ଲକ୍ଷ ଲକ୍ଷ ଭାରତୀୟଙ୍କୁ ଏଆଇ ଚାଳିତ ବ୍ୟକ୍ତିଗତ ଡେଂଟାଲ ସ୍କ୍ରିନିଂ ଦ୍ୱାରା ସଶକ୍ତ କରିବ କୋଲଗେଟର ଓରାଲ ହେଲଥ ମୁଭମେଂଟ
ଏହି ପଦକ୍ଷେପ ଇଣ୍ଡିଆନ୍ ଡେଂଟାଲ ଆସୋସିଏସନର ୫୦ ହଜାର ଶକ୍ତିଶାଳୀ ଦନ୍ତ ଚିକିତ୍ସକ ନେଟୱାର୍କ ସହଯୋଗ ସହିତ ଲକ୍ଷ ଲକ୍ଷ ଭାରତୀୟଙ୍କ ମଧ୍ୟରେ ମୁଖ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବ ଏବଂ ତୁରନ୍ତ ପଦକ୍ଷେପ ଗ୍ରହଣ କରିବ
ମୁମ୍ବାଇ : ଭାରତର ମୁଖ ସ୍ୱାସ୍ଥ୍ୟ ଯାତ୍ରାକୁ ସଫଳ କରିବା ଲକ୍ଷ୍ୟର ଏକ ଅଂଶ ଭାବରେ ଦେଶର ଅଗ୍ରଣୀ ଓରାଲ୍ କେୟାର ବ୍ରାଣ୍ଡ କୋଲଗେଟ-ପାମୋଲିଭ୍ (ଇଣ୍ଡିଆ) ଲିମିଟେଡ୍ ଏହାର ପରିବର୍ତନଶୀଳ ଓରାଲ୍ ହେଲଥ ମୁଭମେଂଟର ଶୁଭାରମ୍ଭ ଘୋଷଣା କରିଛି ।
ଏହି ଅନନ୍ୟ ଏଆଇ-ସକ୍ଷମ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତୀୟମାନଙ୍କୁ ସେମାନଙ୍କ ମୁଖ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ଉତ୍ସାହିତ କରିବା ଏବଂ ଭାରତରେ ଓରାଲ ହେଲ୍ଥକେୟାରର ସଚେତନତା ଏବଂ ଉପଲବ୍ଧତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଟେକ୍ନୋଲୋଜିର ଉପଯୋଗ କରିବା । ଇକୋସିଷ୍ଟମ ନିର୍ମାଣ ଏବଂ ବିଜ୍ଞାନ-ନେତୃତ୍ୱାଧୀନ ଉଦ୍ଭାବନ ମାଧ୍ୟମରେ ଭାରତର ମୁଖ ସ୍ୱାସ୍ଥ୍ୟ ସ୍ଥିତିକୁ ଉନ୍ନତ କରିବା ପାଇଁ କୋଲଗେଟର ପ୍ରତିବଦ୍ଧତା ସହିତ ଏହି ପଦକ୍ଷେପ ସମନ୍ୱିତ, ଓରାଲ କେୟାରକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଏବଂ ଦେଶର ସାମଗ୍ରିକ ସ୍ୱାସ୍ଥ୍ୟରେ ଯୋଗଦାନକାରୀ ଭାବରେ ସ୍ଥାନିତ କରିଛି ।
ଏହି ଅଭିଯାନର କେନ୍ଦ୍ରରେ ଲଗି.ଏଆଇ ସହ ଭାଗିଦାରୀରେ ବିକଶିତ ଏକ ଏଆଇ ଡେଂଟାଲ ସ୍କ୍ରିନିଂ ଟୁଲ ଅଛି, ଯାହା ବ୍ୟବହାରକାରୀମାନଙ୍କୁ ଏକ ସରଳ ହ୍ୱାଟସଆପ୍ ଇଂଟରଆକ୍ସନ ମାଧ୍ୟମରେ ତୁରନ୍ତ ଏଆଇ ଜେନେରେଟେଡ୍ ଡେଂଟାଲ ସ୍କ୍ରିନିଂ ରିପୋର୍ଟ ପ୍ରାପ୍ତ କରିବାକୁ ଅନୁମତି ଦେଇଥାଏ । ୯ଟି ପ୍ରମୁଖ ଭାରତୀୟ ଭାଷାରେ ଉପଲବ୍ଧ ଥିବାରୁ ଯେ କୌଣସି ବ୍ୟକ୍ତି ଏବେର କୋଲଗେଟ୍ ପ୍ରଡକ୍ଟ ପ୍ୟାକରେ କ୍ୟୁଆର କୋଡ ସ୍କାନ କରି କିମ୍ବା ୮୮୦୬୦୮୮୦୬୦ ଡାଏଲ କରି ଅଂଶଗ୍ରହଣ କରିପାରିବେ, କିଛି ପ୍ରଶ୍ନର ଉତର ଦେଇ ଏବଂ ସେମାନଙ୍କ ପାଟିର ତିନୋଟି ଫଟୋ ଅପଲୋଡ୍ କରି ମାଗଣା ଏଆଇ-ଚାଳିତ ଦନ୍ତ ସ୍କ୍ରିନିଂ ରିପୋର୍ଟ ପ୍ରାପ୍ତ କରିପାରିବେ ।
ଏହାବ୍ୟତୀତ, କୋଲଗେଟ ଇଣ୍ଡିଆନ ଡେଂଟାଲ ଆସୋସିଏସନ୍ (ଆଇଡିଏ) ସହିତ ସହଭାଗୀତା କରି ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ୫୦,୦୦୦ ଦନ୍ତ ଚିକିତ୍ସକଙ୍କ ନେଟୱାର୍କକୁ ସକ୍ରିୟ କରିଛି ଏବଂ ଟୁଲ୍ ଆଧାରିତ ସ୍କ୍ରିନିଂ ପରେ ଲୋକଙ୍କୁ ମାଗଣା ଦନ୍ତ ଚିକିତ୍ସକଙ୍କ ପରାମର୍ଶ ପ୍ରଦାନ କରିଛି । ବ୍ୟାପକ ପହଂଚକୁ ସୁନିଶ୍ଚିତ କରିବା ପାଇଁ, ଏହି ଅଭିଯାନର ଲକ୍ଷ୍ୟ ହେଉଛି ଭାରତର ଏକାଧିକ ସହରରେ ରିଟେଲ ଷ୍ଟୋର, ଶିକ୍ଷାନୁଷ୍ଠାନ ଏବଂ କର୍ପୋରେଟ ଭଳି ଏକାଧିକ ଟଚ୍ ପଏଂଟକୁ ଅନ୍ତର୍ଭୁକ୍ତ କରିବା ।
ଏହି ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରି କୋଲଗେଟ-ପାମୋଲିଭ (ଇଣ୍ଡିଆ) ଲିମିଟେଡର ପରିଚାଳନା ନିେର୍ଦ୍ଦେଶକ ତଥା ସିଇଓ ପ୍ରଭା ନରସିଂହନ୍ କହିଛନ୍ତି, “ଆମର ମୂଳ ଲକ୍ଷ୍ୟ ହେଉଛି ଭାରତରେ ସମସ୍ତଙ୍କ ଓରାଲ୍ ହେଲଥ ବା ମୁଖ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା । ଏହା ଉଭୟ ଆମର ମୌଳିକ ଦାୟିତ୍ୱ ଏବଂ ଏକ ବିରାଟ ସୌଭାଗ୍ୟ । ଏହି ଦୀର୍ଘଦିନର ପ୍ରତିବଦ୍ଧତା ଦିଗରେ #କୋଲଗେଟ ଓରାଲ ହେଲଥ ମୁଭମେଂଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ସାମଗ୍ରିକ କଲ୍ୟାଣ ପାଇଁ ଓରାଲ ହେଲ୍ଥ ଅତ୍ୟାବଶ୍ୟକ ଏବଂ ଆମର ଏଆଇ-ଚାଳିତ ଓରାଲ ହେଲ୍ଥ ମୁଭମେଂଟ ମାଧ୍ୟମରେ ଆମେ ସଚେତନତା ଏବଂ ଓରାଲ କେୟାରର ଉପଲବ୍ଧତାକୁ ଗଣତାନ୍ତ୍ରିକ କରୁଛୁ । ଏହି ପଦକ୍ଷେପ ଦ୍ୱାରା ଲକ୍ଷ ଲକ୍ଷ ଭାରତୀୟ ନିଜ ଘରେ ଆରାମରେ ନିଜ ମୁଖ ସ୍ୱାସ୍ଥ୍ୟର ଦାୟିତ୍ୱ ଗ୍ରହଣ କରିପାରିବେ ଏବଂ ଏକ ସୁସ୍ଥ ଜନସଂଖ୍ୟା ଏବଂ ସୁସ୍ଥ ରାଷ୍ଟ୍ର ପାଇଁ ମାର୍ଗ ପ୍ରଶସ୍ତ କରିବେ । ଆମେ ଆମର ସହଯୋଗୀମାନଙ୍କ ପ୍ରତି କୃତଜ୍ଞ, ଯେଉଁମାନେ ଆମକୁ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ମୁଖ ସ୍ୱାସ୍ଥ୍ୟକୁ ସେମାନଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଧ୍ୟାନକୈନ୍ଦ୍ରିକତାର ଏକ ଅଂଶ କରିବାରେ ସାହାଯ୍ୟ କରୁଛନ୍ତି ।
କଂପାନିର ପ୍ରମୁଖ ଶିକ୍ଷା କାର୍ଯ୍ୟକ୍ରମ- କୋଲଗେଟ ବ୍ରାଇଟ ସ୍ମାଇଲ୍ସ, ବ୍ରାଇଟ୍ ଫ୍ୟୁଚର୍ସପ୍ପ (ବିଏସବିଏଫ୍) ଭାରତରେ ଶକ୍ତିଶାଳୀ ହୋଇ ୧୯୭୬ ମସିହାରୁ ୧୮୦ ନିୟୁତରୁ ଅଧିକ ସ୍କୁଲ ପିଲାଙ୍କ ପାଖରେ ପହଂଚିଛି । ସଠିକ ମୁଖ ଯତ୍ନ ଅଭ୍ୟାସ, ତମାଖୁ ପ୍ରତିରୋଧ ବିଷୟରେ ସଚେତନତା ଏବଂ ଉତମ ପୋଷଣର ଆବଶ୍ୟକତା ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱାରୋପ କରୁଛି । ବିଦ୍ୟାଳୟଗୁଡ଼ିକରେ ଏହି ପ୍ରମୁଖ ପଦକ୍ଷେପର ପହଂଚକୁ ବିସ୍ତାର କରିବା ପାଇଁ ଚଳିତ ବର୍ଷ ବିଏସବିଏଫ୍ କାର୍ଯ୍ୟକ୍ରମ ଉତରପ୍ରଦେଶ ଏବଂ ଗୋଆ ରାଜ୍ୟ ସରକାରଙ୍କ ସହ ସହଭାଗିତା କରି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି । ଏହା ବ୍ୟତୀତ ଉତର ପ୍ରଦେଶର ୨ କୋଟିରୁ ଅଧିକ ପିଲା ଏବଂ ଗୋଆରେ ୨ ଲକ୍ଷରୁ ଅଧିକ ପିଲାଙ୍କ ମଧ୍ୟରେ ମୁଖ ସ୍ୱାସ୍ଥ୍ୟ ସଚେତନତାକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବାକୁ ଲକ୍ଷ୍ୟ ରଖିଛି ।
୯୦% ଭାରତୀୟ ମୁଖ ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡ଼ିତଞ୍ଚ ତଥାପି, ସହରାଂଚଳର ୮୦% ଭାରତୀୟ ଦୈନିକ ଦୁଇଥର ବ୍ରସ୍ କରନ୍ତି ନାହିଁ ଏବଂ ବର୍ଷକୁ ମାତ୍ର ୯% ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି ।
୨୦୨୩ରେ କୋଲଗେଟ୍ ଏବଂ କାନ୍ତାର ଦ୍ୱାରା କରାଯାଇଥିବା ଏକ ବ୍ୟାପକ ସର୍ବଭାରତୀୟ ଅଧ୍ୟୟନ ଦର୍ଶାଉଛି ଯେ କାହିଁକି ବର୍ତମାନ ସମୟରେ ମୁଖ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି । ଅଧ୍ୟୟନ ଅନୁଯାୟୀ, (ଉତର) ପ୍ରତିବର୍ଷ ଏହି ଅଂଚଳର ମାତ୍ର ୧୦% ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି । ତେବେ ଏହି ଅଂଚଳର୧୮% ଲୋକ ଦାନ୍ତ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ୧୪% ଲୋକ ମାଢ଼ି ସମସ୍ୟାର ସମ୍ମୁଖୀନ ହୋଇଥିବା ଜଚ୍ଚାପଡ଼ିଛି ।
ଅଧ୍ୟୟନ ଅନୁଯାୟୀ, ପୂର୍ବ ଭାରତରୁ ପ୍ରତିବର୍ଷ ମାତ୍ର ୮% ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି । ତେବେ ଏହି ଅଂଚଳରେ ୨୭% ଲୋକ ଦାନ୍ତ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ୨୧% ଲୋକ ସମ୍ବେଦନଶୀଳତା ଜନିତ ସମସ୍ୟାରେ ପୀଡ଼ିତ ଏବଂ ୧୫% ଲୋକଙ୍କର କ୍ୟାଭିଟି ରହିଛି । ଉଲ୍ଲେଖଯୋଗ୍ୟ, ପୂର୍ବ ଭାରତର ୨୨% ଲୋକ ମାଢ଼ି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯାହା ଜାତୀୟ ହାର ଠାରୁ ୬୦% ପ୍ରତିଶତ ଅଧିକ ।
ଅଧ୍ୟୟନ ଅନୁଯାୟୀ, ଦକ୍ଷିଣ ଭାରତର ଲୋକମାନେ ସେମାନଙ୍କ ମୁଖ ସ୍ୱାସ୍ଥ୍ୟ ବିଷୟରେ ଅଧିକ ସଚେତନ ଥିବା ବେଳେ ବର୍ଷକୁ ମାତ୍ର ୯% ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି, ୧୪% ଦାନ୍ତ ଯନ୍ତ୍ରଣା ଅନୁଭବ କରନ୍ତି ।
ଅଧ୍ୟୟନ ଅନୁଯାୟୀ, ପଶ୍ଚିମ ଭାରତରେ ଉନ୍ନତ ଦାନ୍ତ ଅସ୍ତ୍ରୋପଚାରର ଅଧିକ ଉଦାହରଣ ରହିଛି, ଯେଉଁଥିରେ ବର୍ଷକୁ ୧୦% ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି । ଅଧ୍ୟୟନ ଅନୁଯାୟୀ, ବର୍ତମାନ ୧୪% ଦାନ୍ତ ସମ୍ବେଦନଶୀଳତା ଅନୁଭବ କରୁଥିବା ବେଳେ ୧୬% ଦାନ୍ତ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ।
ସହଭାଗିତାର ଶକ୍ତି ମାଧ୍ୟମରେ, କୋଲଗେଟର ଓରାଲ ହେଲ୍ଥ ମୁଭମେଂଟ ସର୍ବାଧିକ ପ୍ରଭାବ ପାଇଁ ଏକ ବିସ୍ତୃତ ନେଟୱାର୍କର ଲାଭ ଉଠାଇବ । ଇଣ୍ଡିଆନ ଡେଂଟାଲ ଆସୋସିଏସନ (ଆଇଡିଏ) ସହ ସହଭାଗିତା ବ୍ୟତୀତ କମ୍ପାନି ଅନ-ସାଇଟ ମାଗଣା ଡେଂଟାଲ ସ୍କ୍ରିନିଂ ପାଇଁ ବହୁ ସଂଖ୍ୟକ ଖୁଚୁରା ଗ୍ରାହକ, ଶିକ୍ଷାନୁଷ୍ଠାନ, ହାଉସିଂ ସୋସାଇଟି, ବସ ଷ୍ଟେସନ ଏବଂ କର୍ପୋରେଟ ମାନଙ୍କ ସହ ସହଯୋଗ କରିବ ।
ଓରାଲ ହେଲ୍ଥ ମୁଭମେଂଟ ସହିତ ଏକ ବିଶାଳ ଗଣମାଧ୍ୟମ ଅଭିଯାନ ଚାଲିଛି, ଯେଉଁଥିରେ ଦେଶବ୍ୟାପୀ ଅନ୍-ଗ୍ରାଉଣ୍ଡ ସକ୍ରିୟ କାର୍ଯ୍ୟକଳାପ ଏବଂ ଇନଫ୍ଲୁଏନ୍ସର ସହଭାଗିତା ସହାୟତାରେ ଟେଲିଭିଜନ ଏବଂ ଡିଜିଟାଲ ପ୍ଲାଟଫର୍ମରେ ଲୋକମାନଙ୍କୁ ଦନ୍ତ ସ୍କ୍ରିନିଂ କରିବାକୁ ଅନୁରୋଧ କରାଯାଉଛି । ଏହି ବହୁମୁଖୀ ଆଭିମୁଖ୍ୟ ମାଧ୍ୟମରେ କୋଲଗେଟ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି ।
କୋଲଗେଟର ଓରାଲ୍ ହେଲ୍ଥ ମୁଭମେଂଟ ବିଷୟରେ ଅଧିକ ସୂଚନା ପାଇଁ ଏବଂ ଏଆଇ-ସକ୍ଷମ ଦନ୍ତ ସ୍କ୍ରିନିଂରେ ଅଂଶଗ୍ରହଣ କରିବା ପାଇଁ, ନିଜେ ଏହା ଅନୁଭବ କରିବାକୁ ନିମ୍ନରେ ଦିଆଯାଇଥିବା କ୍ୟୁଆର କୋଡ ସ୍କାନ କରନ୍ତୁ ।
#ColgateOralHealthMovement QR Code
![](https://odishanext.com/wp-content/uploads/2024/11/QR-code.jpg)
Comments are closed, but trackbacks and pingbacks are open.