଷ୍ଣ ନଜର ରଖିଛନ୍ତି । ସେହିପରି ସହରର ଉର୍ଦ୍ଦୁ ପାଠାଗାର ପରିସରରେ ପୁଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ଭୋଟ୍ କେନ୍ଦ୍ରରେ ନିର୍ବାଚନ ପରିଚାଳନ ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମିକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମର୍ଥ ବର୍ମା ତଦାରଖ କରିଛନ୍ତି । ଏହି ନିର୍ବାଚନରେ ମୋଟ୍ ୨ଲକ୍ଷ ୩୭ ହଜାର ୫୯୯ ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ୍, ଗରଦପୁର ଓ ମାର୍ଶାଘାଇର କିଛି ପଞ୍ଚାୟତକୁ ନେଇ ୨୦୦୯ରେ ଏହି ନିର୍ବାଚନ ମଣ୍ଡଳୀର ପୁନର୍ଗଠନ କରାଯାଇଥିଲା