ଦେଶବ୍ୟାପୀ ଡେଲିଭରି କ୍ଷମତାକୁ ଉନ୍ନତ କରିବା ପାଇଁ ଇଣ୍ଡିଆ ପୋଷ୍ଟ ଓ ଆମାଜନ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

43

  • ଏହି ସହଭାଗିତା ଇଣ୍ଡିଆ ପୋଷ୍ଟର ସେବା ପହଂଚକୁ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରକ୍ରିୟାଗୁଡିକର ବ୍ୟବହାର କରି ଆଧୁନିକ ସୁଦୃଢ କରିବା ପ୍ରତି ଭାରତ ସରକାରଙ୍କ ଲକ୍ଷ୍ୟ ସହ ଜଡିତ ରହିଛି।
  • ଗତ ୧୮ ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ନେଟ୍‌ୱର୍କ ମାଧ୍ୟମରେ ଡେଲିଭର କରାଯାଇଥିବା ଆମାଜନ ପାର୍ସଲଗୁଡିକରେ ଗୁଣ ବୃଦ୍ଧି।
  • ଦଶନ୍ଧି ଲମ୍ବା ସହଭାଗିତା ଆମାଜନକୁ ଭାରତବ୍ୟାପୀ ପ୍ରାୟ ୧୯୩୦୦ ପିନ୍‌କୋଡ୍ ଅ।।ର୍ମି ପିନ୍‌କୋଡ୍‌ଗୁଡିକରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ପାଇଁ ସକ୍ଷମ କରିଛି।

ନୂଆଦିଲ୍ଲୀ, ୩ ଅକ୍ଟୋବର ୨୦୨୪: ଆମାଜନ ଟ୍ରାନ୍ସପୋର୍ଟେଶନ ସର୍ଭିସେସ ପ୍ରାଇଭେଟ ଲିମିଟେଡ (ଆମାଜନ ଇଣ୍ଡିଆ) ଓ ଡିପାର୍ଟମେଂଟ ଅଫ୍ ପୋଷ୍ଟ୍‌ସ (ଇଣ୍ଡିଆ ପୋଷ୍ଟ୍‌) ପକ୍ଷରୁ ଦେଶବ୍ୟାପୀ ସେମାନଙ୍କର ଲଜିଷ୍ଟିକ୍ସ ପାର୍ଟନର୍‌ସିପକୁ ମଜବୁତ କରିବା ପାଇଁ ଏକ ରଣନୈତିକ ଚୁକ୍ତିର ଘୋଷଣା କରିଛନ୍ତି। ଆମାଜନ ଗ୍ରାହକ-କୈନ୍ଦ୍ରିକ ଓ ବୈଷୟିକ କ୍ଷମତାଗୁଡିକ ସହ ଇଣ୍ଡିଆ ପୋଷ୍ଟର ବିସ୍ତୃତ ଶେଷ ଦୂରତା ଡେଲିଭରି ନେଟ୍‌ୱର୍କ ଓ ଦଶନ୍ଧିର ବିଶେଷଜ୍ଞତାକୁ ଏକତ୍ରିତ କରି ଏହି ସହଭାଗିତା ଇକମର୍ସ ପରିବହନ କ୍ଷେତ୍ରରେ ନୂତନ ବେଂଚ୍‌ମାର୍କ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଏମ୍‌ଓୟୁ ଅଧିନରେ ଉଭୟ ସଂସ୍ଥା, ଦକ୍ଷତାକୁ ସର୍ବାଧିକ କରିବା, ସଂଶାଧନର ଉପଯୋଗକୁ ଉନ୍ନତ କରିବା ଏବଂ ନିଜର ଲଜିଷ୍ଟିକ ନେଟ୍‌ୱର୍କଗୁଡିକରେ ମିଳିତ କ୍ଷମତାକୁ ଅନ୍ୱେଷଣ କରିବା ପାଇଁ ବାଧାହୀନ ଏକତ୍ରିକରଣ ଓ ସୂଚନାର ଆଦାନପ୍ରଦାନ ମାଧ୍ୟମରେ ପରିଚାଳନାକୁ ସମକାଳିନ କରିବେ। ଏହି ସହଭାଗିତା ଦ୍ୱିପାକ୍ଷିକ ଅଭିବୃଦ୍ଧିକୁ ପରିଚାଳନାୂକରିବା ସହିତ ଭାରତର ଗ୍ରାମାଂଚଳରେ , ବିଶେଷ କରି ସୁଦୂର ଅଂଚଳଗୁଡିକରେ ଆମାଜନର ଗ୍ରାହକଙ୍କ ପାଇଁ ଡେଲିଭରି ଅନୁଭୂତିକୁ ଉନ୍ନତ କରିବ।

ଗତ ୨ରୁ ୩ ବର୍ଷ ମଧ୍ୟରେ ଆମାଜନ ଲଜିଷ୍ଟିକ୍ସ ନେଟ୍‌ୱର୍କରେ ଇଣ୍ଡିଆ ପୋଷ୍ଟର ଉପସ୍ଥିତି ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇଥିବା ବେଳେ ପିକ୍‌ଅପ୍ ପଏଂଟ୍‌ଗୁଡିକ ଦେଶବ୍ୟାପୀ ୬ଟି ସ୍ଥାନରୁ ୧୩ଟି ସ୍ଥାନକୁ ବୃଦ୍ଧି ପାଇଛି। ଏହାବ୍ୟତୀତ ଆମାଜନ, ଇଣ୍ଡିଆ ପୋଷ୍ଟ ସହିତ ଏକ ଏଣ୍ଡ-ଟୁ-ଏଣ୍ଡ ଇଂଟିଗ୍ରେଟେଡ କ୍ୟାଶ୍ ଅନ୍ ଡେଲିଭରି ସଲ୍ୟୁଶନକୁ ସକ୍ଷମ କରିଥିବା ପ୍ରଥମ ଇକମର୍ସ କମ୍ପାନୀରେ ପରିଣତ ହୋଇଛି। ସାମଗ୍ରିକ ଉନ୍ନତିକରଣ ସହିତ ଏହା ଗତ ୧୮ ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ଡେଲିଭର କରାଯାଇଥିବା ଆମାଜନ ପାର୍ସଲ ସଂଖ୍ୟାରେ ପ୍ରାୟ ୩ ଗୁଣ ବୃଦ୍ଧି ଘଟାଇଛି।

ଏସମ୍ପର୍କରେ ଆମାଜନ ଇଣ୍ଡିଆର ପରିଚାଳନା ବିଭାଗର ଉପାଧ୍ୟକ୍ଷ ଅଭିନବ ସିଂହ କହିଛନ୍ତି, “ଇଣ୍ଡିଆ ପୋଷ୍ଟ ସହ ଆମର ସହଭାଗିତା ଭାରତରେ ଆମାଜନର ଅଭିବୃଦ୍ଧି କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛି ଏବଂ ଇକମର୍ସକୁ ଏକ ଦେଶବ୍ୟାପୀ ସଫଳତାରେ ପରିଣତ କରିବାରେ ଯୋଗଦାନ ଦେଇଛି। ଭାରତକୁ ଅନେକ ଦଶନ୍ଧି ହେବ ସେବା ଯୋଗାଇ ଆସୁଥିବା ଏହି କିମ୍ବନ୍ଦନ୍ତୀ ଅନୁଷ୍ଠାନ ସହ ହାତ ମିଳାଇ ଆମେ ବିଗତ ବର୍ଷଗୁଡିକରେ କ୍ରମାଗତ ଭାବେ ପରିବହନ ଓ ଗ୍ରାହକ ସେବା କ୍ଷେତ୍ରରେ ନୂଆ ବେଂଚମାର୍କ ସ୍ଥାପନ କରିବାକୁ ସକ୍ଷମ ହୋଇଛୁ। ଏହା ଅତ୍ୟାଧୁନିକ ଟେକ୍ନୋଲୋଜି ଓ ପ୍ରକ୍ରିୟାଗୁଡିକର ବ୍ୟବହାର କରି ଇଣ୍ଡିଆ ପୋଷ୍ଟର ସେବା ଓ ପହଂଚକୁ ଆଧୁନିକ ଓ ମଜବୁତ କରିବା ପ୍ରତି ଭାରତ ସରକାରଙ୍କ ଲକ୍ଷ୍ୟ ସହ ଜଡିତ ରହିଛି। ଆମେ ଆଜି ସ୍ୱାକ୍ଷରିତ ହୋଇଥିବା ଏମ୍‌ଓୟୁ ମାଧ୍ୟମରେ ଏହି ସହଭାଗିତାକୁ ପରବର୍ତୀ ସ୍ତରକୁ ନେଇଥିବାରୁ, ମୁଁ ନିଶ୍ଚିତ ଯେ, ସର୍ବୋତମ ସେବା ପ୍ରଦାନ କରିବା ବାକି ରହିଛି। ଆମାଜନର ଗ୍ରାହକ ପ୍ରାଥମିକତା ଓ ଇଣ୍ଡିଆ ପୋଷ୍ଟର ଦେଶବ୍ୟାପୀ ଅତୁଳନୀୟ ଉପସ୍ଥିତି ସହିତ ଆମେ ଇକମର୍ସ ଲଜିଷ୍ଟିକ ଅନୁଭୂତିକୁ ପୁନଃବ୍ୟାଖ୍ୟା କରିବା ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥିତ ରହିଛୁ। ଆମେ ଭାରତରେ ଆମର ଗ୍ରାହକ ଓ ସମୁଦାୟଗୁଡିକୁ ସେବା ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ ଆହୁରି ଅନେକ ସଫଳତା ହାସଲ କରିବା ପାଇଁ ଲକ୍ଷ୍ୟ ରଖିଛୁ।”

ଡାକ ବିଭାଗର ସଚିବ (ଡାକ) ବନ୍ଦିତା କୌଲ କହିଛନ୍ତି ଯେ, ପ୍ରାୟ ୧୬୫,୦୦୦ ଡାକଘରର ବ୍ୟାପକ ନେଟୱର୍କ ଥିବା ଇଣ୍ଡିଆ ପୋଷ୍ଟ ସମଗ୍ର ଦେଶରେ ଇ-କମର୍ସକୁ ଗଣତାନ୍ତ୍ରିକ କରିବା ପାଇଁ ଅନନ୍ୟ ଭାବେ ସୁସଜ୍ଜିତ । ଆମାଜନ ସହିତ ଆମର ସହଭାଗୀତା ଡିଜିଟାଲ ବିଭାଜନକୁ ଦୂର କରିବା, ସମସ୍ତ ନାଗରିକଙ୍କ ପାଇଁ ଇ-କମର୍ସକୁ ବୃଦ୍ଧି କରିବା ପାଇଁ ଆମର ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ପ୍ରତିନିଧିତ୍ୱ କରୁଛି । ମାନ୍ୟବର ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆଙ୍କ ପରିକଳ୍ପନା ଅନୁଯାୟୀ ଡାକ ବିଭାଗକୁ ଏକ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସେବା ପ୍ରଦାନକାରୀରେ ପରିଣତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଏକ ଲଜିଷ୍ଟିକ୍ ମେରୁଦଣ୍ଡ ଭାବରେ ଆଧୁନିକୀକରଣ ଏବଂ ଅଭିବୃଦ୍ଧି ଦିଗରେ ଆମର ଯାତ୍ରାରେ ଡାକ ବିଭାଗ ରଣନୈତିକ ମେଂଟର ଗୁରୁତ୍ୱକୁ ସ୍ୱୀକାର କରୁଛି । ଇ-କମର୍ସ କ୍ଷେତ୍ରର ବିକଶିତ ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ପ୍ରଯୁକ୍ତି ଭିତିକ, ଅପରେସନ୍ କେନ୍ଦ୍ରିତ ଲଜିଷ୍ଟିକ୍ ସେବା ଯୋଗାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ।”

ଆମାଜନ ଓ ଇଣ୍ଡିଆ ପୋଷ୍ଟର ସହଭାଗିତା ଭାରତରେ ଇକମର୍ସର ପ୍ରାରମ୍ଭିକ ଦିନଗୁଡିକୁ ପ୍ରତ୍ୟାବର୍ତନ କରିଛି, ଯେତେବେଳେ ଆମାଜନ ଦେଶରେ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀଗୁଡିକୁ ପରିବହନ କରିବା ପାଇଁ ପୋଷ୍ଟାଲ ସେବା ସହ କାର୍ଯ୍ୟ କରିଥିବା ପ୍ରଥମ କମ୍ପାନୀରେ ପରିଣତ ହୋଇଥିଲା। ଏହି ଅଗ୍ରଗାମୀ ସହଭାଗିତା ୨୦୧୩ରେ ଆରମ୍ଭ ହୋଇଥିଲା ଯେତେବେଳେ ଆମାଜନ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଦେଶର ପ୍ରଥମ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ କନ୍‌ସାଇନ୍‌ମେଂଟ ପଠାଇଥିଲା, ଯାହା ଏଭଳି ସିପ୍‌ମେଂଟଗୁଡିକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ କ୍ଷମତା ନିର୍ମାଣ କରିବା ପାଇଁ ଇଣ୍ଡିଆ ପୋଷ୍ଟ ଲାଗି ବାଟ ପିଠାଇଥିଲା। ବିଗତ ବର୍ଷଗୁଡିକରେ ଏହି ସମ୍ପର୍କ ଅନେକ ସଫଳତା ହାସଲ କରିଛି- ଯେପରିକି ଆମାଜନ ଆର୍ମି ପୋଷ୍ଟାଲ ସର୍ଭିସ୍ ମାଧ୍ୟମରେ ସେବାର ପ୍ରତିବନ୍ଧିତ ଅଂଚଳଗୁଡିକରେ ସେବା ପ୍ରଦାନ କରିଥିବା ଏକମାତ୍ର ଇକମର୍ସ କମ୍ପାନୀରେ ପରିଣତ ହେବା, ନୁବ୍ରା ଭ୍ୟାଲି (ଲେହ), ସାଉଥ ଗାରୋ ହିଲ୍‌ସ (ମେଘାଳୟ), ଆଣ୍ଡାମାନ ନିକୋବର ଆଇଲ୍ୟାଣ୍ଡ ଭଳି ସୁଦୂର ଅଂଚଳଗୁଡିକରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଇତ୍ୟାଦି। ୨୦୧୬ ଓ ୨୦୨୩ରେ ଇଣ୍ଡିଆ ପୋଷ୍ଟ ପକ୍ଷରୁ ଆମାଜନ ସହ ଏହାର ସହଭାଗିତା ଏବଂ ଭାରତରେ ଆମାଜନର ୩ୟ ଓ ୧୦ମ ବାର୍ଷିକୀକୁ ପାଳନ କରିବା ପାଇଁ ‘ମାଇଁ ଷ୍ଟାମ୍ପ’ ପୋଷ୍ଟେଜ ଷ୍ଟାମ୍ପଗୁଡିକୁ ପ୍ରକାଶିତ କରିଥିଲା। ଆଜି ଏହି ସହଭାଗିତା ଅତୁଳନୀୟ ପହଂଚକୁ ସକ୍ଷମ କରିଛି ଏବଂ ଆମାଜନକୁ ଭାରତର ପ୍ରାୟ ୧୯,୩୦୦ ପିନ୍‌କୋଡ ଏବଂ ଭାରତର ୧୬୫୦୦୦ ପୋଷ୍ଟ ଅଫିସ୍‌ରେ ଆର୍ମି ଲୋକେଶନଗୁଡିକରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ପାଇଁ ସାହାଯ୍ୟ କରୁଛି। ଇଣ୍ଡିଆ ପୋଷ୍ଟ ସହ ଆମାଜନର ସହଭାଗିତା ଏବେ କ୍ରସ୍ ବର୍ଡର ଟ୍ରେଡ୍‌କୁ ମଧ୍ୟ ବିସ୍ତାର ହୋଇଛି। ଗତବର୍ଷ ୩ୟ ତ୍ରୈମାସିକରେ ଏହି ଦୁଇ ସଂସ୍ଥା ଏକ ଇଂଟିଗ୍ରେଟେଡ କ୍ରସ୍ ବର୍ଡର ଲିଜିଷ୍ଟିକ୍ସ ସଲ୍ୟୁଶନ ସୃଷ୍ଟି କରିବା ପାଇଁ ଏକ ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ ଯାହା ଦେଶବର ଲକ୍ଷ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗଗୁଡିକୁ ଇକମର୍ସ ରପ୍ତାନୀ ସୁଯୋଗ ପ୍ରଦାନ କରିବ।

Comments are closed, but trackbacks and pingbacks are open.