ଭୁବନେଶ୍ୱର .- ଭୁବନେଶ୍ୱର ଏମ୍ସର ସପ୍ତମ ପ୍ରତିଷ୍ଠା ଦିବସ ଅବସରରେ ୧୪ ଶଯ୍ୟା ବିଶିଷ୍ଟ ଡାଏଲିସସ୍ ୟୁନିଟ୍, ଦ୍ୱିତୀୟ ଏମ୍ଆର୍ଆଇ କେନ୍ଦ୍ର ଓ ମେଡ଼ିକାଲ ଥେରାସ୍କୋପି କେନ୍ଦ୍ର ଲୋକାର୍ପିତ ହୋଇଛି। ଖୁବ୍ଶୀଘ୍ର ୨୫ଟି ମଡ୍ୟୁଲାର ଓଟି ଏବଂ ୧୦୨ଟି ଆଇସିୟୁ ପ୍ରତିଷ୍ଠା କରାଯିବ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହିସବୁ ବ୍ୟବସ୍ଥାର ଲୋକାର୍ପଣ କରିଥିଲେ। ଏହି ପ୍ରତିଷ୍ଠାନ ପ୍ରତି କେନ୍ଦ୍ରୀୟ ଅନୁଦାନ ବୃଦ୍ଧି ପାଇଁ ଦାବି କରାଯିବ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ଏମ୍ସ ଭିତ୍ତିଭୂମି ନିର୍ମାଣ ସହ ପୂର୍ଣ୍ଣାଙ୍ଗ ରୂପ ପାଇବ ବୋଲି ସଂସ୍ଥାର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।