ଭୁବନେଶ୍ୱର: ଭାରତର ଅଗ୍ରଣୀ କୃଷି ଉପକରଣ ନିର୍ମାଣକାରୀ ସଂସ୍ଥା ଟାଫେ ପକ୍ଷରୁ ମାଗଣା ଭଡ଼ା ପ୍ଲାଟଫର୍ମ ‘ଜେ ଫାର୍ମ ସର୍ଭିସ’ର ଶୁଭାରମ୍ଭ କରାଯଅଇକ୍ତି। ଏହା ହେଉଛି ଏକ ସ୍ୱତନ୍ତ୍ର ପଦକ୍ଷେପ ଏବଂ ଟାଫେର ଲକ୍ଷ୍ୟ ସମ୍ପୁୁର୍ଣ୍ଣ ବିଶ୍ୱରେ କୃଷି ମାଧ୍ୟମରେ ଭାରତରେ କୃଷକ ମାନଙ୍କ ଜୀବନକୁ ସମୃଦ୍ଧ କରିବା ହେଉଛି କମ୍ପାନୀର ସାମାଜିକ ଦାୟିତ୍ୱବୋଦ୍ଧ କାର୍ଯ୍ୟକ୍ରମ।
ଏହି ଅବସରରେ ଟାଫେର ଚେୟାରମ୍ୟାନ୍ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀଯୁକ୍ତ ମଲ୍ଲିକା ଶ୍ରୀନିବାସନ୍ କହିଛନ୍ତିଯେ, “ଜେଫାର୍ମ ସର୍ଭିସ ହେଉଛି ଏକ ସିଏସଆର ପଦକ୍ଷେପ, ଯାହାକି ଉଭୟ କୃଷକ ମାନଙ୍କୁ ସେମାନଙ୍କର ଟ୍ରାକ୍ଟର ଏବଂ କୃଷି ଯନ୍ତ୍ରପାତିକୁ ଭଡ଼ା ଆକାରରେ ନେବା ପାଇଁ ସୁବିଧା ପ୍ରଦାନ କରୁଛି ଏବଂ କ୍ଷୁଦ୍ର ଚାଷୀମାନେ ପ୍ରତ୍ୟେକ୍ଷଭାବରେ ଜେଫାର୍ମ ସର୍ଭିସ୍ ଆପରୁ ଉକ୍ତ ସେବା ସୁବିଧା ନେଇପାରିବେ। ଆମ୍ଭେମାନେ ସମ୍ପୁର୍ଣ୍ଣ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଛୁଇଁବା ପାଇଁ ଲକ୍ଷ୍ୟ ରଖିଛୁ, ଯେବେକି ଆମ୍ଭେମାନେ ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ, ୨୦୨୨ ସୁଦ୍ଧା କୃଷକ ମାନଙ୍କର ଆୟ ଦୁଇଗୁଣ କରିବା ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛୁ।” ଏହି ଅବସରରେ ଟାଫେର ପ୍ରଡ଼କ୍ଟ ଷ୍ଟ୍ରାଟେଜି ଏବଂ କର୍ପୋରେଟ ରିଲେସନସର ସଭାପତି ଏବଂ ସିଓଓ, ଶ୍ରୀଯୁକ୍ତ ଟି ଆର କେଶଭନ୍ କହିଛନ୍ତିଯେ, “ଜେଫାର୍ମ ସର୍ଭିସ ମାଧ୍ୟମରେ ଟାଫେ ଓଡ଼ିଶା ସରକାରଙ୍କୁ ସହାୟତା କରିବା ପାଇଁ କୃଷି ମନ୍ତ୍ରଣାଳୟ ଏବଂ କୃଷକ ଶସକ୍ତିକରଣ ବିଭାଗ ସହିତ ସହବନ୍ଧିତା କରିଛି। ଏହା ଆବଣ୍ଟିତ ଅର୍ଥନୀତି ମଡ଼େଲ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତି ଉପଲବ୍ଧ କରାଇବା, କୃଷି କ୍ଷେତ୍ରରେ ଅବିରତ ସଫଳତା ଏବଂ ରାଜ୍ୟର ଅଭିବୃଦ୍ଧି ପାଇଁ କାର୍ଯ୍ୟ କରୁଛି।”
କୃଷକମାନେ ଟ୍ରାକ୍ଟର ଏବଂ କୃଷି ଯନ୍ତ୍ରପାତି ଜେଫାର୍ମ ସର୍ଭିସ ଆଣ୍ଡ୍ରଏଡ଼ ଆପ୍ ମାଧ୍ୟମରେ ଭଡ଼ାରେ ନେଇପାରିବେ କିମ୍ବା ଦେୟମୁକ୍ତ ନମ୍ବର ୧୮୦୦-୪-୨୦୦-୧୦୦ / ୧୮୦୦-୨୦୮-୪୨୪୨କୁ କଲ୍ ମଧ୍ୟ କରିପାରିବେ। ଉକ୍ତ ଆପ୍ କମ୍ ମୁଲ୍ୟର ଆଣ୍ଡ୍ରଏଡ଼ ଫୋନରେ ବ୍ୟବହାର କରାଯାଇପାରିବ ଏବଂ ଏହା ଖୁବ୍ କମ୍ ଡ଼ାଟାରେ ଚଲାଇବାପରି ଡ଼ିଜାଇନ କରାଯାଇଛି। ଏହାର ପ୍ରାରମ୍ଭିକ ପଦକ୍ଷେପ ସହିତ ବଡ଼ ବଡ଼ ରାଜ୍ୟ ଯେପରିକି, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜୁରାଟ ଏବଂ ବିହାରରେ ଜେଫାର୍ମ ସର୍ଭିସ୍ ପ୍ରତ୍ୟେକ୍ଷ ଭାବରେ ୬୫,୦୦୦ ଉପଭୋକ୍ତାଙ୍କୁ ଲାଭ ପହଞ୍ଚାଇଛି, ଯାହାର ପଳ ସୁରୂପ କୃଷି ଯନ୍ତ୍ରପାତି ପାଇଁ ପାଖାପାଖି ୧୨୫,୦୦୦ ଅର୍ଡ଼ର, ୩୦୦,୦୦୦ ଘଣ୍ଟା ପର୍ଯ୍ୟନ୍ତ ଭଡ଼ାରେ ନିଆଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post