ମହାକାଶରେ ଇତିହାସ: ଉତକ୍ଷେପଣ ହେଲା ପିଏସଏଲଭି ସି-୪୫
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ପିଏସଏଲଭି ସି-୪୫ ରକେଟ ମହାକାଶକୁ ଉତକ୍ଷେପଣ କରି ଇତିହାସ ରଚିଛି । ଇସ୍ରୋ ପକ୍ଷରୁ ଏହାକୁ ପୂର୍ବାହ୍ଣ ୯ଟା ୨୭ରେ ଉତକ୍ଷେପଣ କରାଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆମିସେଟ ଉପଗ୍ରହ ୭୪୯ କିଲୋମିଟର ଦୂରସ୍ଥିତ ଆକାଶରେ ଥାଇ ଆତଙ୍କବାଦୀଙ୍କ ଉପରେ କଡା ନଜର ରଖିବ । ଏହାର ଓଜନ ୪୩୬ କିଲୋଗ୍ରାମ । ପିଏସଏଲଭି ସି-୪୫ ଇମିସାଟ ସାଟଲାଇଟକୁ ଲଂଚ କରିଦେଇଛି । ଏହା ପରେ ଅନ୍ୟ ୨୮ଟି ଉପଗ୍ରହକୁ ଲଂଚ କରାଯିବ । ଏହି ସାଟଲାଇଟ ଗୁଡ଼ିକ ମଧ୍ୟରୁ ୨୪ଟି ଆମେରିକା ଦ୍ୱାରା ପ୍ରସ୍ତୁତ ହୋଇଛି ।
ଏହି ସାଟେଲାଇଟର ବିଶେଷତ୍ୱ
-ଇସ୍ରୋର ଏହା ହେଉଛି ପ୍ରଥମ ମିଶନ, ଯାହାର ମାଧ୍ୟମରେ ୩ଟି ଭିନ୍ନ ଭିନ୍ନ ସ୍ଥାନରେ ସାଟଲାଇଟ ଅବସ୍ଥାପିତ କରାଯାଉଛି ।
-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ଇମିସାଟ ଅର୍ଥାତ ଇଲେକଟ୍ରୋନିକ ଇଣ୍ଟେଲିଜିଏନ୍ସ ସାଟଲାଇଟ ଡିଆରଡିଓକୁ ଗବେଷଣା ଦିଗର ସାହାଯ୍ୟ କରିବ ।
-୨୮ ସାଟଲାଇଟ ମଧ୍ୟରେ ସ୍ପେନ, ଲିଥୁଆନିଆ ଓ ସ୍ୱିଜରଲାଣ୍ଡର ୧-୧ ସାଟଲାଇଟ ସାମିଲ ଅଛି ।
-ଇସ୍ରୋର ଏହି ୪୭ତମ ପିଏସଏଲଭି ମିଶନ ପାଇଁ ପୂରା ୩ ଘଣ୍ଟାର ମିଶନ ଥିଲା ।
-ଇସ୍ରୋ ଏବଂ ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ଏହି ସାଟଲାଇଟ୍କୁ ଚଳିତ ମାର୍ଚ୍ଚ ୧୨ରେ ଉତକ୍ଷେପଣ କରାଯିବାର ଯୋଜନା ଥିଲା କିନ୍ତୁ ପାଗ ଖରାପ ଯୋଗୁଁ ତାରିଖ ପରିବର୍ତ୍ତନ କରାଯାଇଥିଲା ।
-ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଏହା ହେଉଛି ପ୍ରଥମ ମିଶନ ଯେଉଁଥିରେ କି ସାଧାରଣ ଲୋକ ମଧ୍ୟ ଉପସ୍ଥିତ ଥିଲେ ।