ଏକାଧିକ ବର୍ଗରେ ଗ୍ରାହକଙ୍କୁ ଲୋନ ଅଫର ଯୋଗାଉଛି ଫୋନପେ

45

ଭୁବନେଶ୍ୱର : ଫୋନପେ ନିଜର ବିଶ୍ୱସ୍ତ ବ୍ୟାଙ୍କ, ଅଣ-ବ୍ୟାଙ୍କି ଫାଇନାନ୍ସିଆଲ କମ୍ପାନୀ ଏନବିଏଫସି(ଘଈୠଉଗ୍ଦ) ଏବଂ ଫିନଟେକ ନେଟୱର୍କ ସହଭାଗୀତାରେ ୬ଟି ପ୍ରମୁଖ ବର୍ଗରେ ଲୋନ ଅଫର କରୁଛି । ସେଗୁଡିକ ହେଉଛି ବାଇକ ଲୋନ, କାର ଲୋନ, ହୋମ ଲୋନ, ଗୋଲ୍ଡ ଲୋନ, ଏଜୁକେସନ ଲୋନ ଏବଂ ମ୍ୟୁଚୁଆଲ ଫଣ୍ଡ ଲୋନ । ଫୋନପେ ୫୩୫+ ମିଲିୟନରୁ ଅଧିକ ପଞ୍ଜୀକୃତ ୟୁଜରଙ୍କୁ ଏକ ସୁରକ୍ଷିତ ଉପାୟରେ ଲୋନ ପ୍ରଦାନ କରିବା ସହ ଏକ ଶକ୍ତିଶାଳୀ ଏବଂ ନିରବଚ୍ଛିନ୍ନ ୟୁଜର ଅନୁଭୂତି ଦେବାକୁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଫୋନପେ ଲେଣ୍ଡିଂର ସିଇଓ, ହେମନ୍ତ ଗାଲା କହିଛନ୍ତି ଯେ, “ଶୀର୍ଷ ବ୍ୟାଙ୍କ ଏବଂ ଏନବିଏଫସି ସହ ସମସ୍ତ ପ୍ରମୁଖ ବର୍ଗରେ ଆମର ଲେଣ୍ଡିଂ ପ୍ଲାଟଫର୍ମର ଶୁଭାରମ୍ଭ ହୋଇଛି ଏହି ବିଷୟରେ ଘୋଷଣା କରି ଆମେ ଅତ୍ୟନ୍ତ ଉତ୍ସାହିତ । ଏହା ଆମକୁ ଋଣଦାତା ଏବଂ ଦେଶର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଗୋଟିଏ ପ୍ଲାଟଫର୍ମରେ ଯୋଡି ହୋଇ ରହିବାର ସୁଯୋଗ ପ୍ରଦାନ କରେ । ଋଣଦାତା ମାନେ ଡିଜିଟାଲ ପଦ୍ଧତିରେ ସୁରକ୍ଷିତ ଭାବେ ଲୋନ ଦେବା ପାଇଁ ବ୍ୟାପକ ପୁଞ୍ଜିନିବେଶ କରୁଛନ୍ତି ଏବଂ ଗ୍ରାହକମାନେ ଡିଜିଟାଲ ପଦ୍ଧତିରେ ଲୋନ ନେଇ ପାରୁଛନ୍ତି । ଆମେ ବିଶ୍ୱାସ କରୁଯେ ଋଣ ପ୍ରଦାନକାରୀ ଇକୋସିଷ୍ଟମ ସିହତ କାର୍ଯ୍ୟକରୁଥିବା ଗ୍ରାହକମାନଙ୍କ ପାଇଁ ସୁରକ୍ଷିତ ଲୋନ ପ୍ରଡକ୍ଟ ଅନୁଭୂତି ବିପ୍ଲବ ଆଣିବା ପାଇଁ ଏହା ହେଉଛି ଏକ ଭଲ ସମୟ ।”


ଫୋନପେ ଏକାଧିକ ପ୍ରମୁଖ ଋଣଦାତା କମ୍ପାନୀ ଯେପରିକି ଟାଟା କ୍ୟାପିଟାଲ, ଏଲଆଣ୍ଡଟି ଫାଇନାନ୍ସ, ହିରୋ ଫିନକର୍ପ , ମୁଥୁଟ ଫିନକର୍ପ , ଡିଏମଆଇ ହାଉସିଂ ଫାଇନାନ୍ସ ହୋମ ଫାଷ୍ଟ ଫାଇନାନ୍ସ ଋପୀ, ଭୋଲ୍ଟ ମନି, ଗ୍ରାଡରାଇଟ ଇତ୍ୟାଦି ସହ ପାର୍ଟନର ହୋଇଛି ଏବଂ ଆଗାମୀ ସପ୍ତାହ ଗୁଡିକରେ ଆହୁରୀ ଅନେକ ଋଣଦାତା ଏଥିରେ ଯୋଗ କରାଯିବ । ଏହି ପ୍ଲାଟଫର୍ମରେ ବର୍ତମାନ ୧୫ଟି ସକ୍ରିୟ ପାର୍ଟନର ଅଛନ୍ତି ଏବଂ ଆସନ୍ତା ତିନି ମାସ ସୁଦ୍ଧା ଏହା ୨୫କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ୟୁଜରମାନେ ସେମାନଙ୍କ ଫୋନପେ ଆପରେ ବର୍ତମାନ ‘ଲୋନ’ ବିଭାଗ ଅଧିନରେ ଲୋନ ସୁବିଧା ପାଇପାରିବେ, ସେମାନେ ଆଗ୍ରହୀ ଥିବା ଲୋନର ବର୍ଗ ଚୟନ କରିପାରିବେ ଏବଂ ଋଣଦାତାଙ୍କ ତାଲିକାରୁ ପସନ୍ଦର ଲୋନ କମ୍ପାନୀକୁ ଚୟନ କରିପାରିବେ । ୟୁଜର ଲୋନ ଆବେଦନ ସହଜରେ ନିଜର ପରିଚିତ ଫୋନପେ ଆପରେ ହିଁ ଆରମ୍ଭ କରିପାରିବେ ଏବଂ ଏଥିପାଇଁ ସେମାନଙ୍କୁ ଅନ୍ୟ କୋଣସି ଆପ୍ଲିକେସନକୁ ଯିବାକୁ ପଡିବ ନାହିଁ ଯାହା ଦ୍ୱାରା ୟୁଜରଙ୍କ ପାଇଁ ଏହି ପ୍ରକ୍ରିୟା ସହଜ ହୋଇଯିବ । ô

Comments are closed, but trackbacks and pingbacks are open.