ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ ନେଇ ଚୁକ୍ତି ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର – ଆଇଟିଆଇରେ ଜୀବିକା ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ ନେଇ ଇଡ଼୍କୋ ବୋର୍ଡ ରୁମ୍ଠାରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇଛି । ଟାଟା କମୁ୍ୟନିଟି ଇନିସିଏଟିଭ୍ ଟ୍ରଷ୍ଟ (ଟିସିଆଇଟି) ଏବଂ କଳିଙ୍ଗ ମାଇନିଙ୍ଗ୍ କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍ (କେଏନ୍ସି ପିଏଲ୍) ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅଶୋକ କୁମାର ମହାନ୍ତି, ମ୍ୟାନେଜିଂ ଡାଇରେକ୍ଟର, କେଏମ୍ସି ପିଏଲ୍ ଏବଂ ଟାଟା ଷ୍ଟ୍ରାଇଭ୍ ପକ୍ଷରୁ ଅମିୟ ବନଜାରୀଙ୍କ ମଧ୍ୟରେ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଛି ।
୨୦୧୯-୨୦ ଶିକ୍ଷାବର୍ଷ ନିମନ୍ତେ ୪୯ଟି ଆଇଟିଆଇର ପ୍ରାୟ ୨୭ ହଜାର ପ୍ରଶିକ୍ଷାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରଶିକ୍ଷଣ ଦ୍ୱାରା ଆଇଟିଆଇର ପ୍ରଶିକ୍ଷାର୍ଥୀଙ୍କୁ ଉନ୍ନତ ମାନର କଥୋ ପକଥୋନ, ପରିବେଶ ସୁରକ୍ଷା, ଇଂରାଜୀ କହିବା ଆଦି ଶିକ୍ଷା ଦିଆଯିବ ଏତ୍ଦ୍ୱାରା ସେମାନଙ୍କର ଆଗକୁ ଉତ୍ସାହ, ସାହାସ ଓ ଆତ୍ମବିଶ୍ୱାସ ବଢ଼ିବ ।