ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ଏକ ପ୍ରକାର ଟଳିଛି । ହୀରାକୁଦର ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇଛି । ଏବେ ଜଳ ଭଣ୍ଡାରକୁ ପ୍ରତିସେକେଣ୍ଡରେ ୩ଲକ୍ଷ ୭୧ହଜାର ୨୬୪ ଘନଫୁଟ ଜଳ ପ୍ରବେଶ କରୁଛି । ଫଳରେ ଏହାର ୬ଟି ଗେଟ୍କୁ ବନ୍ଦ କରାଯାଇଛି । ଏବେ ୧୮ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୪ଲକ୍ଷ ୯ହଜାର ୩୮୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ତେବେ ହୀରାକୁଦ ଛାଡ଼ୁଥିବା ଗୁରୁବାର ରାତିର ବନ୍ୟା ଜଳ ଏବେ ମୁଣ୍ଡୁଳୀରେ ସକାଳସୁଦ୍ଧା ପହଞ୍ଚିଛି ।
ପ୍ରତି ସେକେଣ୍ଡରେ ମୁଣ୍ଡୁଳି ଗେଟ୍ ଦେଇ ୬ଲକ୍ଷ ୬୯ହଜାର ଘନଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ମହାନଦୀର ନିମ୍ନ ଅବବାହିକାରେ ଥିବା କଟକ,
କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କେତେକ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଆଶଙ୍କା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ପକ୍ଷରେ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକାର ଜଳସ୍ତର
ଖସିବାରେ ଲାଗିଛି । ମାତ୍ର ସୁବର୍ଣ୍ଣରେଖାରେ ଜଳସ୍ତର ଆଖୁଆପଦା, ଜାମସୋଳାଘାଟ ଓ ରାଜଘାଟରେ ବିପଦ ସଂକେତ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଥିବାରୁ ଉତ୍ତର ବାଲେଶ୍ୱରର ଭୋଗରାଇ, ବାଲିଆପାଳ ଆଦି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଘଣ୍ଟାକୁ ଏଠାରେ ୪ ସେଣ୍ଟିମିଟର ହିସାବରେ ଜଳସ୍ତର ବୃଦ୍ଧି ପାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ୍ରାଫ୍, ଏନ୍.ଡି.ଆର୍.ଏଫ୍.ଙ୍କ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି ।
ଡାକବାଜି ଯନ୍ତ୍ର ଯୋଗେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଉଚ୍ଚସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଛି । ତେବେ ଏସ୍.ଆର୍.ସି. ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରଶାସନ ପ୍ରସ୍ତୁତ ବୋଲି ଶ୍ରୀ ଜେନା କହିଛନ୍ତି ।
ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆଶଙ୍କା ଏକ ପ୍ରକାର ଟଳିଛି । ହୀରାକୁଦର ଉପରମୁଣ୍ଡରେ ବର୍ଷା ପରିମାଣ କମିଥିବାରୁ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇଛି । ଏବେ ଜଳ ଭଣ୍ଡାରକୁ ପ୍ରତିସେକେଣ୍ଡରେ ୩ଲକ୍ଷ ୫୫ହଜାର ୯୫୩ ଘନଫୁଟ ଜଳ ପ୍ରବେଶ କରୁଛି । ଫଳରେ ଏହାର ୪ଟି ଗେଟ୍କୁ ବନ୍ଦ କରାଯାଇଛି । ଏବେ ୨୪ଟି
ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୩ଲକ୍ଷ ୯୧ହଜାର ୬୦୮ ଘନଫୁଟ ଜଳ ନିଷ୍କାସିତ ହେଉଛି । ତେବେ ହୀରାକୁଦ ଛାଡ଼ୁଥିବା ଗୁରୁବାର ରାତିର ବନ୍ୟା ଜଳ ଏବେ ମୁଣ୍ଡୁଳୀରେ ପହଞ୍ଚିଛି । ପ୍ରତି ସେକେଣ୍ଡରେ ମୁଣ୍ଡୁଳି ଗେଟ୍ ଦେଇ ୭ଲକ୍ଷ ୫୦ହଜାର ଘନଫୁଟ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ମହାନଦୀର ନିମ୍ନ ଅବବାହିକାରେ ଥିବା କଟକ,
କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କେତେକ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଆଶଙ୍କା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବାସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମହାନଦୀକୁ ଗୁରୁବାର ୫ଲକ୍ଷ ୫୦ହଜାର କ୍ୟୁସେକ୍ ଜଳ ହୀରାକୁଦରୁ ଛଡ଼ାଯାଉଥିଲା ।
ଅନ୍ୟ ପକ୍ଷରେ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକାର ଜଳସ୍ତର ଖସିବାରେ ଲାଗିଛି । ମାତ୍ର ସୁବର୍ଣ୍ଣରେଖାରେ ଜଳସ୍ତର ଆଖୁଆପଦା, ଜାମସୋଳାଘାଟ ଓ ରାଜଘାଟରେ ବିପଦ ସଂକେତ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଥିବାରୁ ଉତ୍ତର ବାଲେଶ୍ୱରର ଭୋଗରାଇ, ବାଲିଆପାଳ ଆଦି ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି । ଘଣ୍ଟାକୁ ଏଠାରେ ୪
ସେଣ୍ଟିମିଟର ହିସାବରେ ଜଳସ୍ତର ବୃଦ୍ଧି ପାଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ୍ରାଫ୍, ଏନ୍.ଡି.ଆର୍.ଏଫ୍.ଙ୍କ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ଡାକବାଜି ଯନ୍ତ୍ର ଯୋଗେ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ଉଚ୍ଚସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଉଛି । ତେବେ ଏସ୍.ଆର୍.ସି. ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ
ନଜର ରଖାଯାଇଛି ଓ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରଶାସନ ପ୍ରସ୍ତୁତ ବୋଲି ଶ୍ରୀ ଜେନା କହିଛନ୍ତି ।
ଅନ୍ୟ ପକ୍ଷରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ମ୍ୟାଁମାର ଉପକୂଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ପୂର୍ବ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ରହିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜିସୁଧା ଉତ୍ତର ଓଡ଼ିଶା ଓ ପଶ୍ଚିମ ଉପକୂଳସ୍ଥ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ଆଞ୍ଚଳିକ
ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଅଧିକ ଘନିଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ନାହିଁ । ତେଣୁ ରାଜ୍ୟରେ ବିଶେଷ ବର୍ଷା ହୋଇନପାରେ ।