ମୋବାଇଲ ଫୋନ୍ ମାଧ୍ୟମରେ ଏବେ ରେଳରେ ସାଧାରଣ ଟିକେଟ କରିପାରିବେ ବୁକିଂ

0 708

• ସିଜନ ଟିକେଟ ଓ ପ୍ଲାଟଫର୍ମ ଟିକେଟ ହିତ ସମସ୍ତ ଅଣ-ସଂରକ୍ଷିତ ଟିକେଟ ବୁକ୍ କରିବା ବ୍ୟବସ୍ଥା ‘ୟୁଟିଏସ ଅନ୍ ମୋବାଇଲ’ ଆପରେ ଉପଲବ୍ଧ

ରେଳବାଇ ନଗଦ ବିହୀନ କାରବାର (ଡିଜିଟାଲ କାରବାର)କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମୋବାଇଲ ଫୋନ୍ ମାଧ୍ୟମରେ ଅଣ-ସଂରକ୍ଷିତ ଟିକେଟ ବୁକ୍ କରିବା ବ୍ୟବସ୍ଥାକୁ ଦେଶବ୍ୟପୀ ବିସ୍ତାରିତ କରିଛନ୍ତି । ଏକ ବଡ଼ ପଦକ୍ଷେପ ସ୍ୱରୂପ ରେଳବାଇର ସମସ୍ତ ଜୋନରେ ସମସ୍ତ ଉପନଗର ଅଞ୍ଚଳରେ ନଭେମ୍ବର ୧ ତାରିଖରୁ ଅଣ-ସଂରକ୍ଷିତ ଟିକେଟ ବୁକିଂ ଆରମ୍ଭ ହୋଇଛି । ଏହାଦ୍ୱାରା ସମଗ୍ର ଭାରତ ବର୍ଷରେ ଅଣ-ସଂରକ୍ଷିତ ଟିକେଟ ବୁକିଂ ବ୍ୟବସ୍ଥା ସହଜ ହୋଇପାରିଛି । ଫଲରେ ଯାତ୍ରୀମାନେ ଟିକେଟ କାଟିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବାରୁ ରକ୍ଷା ପାଇପାରିବେ ।

ଅଣ-ସଂରକ୍ଷିତ ମୋବାଇଲ ଟିକେଟ ବୁକିଂ ପାଇଁ ୨୦୧୪ ଡିସେମ୍ବରରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯାଇଥିଲା । ଏହି ସୁବିଧା ସେଣ୍ଟ୍ରାଲ ରେଲୱେର ହାତଗଣତି ଷ୍ଟେସନରେ ଉପଲବ୍ଧ କରାଯାଇଥିଲା ।

୨୦୧୫ରୁ ୨୦୧୭ ମସିହା ମଧ୍ୟରେ ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ସିକନ୍ଦରାବାଦ ମହାନଗରର ଉପକଣ୍ଠ ରେଳ ଷ୍ଟେସନ ଗୁଡ଼ିକରେ ଅଣ-ସଂରକ୍ଷିତ ମୋବାଇଲ ଟିକେଟ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏଥିରେ କାଗଜ ବିହୀନ ଟିକେଟ ବ୍ୟବସ୍ଥା ରହିଥିଲା । ସିଜନ ଟିକେଟ ଓ ପ୍ଲାଟଫର୍ମ ଟିକେଟ ସହିତ ଅଣ-ସଂରକ୍ଷିତ ଟିକେଟ ବୁକିଂର ସୁବିଧା ଆଣ୍ଡ୍ରଏଡ, ଆଇଓଏସ୍, ଓ ୱିଣ୍ଡୋଜ୍ ଫୋନରେ ଉପଲବ୍ଧ ‘ୟୁଟିଏସ ଅନ୍ ମୋବାଇଲ’ ଆପ ମାଧ୍ୟମରେ ଉପଲବ୍ଧ ।

ଟିକେଟ ବୁକିଂ ପ୍ରକ୍ରିୟାରେ ଆପ୍ଲିକେସନ ଡାଉନଲୋଡ କରିବା, ଆବଶ୍ୟକ ବିବରଣୀ ସାମିଲ କରିବା ସହ ପଂଜିକରଣ କରିବା ପ୍ରକ୍ରିୟା ରହିଛି । ସଫଳତାର ସହ ପଞ୍ଜିକରଣ ପରେ ଉପଭୋକ୍ତାଙ୍କୁ ୟୁଜର ଆଇଡି ଓ ପାସ୍ ୱାର୍ଡ ଦିଆଯାଇଥାଏ ଏହା ମାଧ୍ୟମରେ ଉପଭୋକ୍ତା ଏହି ଆପ୍ଲିକେସନ ଜରିଆରେ ଲଗ୍ ଇନ୍ କରି ଟିକେଟ ବୁକ୍ କରିପାରିବେ । ପ୍ରାଥମିକ ଭାବେ କେବଳ ଆର୍-ୱାଲେଟ ମାଧ୍ୟମରେ ଦେୟ ପ୍ରଦାନ କରିହେବ । ପରେ ଡେବିଟ କାର୍ଡ, କ୍ରେଡିଟ କାର୍ଡ, ନେଟ ବ୍ୟାଙ୍କିଙ୍ଗ, ୟୁପିଆଇ ଏବଂ ଅନ୍ୟ ଡିଜିଟାଲ ଇ-ୱାଲେଟ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ । ଏହି ଆପ୍ ଜରିଆରେ ଟିକେଟ ବୁକିଂ କରୁଥିବା ଯାତ୍ରୀଙ୍କ ହାରାହାରି ସଂଖ୍ୟା ୨୦୧୫ ମସିହାରେ ୫୪୦୦ ଥିବା ବେଳେ ୨୦୧୮ ଅକ୍ଟୋବରରେ ଏହା ୪.୭୦ ଲକ୍ଷରେ ପହଞ୍ଚିଛି ।

Leave A Reply